୧୦ ଦଫା ଦାବି ନେଇ ଜୁନ୍‌ ୨୬ରେ ଭୁବନେଶ୍ୱରରେ ଗର୍ଜିବ ପାଚକ-ପାଚିକା ମହାସଂଘ

୨୬ରେ ଗର୍ଜିବ ପାଚକ-ପାଚିକା ମହାସଂଘ

ରାୟଗଡା: ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ଅନୁବନ୍ଧିତ ନିଖିଲ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘର ରାୟଗଡା ଜିଲ୍ଳା ସଦର ମହକୁମା ସ୍ଥିତ ଠକ୍କର ବାପା ଆଶ୍ରମ ପରିସରରେ ଶୁକ୍ରବାର ଜିଲ୍ଳାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଯୋଗଥିଲେ। ୨୦୦୯ ମସିହାରୁ ୨୦୧୨ ମସିହା ପର୍ଯ୍ୟନ୍ତ ୩୬ମାସର ବକେୟା ଦରମାକୁ ଗତ ୧୩ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଦାନ କରାଯିବା ପାଇଁ ଘୋଷଣା କରିଥିବାରୁ ଏହି ବୈଠକରେ ମହାସଂଘ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ବୈଠକରେ ପାଚକ ପାଚିକା ମହାସଂଘର ଯଥାର୍ଥ ଦାବିକୁ ରାଜ୍ୟ ସରକାର ନିଶ୍ଚିତ ଭାବେ ପୂରଣ କରିବା ଦିଗରେ ନଷ୍ପତ୍ତି ଗ୍ରହଣ କରି ସୁମଣିଷ ଗଢିବା ବିଦ୍ୟାଳୟ ମନ୍ଦିରରେ ମଧ୍ୟାହ୍ନ ଭୋଜନ ଯୋଗାଇ ଆସୁଥିବା ପାଚିକ ପାଚିକାମାନଙ୍କୁ ଉପକୃତ କରାଇବେ ବୋଲି ମୁଖ୍ୟ ଅତିଥି ଶ୍ରୀ ରାଓ ପ୍ରକାଶ କରି ଉପସ୍ଥିତ ପାଚକପାଚିକାଙ୍କୁ ଉତ୍ସାହିତ କରିଥିଲେ।
ବୈଠକରେ ମହାସଂଘର ୧୦ଦଫା ଦାବି ଉପରେ ଆଲୋଚନା କରାଯାଇଥିଲା। ପାଚକପାଚିକାଙ୍କୁ ନିଯୁକ୍ତି ପତ୍ର ଏବଂ ସରକାରୀ ମାନ୍ୟତା ପ୍ରଦାନ କରିବା, ଓଡ଼ିଶା ସରକାରଙ୍କ ଘୋଷିତ ସର୍ବନିମ୍ନ ମଜୁରୀ ୩୩୧ଟଙ୍କା ଲାଗୁ କରି ମାସିକ ୯୯୩୦ଟଙ୍କା ଦରମା ଲାଗୁ କରିବା,୨୦୧୮ ମସିହା ଜାନୁଆରୀ ଠାରୁ ବର୍ତ୍ତମାନ ପ୍ରଚଳିତ ୨୦୦୦ଟଙ୍କା ବର୍ଦ୍ଧିତ ଦରମା ହାରରେ କେନ୍ଦ୍ର ସରକାର ଦେବାକୁ ଥିବା ପ୍ରତ୍ୟେକ ରୋଷେୟାକୁ ପ୍ରାୟ ୩୬ହଜାର ଟଙ୍କା ତୁରନ୍ତ ପୈଠ କରିବା, ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରିବା, ଚିକିତ୍ସା ଭତ୍ତା ସହିତ ଜୀବନ ବୀମାର ସୁବିଧା କରିବା,ଏମଏମସି ବାହାର କରିବାର ଏବଂ ନିଯୁକ୍ତ କରିବା ବ୍ୟବସ୍ଥାକୁ ସରକାରଙ୍କ ବିଦ୍ୟାଳୟ ବିଭାଗ ସିଧାସଳଖ ନିୟନ୍ତ୍ରଣରେ ରଖିବା, ଭବିଷ୍ୟତ ନିଧି ଯୋଜନାରେ ସାମିଲ କରିବା, ୬୦ବର୍ଷରୁ ଅଧିକ ବୟସ୍କଙ୍କୁ କାର୍ଯ୍ୟରୁ ଅବ୍ୟାହତ ପରେ ପେନସନ ଲାଗୁ କରିବା, ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଦରମା ଦେବା ସହ ଖରାଛୁଟିର ଦରମା ଦେବା ଭଳି ଦାବି ଉପରେ ଆଲୋଚନା କରାଯାଇଥିଲା।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପାଚକ ପାଚିକା ମହାସଂଘ ରାଜ୍ୟ କାର୍ଯ୍ୟକାରୀ ସଭାପତି ସରୋଜିନୀ କୁମୁରା, ରାଜ୍ୟ ସାଧାରଣ ସଂପାଦକ କାର୍ତ୍ତିକ ସା, ରାଜ୍ୟ ଉପସଭାନେତ୍ରୀ ଶାନ୍ତି ଲୋହରା, ରାଜ୍ୟ ସହ ସଂପାଦକ ସୁରେନ୍ଦ୍ର ଧାରୁଆ, ରାଜ୍ୟ କୋଷାଧ୍ୟକ୍ଷ ସନ୍ଧ୍ୟାରାଣୀ ସ୍ୱାଇଁ, ରାୟଗଡା ଜିଲ୍ଳା ସଭାନେତ୍ରୀ ରୁକୁଣି ବାରିକ, ବିଜୁ ଶ୍ରମିକ ସାମ୍ମୁଖ୍ୟ ଅନୁବନ୍ଧିତ ରାୟଗଡା ଜିଲ୍ଳା ଅଙ୍ଗନବାଡି କର୍ମୀ ସଂଘର ଜିଲ୍ଳା ସଂପାଦିକା ସନ୍ଧ୍ୟାରାଣୀ ବାରିକଙ୍କ ସମେତ ଅନ୍ୟମାନେ ମଂଚାସୀନ ହୋଇ ମହାସଂଘର ଦଶ ଦଫା ଦାବି ପୂରଣ ଦିଗରେ ମତ ରଖିଥିଲେ। ୧୦ ଦଫା ଦାବିରେ ପାଚକ-ପାଚିକ ସଂଘ ଆସନ୍ତା ୨୬ ତାରିଖ ଦିନ ବିକ୍ଷୋଭ ପ୍ରଦର୍ଶନ କରିବେ। ସରକାର ଯଦି ଅଣଦେଖା କରନ୍ତି ତାହା ହେଲେ ଆଗାମୀ ଦିନରେ ମହାସଂଘ ପକ୍ଷରୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ବୈଠକରେ ରାୟଗଡା ଜିଲ୍ଳା ସମେତ ଅନ୍ୟ ଜିଲ୍ଳାର ଶତାଧିକ ପାଚକ ପାଚିକାମାନେ ଯୋଗ ଦେଇଥିଲେ।

Share Now:

Kalinga News Beuro

Next Post

ରାଜ୍ୟରେ ୮ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ଓ ୬ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା

Fri Jun 16 , 2023
ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଆଗକୁ ମଧ୍ୟ ଜାରି ରହିବ। ଦିନବେଳା ରାଜ୍ୟବାସୀ ପ୍ରବଳ ଗରମ ଓ ଅସହ୍ୟ ତାତି ଗୁଳୁଗୁଳିରେ ସନ୍ତଳି ହେବେ। ତେବେ, ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଅସହ୍ୟ ତାତିରୁ କିଛିଟା ଆଶ୍ୱସ୍ତି ପ୍ରଦାନ କରିବ। ଏହି କ୍ରମରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧୭ତାରିଖ ଶନିବାର ଅପରାହ୍ନ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, […]
୬ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial