ମୋଟୁ ଥାନା ହାଜତରେ ଥାର୍ଡ ଡିଗ୍ରି

ମୋଟୁ ଥାନା ହାଜତରେ ଥାର୍ଡ ଡିଗ୍ରି

ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହେଲେ ଦୁଇ ଯୁବକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁ ଥାନାରେ ଚୋରି ମାମଲାରେ ଅଟକ ଦୁଇ ଯୁବକଙ୍କୁ ନିର୍ଧୁମ ମାଡ଼ ମରାଯାଇଥିବାର ଅଭିଯୋଗ ହୋଇଛି। ତିନି ଦିନ ଧରି ଥାନାରେ ଅଟକ ରଖି ଉଭୟଙ୍କୁ ମାଡ଼ ମରାଯାଇଥିବାରୁ ଏବେ ଦୁଇ ଯୁବକ ଗୁରୁତର ହୋଇ ଏମଭି-୭୯ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଗତ କିଛିଦିନ ତଳେ ଏମଭି-୮୧ ଗାଁରୁ ଅଭିଜିତ ବିଶ୍ୱାସଙ୍କ ଘରୁ ସୁନା ଗହଣା ଏବଂ ନଗଦ ଟଙ୍କା ଚୋରି ଘଟଣାକୁ ନେଇ ଗାଁଲୋକେ ଦୁଇ ଯୁବକଙ୍କୁ ସନ୍ଦେହ କରିଥିଲେ। ଏନେଇ ଗାଁରେ ହୋଇଥିଲା ଖାପ ପଞ୍ଚାୟତ। ଗାଁର ନିଷ୍ପତ୍ତି ଅନୁସାରେ ଏହି ଦୁଇ ଯୁବକ ବିନୋଦ ବିଶ୍ୱାସ ଏବଂ ବିପ୍ଳବ ହାଲଦାରଙ୍କ ନାଁରେ ପୁଲିସ ନିକଟରେ ଲିଖିତ ଅଭିଯୋଗ ପରେ ପୁଲିସ ଉଭୟଙ୍କୁ ଉଠାଇ ନେଇଥିଲା। ତେବେ ଥାନା ହାଜତରେ ତିନିଦିନ କାଳ ଏହି ଦୁଇ ଯୁବକଙ୍କୁ ନିର୍ଧୁମ ମାଡ଼ ମରାଯାଇଥିବାରୁ ସେମାନଙ୍କ ପରିବାର ଲୋକ ନ୍ୟାୟ ପାଇଁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସେପଟେ ଏହି ଘଟଣାକୁ ନେଇ ମାଲକାନଗିରି ଆରକ୍ଷୀ ଅଧୀକ୍ଷକଙ୍କୁ ପଚରାଯିବା ପରେ ସେ କହିଛନ୍ତି, ଗାଁ ଲୋକେ ଯୁବକଙ୍କୁ ମାଡ଼ ମାରିଛନ୍ତି। ପୁଲିସ ହାଜତରେ ଦୁଇ ଯୁବକଙ୍କୁ ମାଡ଼ ମରାଯାଇନାହିଁ। ଗାଁ ଲୋକେ ଉଭୟଙ୍କୁ ମାଡ଼ ମାରିବା ପରେ ପୁଲିସ ଜିମା ଦେଇଥିଲେ। ଏନେଇ ଘଟଣାର ତଦନ୍ତ କରାଯାଉଛି।

Share Now:

Kalinga News Beuro

Next Post

ଅଖିଳେଶ ଯାଦବଙ୍କ ଲକ୍ଷ୍ନୌ ବାସଭବନ ବାହାରେ ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଲେ ପ୍ରତିବାଦକାରୀ

Mon Oct 4 , 2021
ଲକ୍ଷ୍ନୌ: ଆଜି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବାସଭବନ ବାହାରେ ପ୍ରତିବାଦକାରୀମାନେ ଗୋଟାଏ ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଲଖିମ୍‌ପୁର ଖେରି ଯାତ୍ରାରେ ପୁଲିସ ବାଧା ଦେବାରୁ ନିଜ ବାସଭବନ ନିକଟରେ ଧାରଣା ଦେଇଥିବା ଅଖିଳେଶ ଯାଦବଙ୍କ ଧାରଣାସ୍ଥଳ ଠାରୁ ମାତ୍ର ଅଳ୍ପ କେତେ ମିଟର୍‌ ଦୂରରେ ଘଟଣାଟି ଘଟିଛି। ପୁଲିସ କର୍ମଚାରୀମାନେ ଗାଡ଼ିରେ ଲାଗିଥିବା ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା ଦୃଶ୍ୟ ଗୋଟାଏ ଭିଡିଓରେ […]
ପୁଲିସ ଗାଡ଼ିରେ ନିଆଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial