‘ବ୍ଲାକ୍‌ ଫଙ୍ଗସ୍‌’ ବୃଦ୍ଧି ପଛରେ ଦୂଷିତ ଅମ୍ଳଜାନ ଯୋଗାଣ

ଭୁବନେଶ୍ବରରୁ ୯୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସମ୍ପ୍ରତି ଦେଶର ବିଭିନ୍ନ ରାଜ୍ୟରେ କୋଭିଡ୍‌ରୁ ଆରୋଗ୍ୟଲାଭ କରୁଥିବା ପୀଡ଼ିତଙ୍କ ଠାରେ ‘ବ୍ଳାକ୍‌ ଫଙ୍ଗସ୍‌’ ସଂକ୍ରମଣ ଏବେ ଚିନ୍ତାର ବିଷୟ ହୋଇଛି। ତେବେ କୋଭିଡ୍‌ ପୀଡ଼ିତମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଅସ୍ବାସ୍ଥ୍ୟକର ପରିବେଶରେ ଯୋଗାଇ ଦିଆଯାଇଥିବା ଅମ୍ଲଜାନ ଯୋଗୁଁ ଏପରି ଏହି ନୂଆ ସଂକ୍ରମଣ ସତ୍ତା ଧାରଣ କରିଛି ବୋଲି ଏବେ ବିତର୍କ ଆରମ୍ଭ ହୋଇଯାଇଛି। ଅନିୟନ୍ତ୍ରିତ ମଧୁମେହ ଓ ରୋଗପ୍ରତିରୋଧକତାକୁ ଚାପି ରଖୁଥିବା ଉଚ୍ଚ ମାତ୍ରାର ଶକ୍ତିବର୍ଦ୍ଧକ ହିଁ ଏହି ବ୍ଲାକ୍‌ ଫଙ୍ଗସ୍‌ ବା ମ୍ୟୁକୋର୍ମାଇକୋସିସ୍‌ ପାଇଁ ଦାୟୀ ବୋଲି ପ୍ରଥମେ ଧରି ନିଆଯାଇଥିଲା। ତେବେ ରୋଗୀମାନଙ୍କ ପାଖରେ ଅମ୍ଲଜାନ ଗ୍ରହଣ ପାଇଁ ଖଞ୍ଜାଯାଇଥିବା ଆର୍ଦ୍ରକ(ହ୍ୟୁମିଡିଫାୟାର)ରେ ବ୍ୟବହୃତ ଦୂଷିତ ଜଳ, ଜୀବାଣୁ ରହିତ ହୋଇନଥିବା ଅନ୍ୟାନ୍ୟ ସଂଲଗ୍ନ ସରଞ୍ଜାମ ଏବଂ ଡାକ୍ତରଖାନା ଅନୁପଯୋଗୀ ଅମ୍ଲଜାନ ସିଲିଣ୍ଡରର ବ୍ୟବହାର ହିଁ ଏହି ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣର ଅନ୍ୟତମ କାରଣ ପାଲଟିଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି। ସେମାନଙ୍କ କହିବା କଥା, ମହାମାରୀ କୋଭିଡ୍‌-୧୯ର ଏଇ ଦ୍ବିତୀୟ ଲହର ସଂକ୍ରମଣ ବେଳେ ଔଦ୍ୟୋଗିକ ଅମ୍ଳଜାନକୁ ବିପୁଳ ମାତ୍ରାରେ ଡାକ୍ତରଖାନା ଉପଯୋଗୀ କରାଯାଇଛି। ସିଲିଣ୍ଡରଗୁଡ଼ିକର ସ୍ବାସ୍ଥ୍ୟରକ୍ଷା ସହ ମଧ୍ୟ ସାଲିସ କରାଯାଇଛି। ଦ୍ବିତୀୟତଃ ରୋଗୀଙ୍କୁ ଡାକ୍ତରଖାନାରେ ସାନ୍ଦ୍ରକ ବୋତଲ ମାଧ୍ୟମରେ ଅମ୍ଳଜାନ ଯୋଗାଇ ଦିଆଯାଉଥିବା ବେଳେ ସଂପୃକ୍ତ ବୋତଲଗୁଡ଼ିକ ଜୀବାଣୁମୁକ୍ତ ତଥା ପରିଷ୍କାର ହେବା ବାଞ୍ଚନୀୟ। ସୁତରାଂ ଏହା କରାଯାଉନଥିଲେ, ଶ୍ବାସକ୍ରିୟା ବେଳେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ଈଶ୍ବର ଗିଲାଡ଼ା କହିଛନ୍ତି।

Share Now:

Kalinga News Beuro

Next Post

ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଜେଲ୍‌ ପଠାଇବ ତୃଣମୂଳ କଂଗ୍ରେସ : କଲ୍ୟାଣ ବାନାର୍ଜୀ

Thu May 27 , 2021
କୋଲକାତା: ଆଜି ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ତୀବ୍ର ସମାଲୋଚନା କରି ‘ତୃଣମୂଳ କଂଗ୍ରେସ’ ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ, ଧନଖଡ଼ଙ୍କ କାର୍ଯ୍ୟକାଳ ପୂରିଗଲେ ଜନତାଙ୍କଦ୍ବାରା ଦାଏର ହୋଇଥିବା ଅଭିଯୋଗର ବିଚାର ହେବ ଓ ତାଙ୍କୁ ‘ପ୍ରେସିଡେନ୍‌ସି ଜେଲ୍‌’କୁ ପଠାଯିବ। ସମ୍ପ୍ରତି ‘ନାରଦା ଦୁର୍ନୀତି’ ମାମଲାରେ ଗିରଫ ହୋଇ ତୃଣମୂଳ କଂଗ୍ରେସର ୪ଜଣ ନେତା ‘ପ୍ରେସିଡେନ୍‌ସି ଜେଲ୍‌’ରେ ଅଛନ୍ତି। କଲ୍ୟାଣଙ୍କ ଏତାଦୃଶ କଥା ଶୁଣି ‘ହତଭମ୍ବ’ ହୋଇଯାଇଛନ୍ତି ବୋଲି ପଶ୍ଚିମବଙ୍ଗର ରାଜ୍ୟପାଳ […]
ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ତୃଣମୂଳ କଂଗ୍ରେସ ଜେଲ୍‌ ପଠାଇବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial