ଲକ୍ଷ୍ନୌ ଏୟାରପୋର୍ଟ ଡଷ୍ଟବିନରୁ ସୁନା ଇଟା ଜବତ

ଡଷ୍ଟବିନରୁ ମିଳିଲା ସୁନା ଇଟା

ଲକ୍ଷ୍ନୌ : ଭାରତରେ ସୁନା ଉପରେ ଆମଦାନୀ ଟିକସ ବଢିଯାଇଥିବାରୁ ଚୋରାବେପାରୀମାନେ ବିଭିନ୍ନ ଅଭିନବ ଉପାୟରେ ବିଦେଶରୁ ସୁନା ଚୋରୋଚାଲାଣ କରୁଛନ୍ତି। ଗୁରୁବାରଦିନ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ଏୟାରପୋର୍ଟର ଏକ ଡଷ୍ଟବିନରୁ ୬ଟି ସୁନା ଇଟା ମିଳିଛି। ସୀମା ଶୁଳକ (କଷ୍ଟମ୍ସ) ଅଧିକାରୀମାନେ ସେଗୁଡ଼ିକୁ ଜବତ କରିଛନ୍ତି। ସେଗୁଡ଼ିକ ଉପରେ କଳା ଟେପ ଗୁଡ଼ାଯାଇଥିଲା ଓ କଳା ପଲିଥିନରେ ରଖାଯାଇଥିଲା। ପ୍ରଥମେ ଦେଖିଲେ ଜଣାପଡ଼ୁଥିଲା ଯେ କେହି ଜଣେ କିଛି ଅଳିଆ କଳା ପଲିଥିନରେ ରଖି ଫିଙ୍ଗିଦେଇଛି। ପରେ ସେଗୁଡ଼ିକୁ ଖୋଲିବା ପରେ ସତ କଥା ଜଣାପଡ଼ିଥିଲା।
ଜବତ ହୋଇଥିବା ୬ଟି ସୁନା ଇଟାର ମୂଲ୍ୟ ପ୍ରାୟ ୩୬ ଲକ୍ଷ ୬୦ ହଜାର ଟଙ୍କା ହେବା ଅନୁମାନ କରାଯାଉଛି। ମାତ୍ର କିଏ ସେଗୁଡ଼ିକୁ ଆଣୁଥିଲା ସେ ସମ୍ପର୍କରେ ଏବେ କିଛି ଜଣାପଡ଼ିନାହିଁ। କଷ୍ଟମ୍ସ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଛି। ଏହି ଘଟଣାରେ ଜଣେ ଏୟାରପୋର୍ଟ କର୍ମଚାରୀଙ୍କ ସଂପୃକ୍ତି ଥିବା ସଂଦେହ କରାଯାଉଛି। ଗତ ସପ୍ତାହରେ ଚେନ୍ନାଇ ଏୟାରପୋର୍ଟରେ ଏକ ସମାନ ପ୍ରକାରର ଘଟଣା ଘଟିଥିଲା। ଏକ ବିମାନର ଶୌଚାଳୟ ଭିତରୁ ଏକ କିଲୋଗ୍ରାମ ଓଜନର ସୁନା ଜବତ କରାଯାଇଥିଲା। ସେଗୁଡ଼ିକର ମୂଲ୍ୟ ୪୬.୧୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହାର ତଦନ୍ତ ଜାରି ରହିଛି।

Share Now:

Kalinga News Beuro

Next Post

ମଳରେ ପୋତି ହୋଇଗଲାଣି ଫୁଲବାଣୀର ଜୀବନରେଖା ସାଲୁଙ୍କି ନଦୀ

Thu Aug 4 , 2022
‘ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ’ ପ୍ରତିଷ୍ଠା ପାଇଁ ସ୍ଥାୟୀ ଲୋକ ଅଦାଲତଙ୍କ ନିର୍ଦ୍ଦେଶ ଫୁଲବାଣୀ : ଫୁଲବାଣୀ ସହରର ଜୀବନରେଖା କୁହାଯାଉଥିବା ସାଲୁଙ୍କି ନଦୀ ଉତ୍କଟ ଭାବେ ପ୍ରଦୂଷିତ ହୋଇଚାଲିଛି। ଏହାକୁ ନେଇ ଫୁଲବାଣୀ ସ୍ଥାୟୀ ଲୋକ ଅଦାଲତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଫୁଲବାଣୀ ସହରର ପ୍ରତି ପରିବାରର ପାଇଖାନାରୁ ନିର୍ଗତ ମଇଳା ପାଣି ସିଧାସଳଖ ନଦୀକୁ ଛଡ଼ାଯାଉଛି। ସାଧାରଣ ଲୋକେ କିଭଳି ଏଥିରୁ ନିବୃତ୍ତ ରହିବେ ସେ ନେଇ ଉଚିତ୍‌ […]
ଫୁଲବାଣୀର ଜୀବନରେଖା ସାଲୁଙ୍କି ନଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial