ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲା ଡ୍ରାଇଭର ସଂଘ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ ଆଇନ ‘ହିଟ୍ ଆଣ୍ଡ ରନ୍’ ନିଷ୍ପତ୍ତିକୁ ଓଡ଼ିଶା ସମେତ ପୂରା ଭାରତରେ ଡ୍ରାଇଭର ମହାସଂଘ ବିରୋଧ କରିଛି। କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନ ଆହୁରି କେତେଦିନ ଯାଏଁ ଜାରି ରହିବ ତାହା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ। ତେବେ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ରାଜ୍ୟ ଡ୍ରାଇଭର ସଂଘ ଆନ୍ଦୋଳନରୁ ଓହରିବା ପାଇଁ ନିଷ୍ପତ୍ତି ନେଇଛି। ଏନେଇ ଡ୍ରାଇଭର ମହାସଂଘ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର ୨ଟି ଦାବି ପୂରଣ କରିଛନ୍ତି।
ଆନ୍ଦୋଳନରୁ ଓହରିବା ପାଇଁ ରାଜ୍ୟ ଡ୍ରାଇଭର ମହାସଂଘ ଆହ୍ୱାନ ଦେଇଛି। ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହୋଇଛି। ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିଛନ୍ତି। ନୂଆ ଆଇନ ‘ହିଟ୍ ଆଣ୍ଡ ରନ୍’ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର। କେନ୍ଦ୍ର ସରକାର ଆଣିଥିବା ଆଇନ୍ ସଂପର୍କରେ ଆନ୍ଦୋଳନ ହେବ କି ନାହିଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ଯେହେତୁ ଅନ୍ୟ ରାଜ୍ୟରେ ଆନ୍ଦୋଳନ ବନ୍ଦ ରହିଛି। କେନ୍ଦ୍ରର ଆଇନ୍‌ ବିରୋଧରେ କେବଳ ଓଡ଼ିଶା ଓ ପଂଜାବରେ ଆନ୍ଦୋଳନ ଜାରି ରହିଲେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।

Share Now:

Kalinga News Beuro

Next Post

ଗର୍ଭ ଗୃହରେ ପ୍ରତିଷ୍ଠା ହେବ ୫ ବର୍ଷୀୟ ବାଳକ ରାମଙ୍କ ବିଗ୍ରହ : ଚମ୍ପତ ରାୟ

Sat Jan 6 , 2024
ଅଯୋଧ୍ୟା: ଅଯୋଧ୍ୟା ଧାମରେ ଏବେ ରାମଲଲ୍ଲାଙ୍କ ପ୍ରତିଷ୍ଠା ପର୍ବ ପାଇଁ ପ୍ରସ୍ତୁତି ଚାଲିଛି। ଶହ ଶହ ବର୍ଷ ପରେ ରାମଲାଲା ନିଜ ଆସ୍ଥାନରେ ବସିବାକୁ ଯାଉଛନ୍ତି। ଜାନୁଆରୀ ୨୨ ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ମନ୍ଦିରର ପ୍ରଥମ ମହଲା ପ୍ରାୟ ପ୍ରସ୍ତୁତ ହୋଇସାରିଛି। ଏହାକୁ ଚୂଡ଼ାନ୍ତ ରୂପ ଦିଆଯାଉଛି। ଏହି ଉତ୍ସବରେ ଯୋଗଦେବା ପାଇଁ ଅତିଥିମାନଙ୍କୁ ନିମନ୍ତ୍ରଣ ମିଳୁଛି। ସେପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial