ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ଏମ୍‌ସ ଭୁବନେଶ୍ବର ଡାକ୍ତର ଗିରଫ

ଏମ୍‌ସ ଭୁବନେଶ୍ବର ଡାକ୍ତର ଗିରଫ

ଭୁବନେଶ୍ବର: ଏମ୍ସ ଭୁବନେଶ୍ବରରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ପୁଲିସ ଗିରଫ କରିଥିବା ନେଇ ମଙ୍ଗଳବାର ସୂଚନା ମିଳିଛି। ସଂପୃକ୍ତ ଡାକ୍ତରଙ୍କ ନାମରେ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶୃତି ଏବଂ ପ୍ରତାରଣା ନେଇ ଅଭିଯୋଗ ରହିଛି। ଡାକ୍ତର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ତାଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ। ଦୀର୍ଘ ୨ ବର୍ଷର ସଂପର୍କ ପରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ। ଏହାପରେ ଡାକ୍ତରବାବୁ କୌଶଳ କ୍ରମେ ଅଭିଯୋଗକାରିଣୀଙ୍କ ଗର୍ଭ ନଷ୍ଟ କରିଦେଇଥିଲେ। ଏନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ଏବେ ମହିଳା ପୁଲିସ ସଂପୃକ୍ତ ଡାକ୍ତରଙ୍କୁ ଗିରଫ କରିଛି।
ସୂଚନା ମୁତାବକ ଭୁବନେଶ୍ୱର ଏମ୍ସର କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତର ସେହି ହସ୍ପିଟାଲକୁ ନିଜ ବାପାଙ୍କୁ ନେଇ ଚିକିତ୍ସା କରିବାକୁ ଆସିଥିବା ଜଣେ ଯୁବତୀଙ୍କୁ ଭଲ ପାଇଯାଇଥିଲେ। ଜୟଦୀପ ଦାସଗୁପ୍ତା ନାମକ ଏହି ଡାକ୍ତର ଜଣଙ୍କ ସେହି ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ଦୁଇବର୍ଷ କାଳ ଶାରିରୀକ ସଂପର୍କ ରଖିଥିଲେ। ଏହାରି ମଧ୍ୟରେ ଯୁବତୀ ଗର୍ଭବତୀ ହୋଇଯାଇଥିଲେ। ହେଲେ ଡାକ୍ତରବାବୁ ଚତୁରତାର ସହିତ ଯୁବତୀଙ୍କ ଗର୍ଭପାତ କରିଦେଇଥିଲେ। ଏନେଇ ଯୁବତୀ ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ପୁଲିସ ଆଜି ଡାକ୍ତର ଜୟଦୀପ ଦାସଗୁପ୍ତାଙ୍କୁ ଗିରଫ କରିଥିବା ସୂଚନା ରହିଛି। ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ତାଙ୍କ ବାପାଙ୍କର ଅପରେସନ ପାଇଁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି କରିଥିଲେ। ଏହି ସମୟରେ କାର୍ଡିଓଲୋଜି ବିଭାଗର ଥିବା ଡାକ୍ତର ଜୟଦୀପ ଦାସଗୁପ୍ତା ତାଙ୍କ ବାପାଙ୍କ ଚିକିତ୍ସା କରୁଥିଲେ। ଡାକ୍ତର ଜଣଙ୍କ ତାଙ୍କୁ ବାରମ୍ବାର ପ୍ରେମ ନିବେଦନ କରିଥିଲେ। ହେଲେ ଯୁବତୀ ରାଜି ହୋଇ ନଥିଲେ। ଶେଷରେ ଡାକ୍ତର ଜୟଦୀପ ସର୍ତ୍ତ ରଖିଥିଲେ କି ତାଙ୍କ ସହ ଶାରିରୀକ ସଂପର୍କ ରଖିଲେ ଯାଇ ସେ ତାଙ୍କ ବାପାଙ୍କୁ ମେଡିକାଲରୁ ଡିସଚାର୍ଜ କରିବେ।

Share Now:

Kalinga News Beuro

Next Post

ବିରଳ ଘଟଣା : ସି ଜିନପିଙ୍ଗଙ୍କୁ ଚୀନରେ ବିରୋଧ

Tue Oct 18 , 2022
ବେଜିଂ : ଶାସକଙ୍କ ବିରୋଧରେ ଲୋକମାନଙ୍କ ବିରୋଧ, ବିକ୍ଷୋଭ ପ୍ରଦର୍ଶନ ଗଣତାନ୍ତ୍ରିକ ଦେଶରେ ଏକ ସାଧାରଣ କଥା। କାରଣ ଏହା ଲୋକମାନଙ୍କ ଗଣତାନ୍ତ୍ରିକ ଅଧିକାର। କିନ୍ତୁ ଚୀନ ପରି ଏକଛତ୍ରବାଦୀ ଦେଶରେ ଏହା ଏକ ବିରଳ ଘଟଣା। ଏପରି ବିରଳ ଘଟଣା ଏବେ ଚୀନରେ ଘଟିବାରେ ଲାଗିଛି। ଚୀନର ରାଜଧାନୀ ବେଜିଂ ଏବେ କମ୍ୟୁନିଷ୍ଟ ପାର୍ଟିର ୨୦ତମ ଜାତୀୟ କଂଗ୍ରେସ ଚାଲିଥିବାବେଳେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବିରୋଧରେ ଦେଶର କେତେକ […]
ସି ଜିନପିଙ୍ଗଙ୍କୁ ଚୀନରେ ବିରୋଧ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial