ନୂଆ ୯୬ଜଣ କରୋନା ପଜିଟିଭଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର:୫୦ ମହାରାଷ୍ଟ୍ର ଫେରନ୍ତା

ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୯୬ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୮୧୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନେ ସମସ୍ତେ ସଙ୍ଗରୋଧରେ ଥିଲେ। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ତଥ୍ୟ ଅନୁଯାୟୀ, ଏହି ୯୬ଜଣ କରୋନା ଆକ୍ରାନ୍ତଙ୍କ ଭିତରୁ ୫୦ଜଣ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାଯାଇଛି। ଗଞ୍ଜାମ ଜିଲ୍ଲାର ୬ଜଣଯାକ ସୁରତ ଫେରନ୍ତା। ଗଜପତି ଜିଲ୍ଲାର ୧୦ଜଣଯାକ ମହାରାଷ୍ଟ୍ର ଫେରନ୍ତା। ବାଲେଶ୍ୱରର ୪ଜଣଙ୍କ ଭିତରୁ ଜଣେ ଗୁଜୁରାଟ, ୨ଜଣ ମହାରାଷ୍ଟ୍ର, ଜଣେ ଗୁଜୁରାଟ ଓ ଜଣେ ତାମିଲନାଡ଼ୁ ଫେରନ୍ତା ସଂକ୍ରମିତ ଅଛନ୍ତି। ଖୋର୍ଦ୍ଧାର ୯ ସଂକ୍ରମିତଙ୍କ ଭିତରୁ ୫ଜଣ ସୁରତ ଫେରନ୍ତା, ୩ଜଣ ମହାରାଷ୍ଟ୍ର ଫେରନ୍ତା ଓ ଜଣେ ତାମିଲନାଡ଼ୁ ଫେରନ୍ତା ଅଛନ୍ତି। କଳାହାଣ୍ଡି ଜିଲ୍ଲାର ୫ ଆକ୍ରାନ୍ତଙ୍କ ଭିତରୁ ୨ଜଣ ମହାରାଷ୍ଟ୍ର ଫେରନ୍ତା, ଜଣେ ଗୁଜୁରାଟରୁ ଓ ୨ଜଣ ତେଲେଙ୍ଗାନା ଫେରିଥିବା ଜଣାଯାଇଛି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାର ଆକ୍ରାନ୍ତଜଣଙ୍କ ତାମିଲନାଡ଼ୁ ଫେରନ୍ତା ବୋଲି ଜଣାଯାଇଛି। ବଲାଙ୍ଗୀରରୁ ଚିହ୍ନଟ ୭ଜଣ ମହାରାଷ୍ଟ୍ରରୁ ଫେରିଛନ୍ତି। ଜଗତସିଂହପୁର ଜିଲ୍ଲାର ୬ଜଣ ଆକ୍ରାନ୍ତଙ୍କ ଭିତରୁ ୩ ମହାରାଷ୍ଟ୍ର ଓ ୩ ତାମିଲନାଡ଼ୁ ଫେରନ୍ତା ଅଛନ୍ତି। ଯାଜପୁର ଜିଲ୍ଲାର ୬ ସଂକ୍ରମିତଙ୍କ ଭିତରୁ ଜଣେ ଗୁଜୁରାଟ ଫେରନ୍ତା, ୪ଜଣ ମହାରାଷ୍ଟ୍ର ଫେରନ୍ତା ଓ ଜଣେ ପଶ୍ଚିମବଙ୍ଗ ଫେରନ୍ତା ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ୭ଜଣଯାକ ମହାରାଷ୍ଟ୍ର ଫେରନ୍ତା। ଦେବଗଡ଼ ଜିଲ୍ଲାର ୪ଜଣଯାକ ତେଲେଙ୍ଗାନା ଫେରନ୍ତା ଅଛନ୍ତି। କେନ୍ଦ୍ରାପଡ଼ାର ୧୦ଆକ୍ରାନ୍ତଙ୍କ ଭିତରୁ ୬ଜଣ ଗୁଜୁରାଟ,ଜଣେ ମହାରାଷ୍ଟ୍ର ଓ ଜଣେ ରାଜସ୍ଥାନରୁ ଫେରିଥିବା ଜଣାଯାଇଛି। ଭଦ୍ରକ ଜିଲ୍ଲାର ୭ଜଣଙ୍କ ଭିତରୁ ୪ ଗୁଜୁରାଟ ଫେରନ୍ତା,୨ ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ ମହାରାଷ୍ଟ୍ର ଫେରନ୍ତା ଅଛନ୍ତି।ଢେଙ୍କାନାଳ ଜିଲ୍ଲାର ୨ଜଣଯାକ ମହାରାଷ୍ଟ୍ର ଫେରନ୍ତା। ନୂଆପଡ଼ାର ୪ଜଣଯାକ ମହାରାଷ୍ଟ୍ର ଫେରନ୍ତା ଥିବା ଜଣାଯାଇଛି। କେନ୍ଦୁଝରର ସଂକ୍ରମିତଜଣକ ତେଲେଙ୍ଗାନା ଫେରନ୍ତା ଓ ପୁରୀର ସଂକ୍ରମିତଜଣକ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଦିଆଯାଇଛି। କଟକରୁ ଚିହ୍ନଟ ୬ ସଂକ୍ରମିତଙ୍କ ଭିତରୁ ୪ଜଣ ମହାରାଷ୍ଟ୍ରରୁ ଫେରିଥିବା ବେଳେ ଜଣେ ସଂକ୍ରମିତ ଆବୁଧାବି ଓ ଆରଜଣକ ଦୁବାଇ ଫେରନ୍ତା ବୋଲି ଜଣାଯାଇଛି।

Share Now:

Kalinga News Beuro

Next Post

୩୧ରେ ବଡ଼ କାଳବୈଶାଖୀ: ୫୦ରୁ ୬୦କିମି ବେଗରେ ପବନ ବହିବା ସହ ବିଜୁଳି,ଘଡ଼ଘଡ଼ି ଓ ବର୍ଷା ହେବାର ସମ୍ଭାବନା

Sat May 30 , 2020
ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ କମିବାରେ ଲାଗିଥିବା ବେଳେ କାଳବୈଶାଖୀ ତାଣ୍ଡବ ଆରମ୍ଭ ହୋଇଯାଇଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ୩୧ ତାରିଖ ଦିନ ବଡ଼ କାଳବୈଶାଖୀର ସମ୍ଭାବନା ରହିଛି। ୫୦ରୁ ୬୦କିମି ବେଗରେ ପବନ ବହିବା ସହ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial