ପୁଣି କଟକରୁ କରୋନା: ଶିଶୁ ଭବନରୁ ଜଣେ ଶିଶୁ ସହିତ ଏସସିବିରୁ ୧୧ ଜଣ ପଜିଟିଭ ଚିହ୍ନଟ
କଟକ: ପୁଣି କଟକରୁ ବାହାରିଲା କରୋନା। କଟକ ଶିଶୁ ଭବନରୁ ଜଣେ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏସସିବି ମେଡିକାଲରୁ ପୁଣି ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୧ ମଧ୍ୟରେ ୪ ଜଣ ଆଇସୋଲେସନ୍ ୱାର୍ଡର ଥିବା ବେଳେ ଅନ୍ୟ ୭ ଜଣ ମେଡିକାଲର କର୍ମଚାରୀ ହୋଇଥିବା ସୂଚନା ଦେଇଛି କଟକ ଜିଲ୍ଲା ପ୍ରଶାସନ। ଅନ୍ୟପଟେ ଜିଲ୍ଲାରେ ସଂକ୍ରମଣ ରୋକିବାକୁ ଆହୁରି ଶକ୍ତ ହୋଇଛି ପ୍ରଶାସନ। ବାହାରୁ କେହି କଟକ ସହରକୁ ଆସିଲେ ୧୪ ଦିନ କ୍ୱାରେଣ୍ଟିନ ବାଧ୍ୟତାମୂଳକ ହୋଇଛି। କେବଳ କଟକ ନୁହେଁ ୫ଟି ଜିଲ୍ଲାରୁ ଆସିଲେ ମଧ୍ୟ କ୍ୱାରେଣ୍ଟିନ୍ରେ ରହିବାକୁ ହେବ। ସେହିଭଳି କଟକର ୫ଟି ବ୍ଲକରୁ ଆସିଲେ କ୍ୱାରେଣ୍ଟିନ ବାଧ୍ୟତାମୂଳକ କରାଯାଇଛି। ଏନେଇ ସିଏମସି ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ସେପଟେ ଆଜି କଟକ ସହରରେ ଆଉ ୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୬ ଜଣ ସରକାରୀ କ୍ୱାରେଣ୍ଟିନ୍ରୁ, ୨୮ଜଣ ହୋମ୍ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି। ସରକାରୀ କ୍ୱାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩୮ଜଣଙ୍କ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଲିଙ୍କ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ଅର୍ଥାତ୍ କଟକ ମହାନଗର ନିଗମ ଅଧୀନରେ ଆସୁଥିବା ଅଞ୍ଚଳରୁ ଏଯାବତ୍ ୧୯୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୬ଜଣ ଚିକିତ୍ସାଧୀନ ଥିବାବେଳେ ୨୨ଜଣ ସୁସ୍ଥ ହୋଇଛନ୍ତି। ୨ଜଣଙ୍କ ମୃତ୍ୟୁ ଘଟିଛି।
ପୁଣି କଟକରୁ କରୋନା: ଶିଶୁ ଭବନରୁ ଜଣେ ଶିଶୁ ସହିତ ଏସସିବିରୁ ୧୧ ଜଣ ପଜିଟିଭ ଚିହ୍ନଟ

Share Now: