କରୋନା ସଚେତନତା କାର୍ଯ୍ୟକ୍ରମ ପାଇଁ ରାଜଧାନୀରେ ପ୍ରତି ୱାର୍ଡକୁ ଲକ୍ଷେ

ରାଜଧାନୀରୁ ଆଜି ୩୧୯ ଜଣ କରୋନା ସଂକ୍ରମିତ

ଆକ୍ସନ ପ୍ଲାନ୍ ପ୍ରସ୍ତୁତ ଲାଗି ଜୋନାଲ ଡେପୁଟି କମିସନରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜଧାନୀରେ କରୋନା ନେଇ ଗୋ‌ଷ୍ଠୀସ୍ତରୀୟ କାର୍ଯ୍ୟକ୍ରମ ପାଇଁ ୱାର୍ଡ ପିଛା ବାର୍ଷିକ ଲକ୍ଷେ ଟଙ୍କା ଦିଆଯିବ। କୋଭିଡ୍‌-୧୯ ବାର୍ଷିକ ୱାର୍ଡ ବଜେଟ୍‌ ଓ ଆକ୍ସନ୍ ପ୍ଲାନ୍ ଜରିଆରେ ଏହି ଅର୍ଥ ଦିଆଯିବ। ଜୋନାଲ ଡେପୁଟି କମିସନର୍‌ ନିଜ ନିଜ ଅଧୀନରେ ରହିଥିବା ୱାର୍ଡ ପାଇଁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବା ସହିତ ଡେପୁଟି କମିସନର(କୋଭିଡ ସେଲ) ଜରିଆରେ ଏହାକୁ ଅନୁମୋଦନ କରିବା ଲାଗି କୁହାଯାଇଛି।
ରାଜଧାନୀରେ ଏବେ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଛି। ବିଏମ୍‌ସି ପକ୍ଷରୁ ଏ ନେଇ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲେ ହେଁ ସଂକ୍ରମଣ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସି ପାରି ନାହିଁ। ଏହି ପରିପ୍ରେକ୍ଷୀରେ ଲୋକମାନଙ୍କ ମଧ୍ୟରେ କରୋନା ନେଇ ଅଧିକରୁ ଅଧିକ ସଚେତନତା ସୃଷ୍ଟି, ଅଭ୍ୟାସରେ ପରିବର୍ତନ ଆଣିବା ଓ ଗୋଷ୍ଠୀମାନଙ୍କୁ କୋଭିଡ୍‌ ଲଢ଼େଇରେ ସାମିଲ କରିବା ଲାଗି ବିଏମ୍‌ସି ଯୋଜନା କରିଛି। ଆକ୍ସନ୍ ପ୍ଲାନ୍‌ ପ୍ରସ୍ତୁତ କରିବା ଲାଗି ୱାର୍ଡ ସୁପରଭାଇଜର, ଅଙ୍ଗନବାଡ଼ି, ଆଶା, ଏଏନ୍‌ଏମ୍‌ ଓ କମ୍ୟୁନିଟି ଅର୍ଗାନାଇଜର୍‌ମାନେ ଜେଡିସିଙ୍କୁ ସହାୟତା କରିବେ। କେଉଁ କେଉଁ କ୍ଷେତ୍ରରେ ଏହି ଅର୍ଥକୁ ଖର୍ଚ୍ଚ କରାଯିବ, ତାହାର ବିସ୍ତୃତ ତଥ୍ୟ ପ୍ରଦାନ କରିବା ଲାଗି କୁହାଯାଇଛି। ଏହାସହ ପୂର୍ବତନ କର୍ପୋରେଟର, ୱାର୍ଡ କମିଟି ଓ ଧର୍ମଗୁରୁମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ଜରିଆରେ କରୋନା ପାଇଁ ସମ୍ବେଦନଶୀଳ ଥିବା ପ୍ରବାସୀ, ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ, ବିଧବା, ୧୦ବର୍ଷରୁ କମ୍‌ ଶିଶୁ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତିମାନଙ୍କ ସଂଖ୍ୟା ସଂଗ୍ରହ କରାଯିବ। ୱାର୍ଡ ପାଇଁ ବ୍ୟୟ ଅଟକଳ ମଞ୍ଜୁର ହେବା ପରେ ଆକ୍ସନ୍‌ ପ୍ଲାନ୍‌ ଅନୁଯାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Next Post

୩ ସ୍ୱତନ୍ତ୍ର ଟ୍ରେନ ସେବା ଅଗଷ୍ଟ ୧୨ ପର୍ଯ୍ୟନ୍ତ ବୃଦ୍ଧି

Sat Aug 1 , 2020
ଭୁବନେଶ୍ୱର : ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ (୦୨୮୬୧/୦୨୮୬୨) ସେବାକୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍‌ ଅଗଷ୍ଟ ୩ରୁ ୧୨ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ରାଉରକେଲାଠାରୁ ପ୍ରତିଦିନ ସକାଳ ୫ଟା ୧୦ରେ ଛାଡ଼ିବାକୁ ଥିବା ବେଳେ ଭୁବନେଶ୍ୱରଠାରୁ ଅପରାହ୍‌ଣ ୨ଟା ୧୦ରେ ଛାଡ଼ିବ। ଉକ୍ତ ଟ୍ରେନ୍ ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ଉଭୟ ଦିଗରୁ ରାଜଗାଙ୍ଗପୁର, ବାମରା, ଝାରସୁଗୁଡା, ରେଙ୍ଗାଲି, ସମ୍ବଲପୁର […]
ସ୍ୱତନ୍ତ୍ର ଟ୍ରେନ ସେବା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial