ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଜେଲ୍‌ ପଠାଇବ ତୃଣମୂଳ କଂଗ୍ରେସ : କଲ୍ୟାଣ ବାନାର୍ଜୀ

ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ତୃଣମୂଳ କଂଗ୍ରେସ ଜେଲ୍‌ ପଠାଇବ

କୋଲକାତା: ଆଜି ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ତୀବ୍ର ସମାଲୋଚନା କରି ‘ତୃଣମୂଳ କଂଗ୍ରେସ’ ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ, ଧନଖଡ଼ଙ୍କ କାର୍ଯ୍ୟକାଳ ପୂରିଗଲେ ଜନତାଙ୍କଦ୍ବାରା ଦାଏର ହୋଇଥିବା ଅଭିଯୋଗର ବିଚାର ହେବ ଓ ତାଙ୍କୁ ‘ପ୍ରେସିଡେନ୍‌ସି ଜେଲ୍‌’କୁ ପଠାଯିବ। ସମ୍ପ୍ରତି ‘ନାରଦା ଦୁର୍ନୀତି’ ମାମଲାରେ ଗିରଫ ହୋଇ ତୃଣମୂଳ କଂଗ୍ରେସର ୪ଜଣ ନେତା ‘ପ୍ରେସିଡେନ୍‌ସି ଜେଲ୍‌’ରେ ଅଛନ୍ତି। କଲ୍ୟାଣଙ୍କ ଏତାଦୃଶ କଥା ଶୁଣି ‘ହତଭମ୍ବ’ ହୋଇଯାଇଛନ୍ତି ବୋଲି ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼ କହିଛନ୍ତି।

ହୁଗୁଳିରେ ସାମ୍ବାଦିକମାନଙ୍କୁ କଲ୍ୟାଣ ବାନାର୍ଜୀ କହିଛନ୍ତି ଅଭିଯୋଗ କରିଛନ୍ତି ଯେ, ତାଙ୍କରି ନିର୍ଦ୍ଦେଶମତେ ଫିର୍‌ହଦ୍ ହକିମ, ସୁବ୍ରତ ମୁଖାର୍ଜୀ, ମଦନ ମିତ୍ର ଏବଂ କୋଲ୍‌କାତାର ପୂର୍ବତନ ମେୟର୍‌ ‌ଶୋଭନ ଚାଟାର୍ଜୀଙ୍କୁ ‘ନାରଦା ଷ୍ଟିଙ୍ଗ୍‌ ଅପରେସନ୍’ ମାମଲାରେ ଗିରଫ କରାଯାଇଛି। ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ ସମ୍ବିଧାନ ବିରୋଧୀ। ସେ ସିଧାସଳଖ ‘ନାରଦା ମାମଲା’ ‘ସିବିଆଇ’କୁ ହସ୍ତାନ୍ତର କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଜାଣେ, ରାଜ୍ୟପାଳଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ଆରମ୍ଭ କରାଯାଇ ପାରିବ ନାହିଁ। କିନ୍ତୁ, ମୁଁ ଜନତାଙ୍କୁ ଅନୁରୋଧ କରୁଛି, ଯେଉଁ ଅଞ୍ଚଳରେ ରାଜ୍ୟପାଳ ଧର୍ମବିଦ୍ବେଷ ସୃଷ୍ଟି କରି ହିଂସାକୁ ଉସ୍କାଇଛନ୍ତି, ସେମାନେ ସମ୍ପୃକ୍ତ ଅଞ୍ଚଳର ଥାନାମାନଙ୍କରେ ଅଭିଯୋଗ ଦାଏର କରନ୍ତୁ। ରାଜ୍ୟପାଳ ଅବସର ଗ୍ରହଣ କରିବା ପରେ ତାଙ୍କ ବିରୋଧରେ ମୋକଦମା ଆରମ୍ଭ ହୋଇପାରିବ।

Share Now:

Kalinga News Beuro

Next Post

ବୁଢ଼ାବଳଙ୍ଗରେ ଆସିପାରେ ବନ୍ୟା

Thu May 27 , 2021
ଭୁବନେଶ୍ବର : ବାତ୍ୟା ‘ୟାସ୍‌’ ଆଜି ଓଡ଼ିଶା ଛା଼ଡ଼ିବ। ହେଲେ ଏହା ପୂର୍ବରୁ ମୟୂରଭଞ୍ଜରେ ପ୍ରତି ଘଣ୍ଟାରେ ୬୦ କିଲୋମିଟର ବେଗରେ ପବନ ଓ କିଛି ଅଞ୍ଚଳରେ ବର୍ଷା ଲାଗି ରହିଥିଲା। ଭାରତର ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ‘ୟାସ୍‌’ ଇତିମଧ୍ୟରେ ଦୁର୍ବଳ ହୋଇ ବାତ୍ୟା ରୂପକୁ ଓହ୍ଲାଇ ଆସିଛି। ଘଣ୍ଟାପ୍ରତି ୬୦ କିଲୋମିଟର ପାଖାପାଖି ପବନର ବେଗ ରହିଥିଲା। ଏହା ମଧ୍ୟରାତ୍ରିରେ ଆହୁରି ଦୁର୍ବଳ ହୋଇଯିବ […]
ବୁଢ଼ାବଳଙ୍ଗରେ ଆସିପାରେ ବନ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial