ବଢିଲା ଶିବମୂର୍ତ୍ତୀଙ୍କ ଅଡ଼ୁଆ : ଲିଙ୍ଗାୟତ ମଠ ମହନ୍ତ ପଦରୁ ହଟାଯାଇପାରେ

ଲିଙ୍ଗାୟତ ମଠ ମହନ୍ତ

ବେଙ୍ଗାଲୁରୁ : ଶିଶୁ ଯୌନ ନିର୍ଯ୍ୟାତନା ମାମଲାରେ ଗିରଫ ହୋଇ ଚିତ୍ରଦୁର୍ଗା ଜେଲରେ ବନ୍ଦୀ ଥିବା ଲିଙ୍ଗାୟତ ଧର୍ମଗୁରୁ ଡ. ଶିବମୂର୍ତ୍ତୀ ମୁରୁଗା ଶରଣରୁଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ତାଙ୍କୁ ମଠର ମହନ୍ତ ପଦ ଛାଡ଼ିବାକୁ ପଡ଼ିପାରେ। ଏଥିପାଇଁ ଚାଙ୍କ ଉପରେ ଚାରିଆଡ଼ୁ ଚାପ ପଡ଼ୁଛି। ତାଙ୍କୁ ମହନ୍ତ ପଦରୁ ହଟାଇ ଜଣେ ନୂଆ ମହନ୍ତ ନିଯୁକ୍ତ କରିବାକୁ ଉଦ୍ୟମ ଆରମ୍ଭ ହୋଇଗଲାଣି ବୋଲି ସୂଚନା ମିଳିଛି। ଗୁରୁବାରଦିନ ପ୍ରମୁଖ ଲିଙ୍ଗାୟତ ଗୁରୁ, କର୍ମକର୍ତ୍ତା ଓ ସମର୍ଥକମାନେ ଚିତ୍ରଦୂର୍ଗା ମଠରେ ଏକ ବୈଠକ କରି ମଠର ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରିଥିଲେ।
ଅନ୍ୟପକ୍ଷରେ ମଠ ଏବେ ଆଉ ଏକ ସମସ୍ୟା ଦେଇ ଗତିକରୁଛି। ଅଭିଯୁକ୍ତ ଶିବମୂର୍ତ୍ତୀ ମୁରୁଗାଙ୍କୁ ମଠର ଚେକରେ ଦସ୍ତଖତ କରିବା ଉପରେ ହାଇକୋର୍ଟ ରୋକ ଲଗାଇଥିବାରୁ ମଠର କର୍ମଚାରୀମାନେ ଦରମା ପାଇପାରୁନାହାନ୍ତି। ସେହିପରି ଦୈନନ୍ଦିନ କାମ ବି ପ୍ରଭାବିତ ହେଉଛି। ପ୍ରାୟ ୨୦୦ରୁ ଅଧିକ ଚେକ୍ ଶିବମୂର୍ତ୍ତୀ ମୁରୁଗାଙ୍କ ଦସ୍ତଖତ ଅପେକ୍ଷାରେ ରହିଛି। ସାରା ଦେଶରେ ଏହି ମଠର ୩୦୦୦ ଶାଖା ଓ ୧୫୦ରୁ ଅଧିକ ଶିକ୍ଷାନୁଷ୍ଠାନ ରହିଛି। ଚଳିତ ମାସ ୧ ତାରିଖରେ କତେକ ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ସେ ଓ ଅନ୍ୟ ୪ ଜଣଙ୍କ ନାଁରେ ୨ ଜଣ ହାଇସ୍କୁଲ ଛାତ୍ରୀଙ୍କୁ ନିର୍ୟ୍ୟାତନା ଦେଉଥିବାର ଅଭିଯୋଗ ହୋଇଛି। ପୁଲିସ ପକସୋ ଆଇନ ଅଧିନରେ ଏହି ମାମଲାର ତଦନ୍ତ କରୁଛି।

Share Now:

Kalinga News Beuro

Next Post

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡ଼କୋ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Thu Sep 29 , 2022
ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଇଡ଼କୋ(ସିଭିଲ)ର ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ଲେଙ୍କାଙ୍କ ଘରେ ଚଢ଼ାଉ କରାଯାଉଛି। ଆଜି ସକାଳୁ ଶ୍ରୀ ଲେଙ୍କାଙ୍କ ଭୁବନେଶ୍ୱର, ପୁରୀ ସମେତ କେନ୍ଦ୍ରାପଡ଼ାର ୭ଟି ସ୍ଥାନରେ ଚଢ଼ାଉ କରାଯାଉଛି। ଏହି ଚଢ଼ାଉରେ ୨ ଜଣ ଡିଏସ୍ପି, ୧୦ ଜଣ ଇନ୍ସପେକ୍ଟର, ୨ ଜଣ ସବଇନ୍ସପେକ୍ଟର ଓ ୫ ଜଣ ଏଏସଆଇ ସାମିଲ ଅଛନ୍ତି। ମିଳିଥିବା ସୂଚନା ମୁତାବକ […]
ଇଡ଼କୋ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial