ଘର ଭାଙ୍ଗିଲେ ହାତୀପଲ, ଅଳ୍ପକେ ବର୍ତ୍ତିଲେ ୫ ଜଣ

ଘର ଭାଙ୍ଗିଲେ ହାତୀପଲ, ଅଳ୍ପକେ ବର୍ତ୍ତିଲେ ୫ ଜଣ

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ସୁନ୍ଦୁରିଆ ଓ ପୁରୁଯୋଡ଼ା ଗ୍ରାମରେ ବଣୁଆ ହାତୀ ଉପଦ୍ରବ ଜାରି ରଖିଛନ୍ତି। ଗତକାଲି ରାତିରେ ୨ଟି ଘର ଭାଙ୍ଗିବା ସହ ଧାନ,ଚାଉଳ ଓ ଅନ୍ୟାନ୍ୟ ଆସବାବପତ୍ର ଭାଙ୍ଗିରୁଜି ନଷ୍ଟ କରିଥିବା ଅଭିଯୋଗ ହୋଇଛି। ତେବେ ହାତୀଙ୍କ ଆକ୍ରମଣରୁ ୫ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି। ୬ ଟିକିଆ ହାତୀପଲରେ ଗୋଟିଏ ଦନ୍ତା, ୩ଟି ମାଈ ଓ ୨ଟି ଛୁଆ ହାତୀ ରହିଛନ୍ତି। ରାତି ପ୍ରାୟ ୧୧ଟା ବେଳେ ପରୁଯୋଡ଼ା ଗ୍ରାମ ଜଗଦା ସାହିର ବାୟା ମୁଣ୍ଡାଙ୍କ ଘର ଓ ରାତି ୨ଟା ବେଳେ ସୁନ୍ଦୁରିଆ ଗ୍ରାମର ଧୀର ମହାକୁଡ଼, ଦୁଷ୍ମନ୍ତ ମହାକୁଡ଼ଙ୍କ ଘର ଭାଙ୍ଗିବା ସହ ଧାନ, ଚାଉଳ, ଆସବାବପତ୍ର ଭାଙ୍ଗିରୁଜି ନଷ୍ଟ କରି ଦେଇଛନ୍ତି। ଖବର ପାଇ ବନବିଭାଗ କର୍ମଚାରୀ ହାତୀଗୁଡ଼ିକୁ ଘଉଡ଼ାଇ ଥିଲେ। ଏହି ହାତୀଗୁଡ଼ିକ ଏବେ ରାଣୀବେଡ଼ା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ବଡ଼ସୁନ୍ଦୁରିଆ ଜଙ୍ଗଲରେ ରହିଥିବା ଜଣାପଡ଼ିଛି। ତେବେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ଜି-୭ ସମ୍ମିଳନୀରେ ଯୋଗଦେବାକୁ ମୋଦୀଙ୍କୁ ଆମନ୍ତ୍ରଣ କଲେ ବୋରିସ ଜନସନ

Sun Jan 17 , 2021
ନୂଆଦିଲ୍ଲୀ : ଆସନ୍ତା ଜୁନ ମାସରେ ବ୍ରିଟେନରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି। ବିଶ୍ବର ପ୍ରମୁଖ ଗଣତାନ୍ତ୍ରିକ ବିକଶିତ ଦେଶଙ୍କ ସଂଗଠନ ହେଲା ଜି-୭। ଏହାର ସଦସ୍ୟ ହେଲେ ବ୍ରିଟେନ, ଫ୍ରାନ୍ସ,କାନାଡା, ଜର୍ମାନୀ,ଆମେରିକା, ଇଟାଲି ଓ ଜାପାନ। ଏହା ସହିତ ୟୁରୋପୀୟ ସଂଘ ମଧ୍ୟ ଜି-୭ର ସଦସ୍ୟ ରହିଛି। ଏଥର ଜି-୭ ସମ୍ମିଳନୀରେ […]
ମୋଦୀଙ୍କୁ ଆମନ୍ତ୍ରଣ କଲେ ବୋରିସ ଜନସନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial