ଡାକ୍ତରଙ୍କ ଦେଖା ନାହିଁ, ଫାର୍ମାସିଷ୍ଟ ଦେଖୁଛନ୍ତି ରୋଗୀ

ଫାର୍ମାସିଷ୍ଟ ଦେଖୁଛନ୍ତି ରୋଗୀ

ଏମିତି ଚାଲିଛି ଜିଜିପି କଲୋନି ୟୁପିଏଚ୍‌ସି

ଭୁବନେଶ୍ବର: ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବା ୟୁପିଏଚ୍‌ସିରେ ଚୂଲିକୁ ଗଲାଣି ରୋଗୀ ସେବା। ସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତର କେତେବେଳେ ଆସୁଛନ୍ତି ଓ ଯାଉଛନ୍ତି ତାହାର କିଛି ନିର୍ଦ୍ଦିଷ୍ଟ ସମୟ ନାହିଁ। ଅଧିକାଂଶ ସମୟରେ ଫାର୍ମାସିଷ୍ଟ ହିଁ ରୋଗୀ ଦେଖୁଛନ୍ତି। ଏଭଳି ଭାବେ ଚାଲିଛି ରାଜଧାନୀରେ ଚାଲିଛି ରୋଗୀ ସେବା। ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲ ଉପରୁ ରୋଗୀ ଚାପ କମାଇବା ଲାଗି ବିଭିନ୍ନ ସ୍ଥାନରେ ଡିସ୍‌ପେନସାରି ପ୍ରତିଷ୍ଠା କରାଯାଇଥିଲା। ଯାହାଫଳରେ ସ୍ଥାନୀୟ ଲୋକମାନେ ଅନ୍ୟ ସ୍ଥାନକୁ ନ ଯାଇ ସେଠାରେ ରୋଗୀ ସେବା ପାଇପାରିବେ। ଜାତୀୟ ସ୍ବାସ୍ଥ୍ୟ ମିସନ୍ ଜରିଆରେ ଏସବୁ ଡିସ୍‌ପେନସାରିଗୁଡ଼ିକୁ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା ଦିଆଯାଇଥିଲା। ପରବର୍ତୀ ସମୟରେ ସପ୍ତାହକୁ ଗୋଟିଏ ଦିନ ବିଶେଷଜ୍ଞ ଡାକ୍ତରଙ୍କୁ ରୋଗୀସେବା ପାଇଁ ଦାୟିତ୍ବ ମଧ୍ୟ ଦିଆଯାଉଛି। ୟୁପିଏଚ୍‌ସି/ୟୁସିଏଚ୍‌ସିକୁ ସୁଦୃଢ଼ କରିବା ଲାଗି ସରକାରୀସ୍ତ ରରେ ପଦକ୍ଷେପ ନିଆଯାଉଥିଲେ ହେଁ, ତୃଣମୂଳସ୍ତରରେ ଏହାର ଠିକ୍ ଓଲଟା ଦେଖିବାକୁ ମିଳୁଛି। ୟୁପିଏଚ୍‌ସିଗୁଡ଼ିକର ସକାଳ ୮ଟାରୁ ଦିନ ୧୧ଟା ଓ ସଂଖ୍ୟା ୫ଟାରୁ ୮ଟା ପର୍ଯ୍ୟନ୍ତ ଖୋଲା ଯାଉଛି। ହେଲେ ଜିଜିପି କଲୋନି ମେଡିକାଲ ଅଫିସରଙ୍କ ଦିନ ୧୦ଟାରେ ମଧ୍ୟ ଦେଖା ମିଳୁନି। ଯେଉଁସବୁ ରୋଗୀ ଆସୁଛନ୍ତି ସେମାନଙ୍କୁ ଫାର୍ମାସିଷ୍ଟଙ୍କୁ ଚିକିତ୍ସା କରୁଛନ୍ତି। ଡାକ୍ତର ମନଇଚ୍ଛା ହସ୍ପିଟାଲକୁ ଆସୁଥିବା ଅଭିଯୋଗ ହେଉଛି। କେତେବେଳେ ଅଧଘଣ୍ଟା ପାଇଁ ତ ଆଉ କେତେବେଳେ ୧୦ମିନିଟ୍‌ ପାଇଁ। ଇଚ୍ଛା ହେଲେ ରୋଗୀ ଦେଖୁଛନ୍ତି। ମେଡିକାଲ ଅଫିସରଙ୍କ ଏଭଳି ଢଙ୍ଗରେ ମେଡିକାଲକୁ ପରିଚଳନା କରିବାକୁ ନେଇ ହସ୍ପିଟାଲର କର୍ମଚାରୀମାନେ ମଧ୍ୟ ଅସନ୍ତୁଷ୍ଟ ହୋଇ ଗଲେଣି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ନିୟମିତ ଭାବେ ଏସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ଅଚାନକ ଯାଞ୍ଚ କରାଯାଉ ନାହିଁ। ଶେଷଥର ଲାଗି କେବେ ଯାଞ୍ଚ ହୋଇଥିଲା ତାହା କେହି ଜାଣି ନାହାନ୍ତି। ଏ ସଂପର୍କରେ ଜିଜିପି କଲୋନି ୟୁପିଏଚ୍‌ସିର ମେଡିକାଲ ଅଫିସର ଡାକ୍ତର ତିଳ ପ୍ରସାଦ ମିତ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳି ନ ଥିଲା। ଏଡିଏମ୍‌ଓ(ଜନସ୍ବାସ୍ଥ୍ୟ) ଡାକ୍ତର ଭି. ସତ୍ୟନାରାୟଣ ରାଓ କହିଛନ୍ତି ଏ ସଂପର୍କରେ ବୁଝିବା ପରେ ଯାହା କିଛି କହିହେବ।

Share Now:

Kalinga News Beuro

Next Post

ଏମ୍‌ସରେ ସରିଗଲା ଟିକା: ବନ୍ଦ ରହିଲା ଟିକାକରଣ

Thu Jan 21 , 2021
ଟିକା ଯୋଗାଣ ବାଧାପ୍ରାପ୍ତ, ୪ଦିନରେ ୭ଶହ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି ଭୁବନେଶ୍ବର : ୪ ଦିନ ପରେ ଏମ୍‌ସରେ କରୋନା ଟିକାକରଣ ସାମୟିକ ଭାବେ ବନ୍ଦ ରହିଛି। ପ୍ରଥମ ପର୍ଯ୍ୟାୟରେ ଏମ୍‌ସକୁ ଯେତିକି ଟିକା ଯାଇଥିଲା ତାହା ସରିଯିବା ପରେ ଏହାକୁ ଅସ୍ଥାୟୀ ଭାବେ ବନ୍ଦ ରଖିବା ଲାଗି ଏମ୍‌ସ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ବରରେ କେବଳ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ‘କୋଭାକ୍ସିନ୍’ ଟିକା ଦିଆଯାଉଛି। ତେଣୁ ଆବଶ୍ୟକ […]
ବନ୍ଦ ରହିଲା ଟିକାକରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial