ଝାରସୁଗୁଡା ଓ ସମ୍ବଲପୁରରେ ୪୫ ଡିଗ୍ରି ଟପିଲା ପାରଦ

ଝାରସୁଗୁଡାରେ ୪୫ ଡିଗ୍ରି ଟପିଲା ପାରଦ

ଭୁବନେଶ୍ୱର: ଆଜି ଓ ଆସନ୍ତାକାଲି ପାଇଁ ରାଜ୍ୟର ପଶ୍ଚିମ ଜିଲ୍ଲାଗୁଡ଼ିକରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ଖରା ଓ ଗରମ ପାଇଁ ହିଟ୍‌ ୱେଭ୍‌ଜନିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଉ ଏହି କ୍ରମରେ ଆଜି ଦିନବେଳେ ସମ୍ୱଲପୁର ଓ ଝାରସୁଗୁଡ଼ାରେ ତାପମାତ୍ରା ୪୫ ଡିଗ୍ରି ଟପିଛି। ଝାରସୁଗୁଡ଼ାରେ ୪୫.୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ସମ୍ବଲପୁରରେ ୪୫.୨ ଡିଗ୍ରି, ସୋନପୁରରେ ୪୪.୮ ଡିଗ୍ରି, ହୀରାକୁଦରେ ୪୪.୭ ଡିଗ୍ରି, ବୌଦ୍ଧରେ ୪୪.୬ ଡିଗ୍ରି, ବଲାଙ୍ଗୀରରେ ୪୪ ଡିଗ୍ରି, ସୁନ୍ଦରଗଡରେ ୪୩.୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ରାଉରକେଲା-୪୩.୬ ଡିଗ୍ରି, ଭବାନୀପାଟଣା ୪୩.୫ ଡିଗ୍ରି, ତାଳଚେର ୪୩.୨ ଡିଗ୍ରି, ଅନୁଗୁଳ ୪୨.୭ଡିଗ୍ରି, ବାରିପଦା ୪୨.୬ ଡିଗ୍ରି, ବରଗଡ଼ ୪୨.୪ଡିଗ୍ରି, ନୂଆପଡା ୪୨ଡିଗ୍ରି, ଦେବଗଡ ୪୨ ଡିଗ୍ରି, କେଉଁଝର ୪୧.୨ ଡିଗ୍ରି, ଜଗତସିଂହପୁର ଓ ଢେଙ୍କାନାଳରେ ୪୧ଡିଗ୍ରି, କଟକରେ ୪୦.୪ ଡିଗ୍ରି. କେନ୍ଦ୍ରାପଡାରେ ୪୦.୨ ଡିଗ୍ରି, ଫୁଲବାଣୀରେ ୪୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

Share Now:

Kalinga News Beuro

Next Post

ଓଲିଉଡ୍‌ରେ ପୁଣି କାଷ୍ଟିଂ କାଉଚ୍‌ : ମୁହଁ ଖୋଲିଲେ ପ୍ରକୃତି, ଯସ୍ମିନ୍‌

Fri Jun 9 , 2023
ପ୍ରଯୋଜକଙ୍କ ପୁଅ ନାଁରେ ସାଂଘାତିକ ଅଭିଯୋଗ ଭୁବନେଶ୍ୱର : ଓଲିଉଡ୍‌ରେ ପୁଣି କାଷ୍ଟିଂ କାଉଚ୍‌। ଆଗଧାଡ଼ିର ଦୁଇ ଅଭିନେତ୍ରୀ ଆଜି ଗଣମାଧ୍ୟମରେ ମୁହଁ ଖୋଲିବା ପରେ ସାମାଜିକ ଗଣମାଧ୍ୟମରେ ଦିନତମାମ ଚର୍ଚ୍ଚା ଜାରି ରହିଛି। ଜଣେ ପ୍ରତିଷ୍ଠିତ ପ୍ରଯୋଜକଙ୍କ ନାଁ ନେଇ ସିଧାସଳଖ ତାଙ୍କୁ କାଠଗଡ଼ାକୁ ଟାଣିଛନ୍ତି। କେବଳ ସେ ନୁହନ୍ତି, ତାଙ୍କଭଳି ଆହୁରି ୪-୫ ଜଣ ଥିବା କହିଛନ୍ତି। ବିଭିନ୍ନ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭି‌ନୟ କରିବା ପାଇଁ […]
ଓଲିଉଡ୍‌ରେ ପୁଣି କାଷ୍ଟିଂ କାଉଚ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial