ଗର୍ଭ ଗୃହରେ ପ୍ରତିଷ୍ଠା ହେବ ୫ ବର୍ଷୀୟ ବାଳକ ରାମଙ୍କ ବିଗ୍ରହ : ଚମ୍ପତ ରାୟ

ଅଯୋଧ୍ୟା: ଅଯୋଧ୍ୟା ଧାମରେ ଏବେ ରାମଲଲ୍ଲାଙ୍କ ପ୍ରତିଷ୍ଠା ପର୍ବ ପାଇଁ ପ୍ରସ୍ତୁତି ଚାଲିଛି। ଶହ ଶହ ବର୍ଷ ପରେ ରାମଲାଲା ନିଜ ଆସ୍ଥାନରେ ବସିବାକୁ ଯାଉଛନ୍ତି। ଜାନୁଆରୀ ୨୨ ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ମନ୍ଦିରର ପ୍ରଥମ ମହଲା ପ୍ରାୟ ପ୍ରସ୍ତୁତ ହୋଇସାରିଛି। ଏହାକୁ ଚୂଡ଼ାନ୍ତ ରୂପ ଦିଆଯାଉଛି। ଏହି ଉତ୍ସବରେ ଯୋଗଦେବା ପାଇଁ ଅତିଥିମାନଙ୍କୁ ନିମନ୍ତ୍ରଣ ମିଳୁଛି। ସେପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ ମନ୍ଦିର ଗର୍ଭଗୃହରେ ପ୍ରତିଷ୍ଠା ହେବାକୁ ଥିବା ବିଗ୍ରହ ସମ୍ପର୍କରେ ସୂଚନା ଦେଇଛନ୍ତି। ଗର୍ଭଗୃହରେ ସିଂହାସନରେ ପ୍ରତିଷ୍ଠା ହେବାକୁ ଥିବା ବିଗ୍ରହର ଉଚ୍ଚତା ୫୧ ଇଞ୍ଚ ହେବ ବୋଲି ସେ କହିଛନ୍ତି। ଏହା ସହିତ ସେ କହିଥିଲେ ଯେ ରାମ ଭଗବାନ ବିଷ୍ଣୁଙ୍କ ଅବତାର ଥିଲେ, ତେଣୁ ଏହି ମୂର୍ତ୍ତି କଳାମୁଗୁନି ପଥରରେ ନିର୍ମାଣ କରାଯାଇି। ଏହି ପ୍ରତିମୂର୍ତ୍ତିରେ ଏକ ୫ ବର୍ଷର ଶିଶୁର ଚେହେରା ପ୍ରତିଫଳିତ ହେବ। ଏକା ସମୟରେ ଏହା ବାଳକ ରାମଙ୍କ ଶିଶୁ ସୁଲଭ ଠାଣିକୁ ଦର୍ଶାଇବା ସହ ଈଶ୍ଵରଙ୍କ ଦିବ୍ୟତ୍ୱ ବି ପ୍ରତିଫଳିତ ହେବ।
ଏହା ସହ ଗର୍ଭଗୃହରେ କେବଳ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ କରାଯିବ ବୋଲି ଚମ୍ପତ ରାୟ କହିଛନ୍ତି। ମା’ ଜାନକୀଙ୍କ ସହ ଗର୍ଭଗୃହରେ ମୂର୍ତ୍ତି ନ ରଖିବାର କାରଣ ବର୍ଣ୍ଣନା କରି ସେ କହିଛନ୍ତି ଯେ ଗର୍ଭଗୃହରେ ରାମଙ୍କ ପିଲାଦିନର ମୂର୍ତ୍ତି ଥିବାରୁ ଏଥିରେ ମା’ ଜାନକୀଙ୍କ ମୂର୍ତ୍ତି ରହିବ ନାହିଁ। ମନ୍ଦିରର ସମ୍ପୂର୍ଣ୍ଣ ନିର୍ମାଣ ପାଇଁ ଆହୁରି ୬ରୁ ୮ ମାସ ସମୟ ଲାଗିବ। ସଂପୂର୍ଣ୍ଣ ହେବା ପରେ ମନ୍ଦିରର ଉପର ମହଲାରେ ଭଗବାନ ରାମଙ୍କ ୩ ଭାଇ, ମାତା ଜାନକୀ ଓ ହନୁମାନଙ୍କ ମୂର୍ତ୍ତି ରହିବ ବୋଲି ଚମ୍ପତ ରାୟ କହିଛନ୍ତି।

Share Now:

Kalinga News Beuro

Next Post

ଖୋଲିଲା ରାଜଭବନ ଉଦ୍ୟାନ : ପ୍ରଥମ ଦିନ ବୁଲିଲେ ୨୫୦୦ ଲୋକ

Sat Jan 6 , 2024
ଜାନୁଆରି ମାସ ଛୁଟିଦିନରେ ଖୋଲା ରହିବ ଲୋକସେବା ଭବନ ଉଦ୍ୟାନ ଭୁବନେଶ୍ୱର: ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଶନିବାରଠାରୁ ରାଜଭବନ ଉଦ୍ୟାନ ଖୋଲିଥିବା ବେଳେ ଚଳିତ ମାସ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ବୁଲିପାରିବେ ସାଧାରଣ ଜନତା। ଆସନ୍ତାକାଲି (ରବିବାର) ଠାରୁ ଲୋକସେବା ଭବନ ଉଦ୍ୟାନ ସାଧାରଣ ଜନତାଙ୍କ ପାଇଁ ଖୋଲା ରହିବ। ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରି ମାସର ରବିବାର ସମେତ ଅନ୍ୟ ସମସ୍ତ ଛୁଟି ଦିନରେ ଲୋକସେବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial