ପୁଣି କଳଙ୍କ ଲଗାଇଲେ ନକଲି ସାମ୍ବାଦିକ : ଦାଦାବଟି ପାଇଁ ଧମକ ଦେଇ ୨ ଗିରଫ

ନକଲି ସାମ୍ବାଦିକ

ଭୁବନେଶ୍ବର: ସେକ୍ସ ରାକେଟ୍ ଚାଲିଥିବା କହି କଳିଙ୍ଗବିହାର କେ-୮ର ଏକ ଗେଷ୍ଟ୍‌ ହାଉସ୍‌ ମାଲିକଙ୍କ ପାଖରୁ ୫୦ ହଜାର ଟଙ୍କା ଚାନ୍ଦା ଆଦାୟ କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ୨ଜଣ ନକଲି ସାମ୍ବାଦିକଙ୍କୁ ଗିରଫ କରିଛି। ସେମାନେ ହେଲେ, ୱେବ ପୋର୍ଟାଲ୍ ଫୋକସ୍ ପ୍ଲସ୍‌ର ରାଣାପ୍ରତାପ ଓ ସାନୁ। ସେମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ରାଣାପ୍ରତାପ ଓ ସାନୁ କ୍ୟାମେରା ଓ ବୁମ୍ ଧରି କଳିଙ୍ଗ ବିହାରସ୍ଥିତ କେ-୮ର ଏକ ଗେଷ୍ଟ୍ ହାଉସ୍‌କୁ ଯାଇଥିଲେ। ଗେଷ୍ଟହାଉସ୍‌କୁ ରହିବାକୁ ଆସିଥିବା ଜଣେ ଦମ୍ପତିଙ୍କୁ ଦେହଜୀବୀ ବୋଲି କହି ମାଲିକଙ୍କୁ ଧମକ ଦେଇଥିଲେ।
ଏଠାରେ ଦେହବ୍ୟବସାୟ ଚାଲିଛି ବୋଲି କହି ରାଣା ପ୍ରଥମେ ମାଲିକଙ୍କୁ ପୁଲିସ ଭୟ ଦେଖାଇଥିଲା। ପରେ ସାନୁ କ୍ୟାମେରା ବାହାର କରି ଗେଷ୍ଟ ହାଉସ୍ ମାଲିକ ଓ ଉକ୍ତ ଘରର ଭିଡିଓ ସୁଟିଂ କରିଥିଲା। ମାତ୍ର ମାଲିକ ଖାତିର୍‌ ନ କରିବାରୁ ଉଭୟ ଭରତପୁର ଥାନାକୁ ଯାଇ ଗେଷ୍ଟହାଉସ୍‌ରେ ଦେହ ବ୍ୟବସାୟ ଚାଲିଥିବା କହିଥିଲେ। ଘଟଣାର ସତ୍ୟତା ଯାଞ୍ଚ କରିବା ପାଇଁ ପୁଲିସ ଉକ୍ତ ଗେଷ୍ଟ ହାଉସ୍‌ରେ ଚଢ଼ଉ କରିଥିଲା। ଗେଷ୍ଟ୍ ହାଉସ୍‌ରୁ ପୁଲିସ ଖାଲି ହାତରେ ଫେରିବା ପରେ ଉଭୟଙ୍କୁ ଥାନାରୁ ଯିବାକୁ କହିଥିଲା। ପୁଲିସ ଚଢ଼ଉ କରି ଯିବା ପରେ ମାଲିକ ସାନୁ ଓ ରାଣାର ଅସଲ ଚେହେରା ପଦାକୁ ଆଣିବା ପାଇଁ ଯୋଜନା କରିଥିଲେ। ସେ ରାଣାକୁ ଫୋନ୍ କରି ମୂଲଚାଲ କରିବା କଥା କହିଥିଲେ। ରାଣା ୫୦ ହଜାର ଟଙ୍କା ଚାନ୍ଦା ମାଗିଥିଲା। ଗେଷ୍ଟହାଉସ୍ ମାଲିକ ଉକ୍ତ ବାର୍ତ୍ତାଳାପର ଅଡିଓ ରେକର୍ଡିଂ କରି ପ୍ରମାଣସ୍ବରୂପ ଭରତପୁର ଥାନାକୁ ଦେବା ସହ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଦୁହିଁଙ୍କୁ ଗିରଫ କରିଥିଲା।

Share Now:

Kalinga News Beuro

Next Post

ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ଏମ୍‌ସ ଭୁବନେଶ୍ବର ଡାକ୍ତର ଗିରଫ

Tue Oct 18 , 2022
ଭୁବନେଶ୍ବର: ଏମ୍ସ ଭୁବନେଶ୍ବରରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ପୁଲିସ ଗିରଫ କରିଥିବା ନେଇ ମଙ୍ଗଳବାର ସୂଚନା ମିଳିଛି। ସଂପୃକ୍ତ ଡାକ୍ତରଙ୍କ ନାମରେ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶୃତି ଏବଂ ପ୍ରତାରଣା ନେଇ ଅଭିଯୋଗ ରହିଛି। ଡାକ୍ତର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ତାଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ। ଦୀର୍ଘ ୨ ବର୍ଷର ସଂପର୍କ ପରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ। ଏହାପରେ ଡାକ୍ତରବାବୁ କୌଶଳ କ୍ରମେ ଅଭିଯୋଗକାରିଣୀଙ୍କ […]
ଏମ୍‌ସ ଭୁବନେଶ୍ବର ଡାକ୍ତର ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial