କରୋନା ପରେ ଚାଷୀ ଆତ୍ମହତ୍ୟାକୁ ବଳିଯାଇଛି ବ୍ୟବସାୟୀଙ୍କ ଆତ୍ମହତ୍ୟା

ବ୍ୟବସାୟୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ : ଦେଶରେ କୃଷକ ଆତ୍ମହତ୍ୟା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହୋଇଥିବାବେଳେ ଆଉ ଗୋଟିଏ ବର୍ଗର ଆତ୍ମହତ୍ୟା ସଂଖ୍ୟା ଚିନ୍ତାଜନକଭାବେ ବଢିଚାଲିଛି। ସେମାନେ ହେଉଛନ୍ତି ବ୍ୟବସାୟୀ ବର୍ଗ। କୃଷକ ମୃତ୍ୟୁକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବାବେଳେ ଏମାନଙ୍କ ଆତ୍ମହତ୍ୟା ଚର୍ଚ୍ଚାକୁ ଆସେନାହଁ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ପରିସଂଖ୍ୟାନ ଅନୁସାରେ ୨୦୨୦ରେ ବ୍ୟବସାୟୀ ଆତ୍ମହତ୍ୟା ସଂଖ୍ୟା ଚାଷୀ ଆତ୍ମହତ୍ୟା ସଂଖ୍ୟାକୁ ଟପିଯାଇଛି। ଏହି ବର୍ଷ ୧୧୭୧୬ ଜଣ ବ୍ୟବସାୟୀ ଆତ୍ମହତ୍ୟା କରିଥିଲେ, ଯେବେକି ଆତ୍ମହତ୍ୟା କରିଥିବା କୃଷକ ସଂଖ୍ୟା ଥିଲା ୧୦୬୭୭। ୨୦୨୦ ପୂର୍ବରୁ ବି ବ୍ୟବସାୟୀମାନଙ୍କ ଆତ୍ମହତ୍ୟା ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଥିଲା। କିନ୍ତୁ କୃଷକ ଆତ୍ମହତ୍ୟା ତୁଳନାରେ ଏହା କମ ରହୁଥିଲା। ଏନସିଆରବି ତଥ୍ୟ ଅନୁସାରେ ୨୦୧୪ରୁ ୨୦୧୯ ମଧ୍ୟରେ କୃଷକ ଓ ବ୍ୟବସାୟୀ ଆତ୍ମହତ୍ୟା ମଧ୍ୟରେ ହାରାହାରି ୨ରୁ ୩ ହଜାର ଫରକ ରହୁଥିଲା। କିନ୍ତୁ ୨୦୨୦ରେ ପ୍ରଥମ ଥର ପାଇଁ ବ୍ୟବସାୟୀ ଆତ୍ମହତ୍ୟା ସଂଖ୍ୟା କୃଷକ ଆତ୍ମହତ୍ୟାକୁ ଟପିଯାଇଥିଲା। ଅର୍ଥାତ ଯେତିକି କୃଷକ ଆତ୍ମହତ୍ୟା କରିଥିଲେ ଠାରୁ ଅଧିକ ସଂଖ୍ୟକ ବ୍ୟବସାୟୀ ଆତ୍ମହତ୍ୟା କରିଥିଲେ। କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ବ୍ୟବସାୟୀମାନେ ପ୍ରବଳ କ୍ଷତି ସହିଛନ୍ତି। ଏହା ଆତ୍ମହତ୍ୟାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି।

Share Now:

Kalinga News Beuro

Next Post

ଦୁଇ ମାସର ଶିଶୁକୁ ଆମେରିକା ସୈନ୍ୟଙ୍କ ହାତକୁ ବଢ଼ାଇଦେଇଥିଲେ ବାପା-ମା : ପୁଅର ମିଳୁନି ଖବର

Sat Nov 6 , 2021
କାଲିଫର୍ଣ୍ଣିଆ: ତାଲିବାନର ଆତଙ୍କରୁ କୁନି ପୁଅକୁ ବଞ୍ଚାଇବାକୁ ଆମେରିକୀୟ ସୈନ୍ୟଙ୍କ ହାତକୁ ବଢ଼ାଇଦେଇଥିଲେ ବାପା-ମା। ତେବେ କାବୁଲ ବିମାନବନ୍ଦରର କାନ୍ଥରୁ ନିଆଯାଇଥିବା ଏହି ଶିଶୁ ଗତ ତିନି ମାସ ହେବ ନିଖୋଜ ଅଛି। ଶୁକ୍ରବାର ଏହା ସାମ୍ନାକୁ ଆସିଛି। ଏହାକୁ ନେଇ ଆମେରିକାର ବୈଦେଶିକ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ସେମାନେ ପ୍ରାୟ ୫ ମାସର ସୋହେଲ ଅହମ୍ମଦଙ୍କୁ ଖୋଜୁଛନ୍ତି। ଅଗଷ୍ଟରେ, ଯେତେବେଳେ ଶିଶୁର ସମ୍ପର୍କୀୟମାନେ ତାଙ୍କୁ ଆମେରିକୀୟ ସୈନ୍ୟଙ୍କ […]
ଦୁଇ ମାସର ଶିଶୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial