ନାଲିଫିତା ତଳେ ମେଟ୍ରୋ ରେଳ

ଭୁବନେଶ୍ୱର : ଦେଶର ଅଧିକାଂଶ ରାଜ୍ୟ ମେଟ୍ରୋ ରେଳ ଚଳାଇାପାଇଁ ଆଗ୍ରହୀ ଥିବାବେଳେ ଓଡିଶାରେ କିନ୍ତୁ ଏହି ପ୍ରକଳ୍ପ ଆଗେଇ ପାରୁନାହିଁ । ୨୦୧୩ ମସିହାରେ କେନ୍ଦ୍ର ସରକାର ଭୁବନେଶ୍ୱର-କଟକ ସହରାଞ୍ଚଳ ମେଟ୍ରୋ ରେଳ ପ୍ରକଳ୍ପକୁ ନୀତିଗତ ଭାବେ ଅନୁମୋଦନ କରିଥିବାବେଳେ ଏହାର ସ୍ଥିତି ସଂକ୍ରାନ୍ତରେ ଏବେ କେହି କିଛି ଜାଣିପାରୁ ନାହାନ୍ତି ।

ମେଟ୍ରୋ ରେଳ ଯାତ୍ରୀମାନଙ୍କ ପାଇଁ ଶସ୍ତା ହୋଇଥିବାବେଳେ ଶକ୍ତି ସଞ୍ଚୟରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏଥି ସହିତ ଏହା ପରିବେଶ ଅନୁକୂଳ ହୋଇଥିବାବେଳେ ଏଥିରେ ଦୁର୍ଘଟଣାର ମାତ୍ରା ଅତ୍ୟନ୍ତ ନଗଣ୍ୟ। ପାଞ୍ଚବର୍ଷ ତଳେ ଏହି ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ କରିଥିବାବେଳେ ଦ୍ୱୈତ ନଗରବାସୀ କେବେ ମେଟ୍ରୋ ରେଳରେ ବସିବେ ତାହା ଜାଣିପାରୁ ନାହାନ୍ତି ।

ମେଟ୍ରୋ ରେଳ ଯୋଜନା ନାଲିଫିତାତଳେ ରହିବା ଯୋଗୁଁ ଦୁଇ ସହରରେ ଏବେ ଘରୋଇ ଯାନବାହାନ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଉଭୟ କଟକ ଓ ଭୁବନେଶ୍ୱରରେ ସଡକ ଦୁର୍ଘଟଣା ଓ ଏଥି ଜନିତ ମୃତ୍ୟୁ ସବୁଠାରୁ ଆଗରେ ରହିଛି । କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ଓଡିଶାପାଇଁ ଅନୁମୋଦନ କରିଥିବା ମେଟ୍ରୋ ରେଳ ପ୍ରକଳ୍ପ ଭୁବନେଶ୍ୱର ବାରଙ୍ଗ-କଟକ-ଚୌଦ୍ୱାର ମଧ୍ୟରେ ଚଳାଚଳ କରିବାକୁ ଥିବାବେଳେ ରାଜ୍ୟ ସରକାର ମଧ୍ୟ ପ୍ରକଳ୍ପ କାର୍ଯ୍ୟ ସୁରୁଖୁରୁରେ କରାଯିବା ପାଇଁ ରାଜ୍ୟ ସ୍ତରୀୟ ଅନୁଧ୍ୟାନ ଓ ଉପଦେଷ୍ଟା କମିଟି ଗଠନ କରିଥିଲେ । ବର୍ତ୍ତର୍ମାନ ଭୁବନେଶ୍ୱର ସ୍ମାର୍ଟସିଟିର ରୂପ ନେଉଥିବାବେଳେ ସଂଖ୍ୟାଧିକ ସହରବାସୀ ସର୍ବସାଧାରଣ ପରିବହନ ବ୍ୟବସ୍ଥା ଉପରେ ନିର୍ଭର କରୁଛନ୍ତି । ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପ ଏହା ପୂରଣ କରିବାରେ ସହାୟକ ହୋଇଥାନ୍ତା ।

କଟକ-ଭୁବନେଶ୍ୱର ସହରାଞ୍ଚଳର ଜନସଂଖ୍ୟା ୧୫ଲକ୍ଷ ୮୦ ହଜାର ରହିଛି। ୨୦୩୦ ସୁଦ୍ଧା ଏହା ୪୨ଲକ୍ଷରେ ପହଞ୍ଚିଥିବ ବୋଲି ଆକଳନ କରାଯାଉଛି । ବର୍ତ୍ତମାନର ରେଳ ବ୍ୟବସ୍ଥା ତୁଳନାରେ ମେଟ୍ରୋ ରେଳ ଚଳାଚଳ ଦୁଇ ନଗରୀ ମଧ୍ୟରେ ଥିବା ପରିବହନ ସମସ୍ୟାର ସମାଧାନ କରିପାରିବ । କେନ୍ଦ୍ର ସରକାରଙ୍କ ଠାରୁ ନୀତିଗତ ଅନୁମୋଦନ ପାଇଥିବା ଜାତୀୟ ପରମର୍ଶଦାତା ସଂସ୍ଥା ‘ବାର୍‌ସିଲ୍‌’ କୁ ଡିପିଆର ପ୍ରସ୍ତୁତ ପାଇଁ ଦାୟିତ୍ୱ ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ରେଳ କଟକ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବାକୁ ଥିବାବେଳେ ପରବର୍ତ୍ତ ପର୍ଯ୍ୟାୟରେ ଏହାକୁ ଖୋରଧା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଥାନ୍ତା ।

ନୂତନ ଆର୍ନ୍ତଜାତିକ ବିମାନ ବନ୍ଦର ଖୋରଧାଠାରେ ପ୍ରତିଷ୍ଠା ହେବାକୁ ଯାଉଥିବାବେଳେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପ ପରିବହନ ଆବଶ୍ୟକତା ପୂରଣ କରିପାରିବ । ଡିପିଆର ରିପୋର୍ଟ ପାଇଲା ପରେ ବର୍ଷ ବର୍ଷ ଧରି ଏହାର ଅନୁଧ୍ୟାନ ଚାଲିଛି । ଅହେତୁକ ବିଳମ୍ବ ଯୋଗୁଁ ଏବେ ଓଡିଶା ଏବେ ସହରାଞ୍ଚଳ ବିକାଶ କ୍ଷେତ୍ରରେ ଦୃଷ୍ଟିଆକର୍ଷଣ କରିପାରୁନାାହିଁ । ଓଡିଶା ସମେତ ୧୦ଟି ରାଜ୍ୟକୁ ଏକ ସମୟରେ ଅନୁମୋଦନ ମିଳିିଥିବା ବେଳେ ୫ଟି ରାଜ୍ୟ ଏହାକୁ କାର୍ଯ୍ୟକାରୀ କରିଥିବା ଜଣାଯାଇଛି ।

Share Now:

Kalinga News Beuro

Leave a Reply

Next Post

ଶୀତଳ ଷଷ୍ଠୀ ଅବସରରେ ଶ୍ରୀ ଲିଙ୍ଗରାଜଙ୍କ ବିବାହ ସମ୍ପର୍ଣ୍ଣ:ବିଳମ୍ବିତ ରାତିରେ ପଡ଼ିଲା ହାତଗଣ୍ଠି

Mon Jun 18 , 2018
ସନ୍ଧ୍ୟାରେ ମଙ୍ଗନ ରାତିରେ ବାହାଘର ପୁରୁଣା ଭୁବନେଶ୍ୱର: ବାଦ ବିବାଦର ଅନ୍ତ ଘଟିଛି। ସନ୍ଧ୍ୟାରେ ମଙ୍ଗନ ପରେ ବିଳମ୍ବିତ ରାତିରେ ଠାକୁରଙ୍କ ହାତ ଗଣ୍ଠି ପଡ଼ିଛି। ସମ୍ପନ୍ନ ହୋଇଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ନୀତି। ମୁରବିମାନଙ୍କ ଦିନତମାମ କସରତ ଏବଂ ଅତିରିକ୍ତ ଜିଲ୍ଲାପାଳ ବୈଠକ କରି ସେବାୟତଙ୍କୁ ମନାଇବା ପରେ ପ୍ରଭୁ ବାହାବେଦିରେ ବସିଥିଲେ। ଆସନ୍ତା ୩୦ ତାରିଖ ସୁଦ୍ଧା ଉଚ୍ଚ ନ୍ୟାୟାଳୟର ନିର୍ଦେଶ ପାଳନ କରିବାକୁ ଅତିରିକ୍ତ ଜିଲ୍ଲାପାଳ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial