ଖଣ୍ଡାଚୋଟରେ ଯୁବକ ଗୁରୁତର: ମଦନପୁରରେ ୪ ଦୁର୍ବୃତ୍ତଙ୍କ ଆତଙ୍କରାଜ

ମେଣ୍ଢାଶାଳ: ଆଜି ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ମଦନପୁର ଗ୍ରାମରେ ୪ ଅପରିଚିତ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ସେହି ଗାଁର ଲିଙ୍କନ୍ ବଳିୟାରସିଂହ ଓରଫ୍‌ ବାପିଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଗୁରୁତର କରିଛନ୍ତି। ବାପିଙ୍କ ଗୋଡ଼, ହାତ ଓ ଛାତି‌ରେ ଗଭୀର କ୍ଷତ ସୃଷ୍ଟି ହୋଇଛି ଏବଂ ସେ ଏବେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ଏହି କାଣ୍ଡ ଭିଆଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ଇନ୍‌ଫୋଭ୍ୟାଲି ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ପୁଲିସ ସ୍ଥାନୀୟ ଅଞ୍ଚଳର ସବୁ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଛି ବୋଲି ବାପିଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଇନ୍‌ଫୋଭ୍ୟାଲି ଥାନା ଆଇଆଇସିଙ୍କ ସୂଚନାନୁଯାୟୀ ବାପି ଆଜି ସକାଳୁ ମଦନପୁର କଲେଜ ଛକରୁ କ୍ଷୀର ନେଇ ଘରକୁ ଫେରୁଥିଲେ। ଗୋହିରା ପଟରୁ ଦୁଇଟି ବାଇକ୍‌ରେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ମଦନପୁର ସ୍କୁଲ୍‌ ନିକଟରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ସେମାନେ ଫେରିବା ବେଳେ ଖଣ୍ଡା ଦୁଇଟିକୁ ରାସ୍ତାରେ ଘୋଷାରି ଘୋଷାରି ନେଇଥିଲେ। ତେଣୁ ଲୋକମାନେ ଭୟରେ ସେମାନଙ୍କୁ ପିଛା କରିନଥିଲେ। ବାଇକ୍‌ ଦୁଇଟିର ନମ୍ବର ପ୍ଲେଟ୍‌ରେ ଗୋବର ଲାଗିଥିଲା। ତେଣୁ ନମ୍ବର ଜଣାପଡ଼ୁନଥିଲା। ସେହିଭଳି ସେମାନେ ହେଲ୍‌ମେଟ୍‌ ପିନ୍ଧିଥିବାରୁ ଚିହ୍ନିବା ସମ୍ଭବ ହୋଇନଥିଲା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।

Share Now:

Kalinga News Beuro

Next Post

୫ଟି ଅଧ୍ୟକ୍ଷଙ୍କ ଅନ୍ଧାରୁଆ ବାୟୋଟେକ୍‌ ପାର୍କ ପରିଦର୍ଶନ

Sun Feb 18 , 2024
ମେ’ ୨୦୨୪ରୁ ବ୍ୟବସାୟିକ ଭାବେ ଟିକା ଉତ୍ପାଦନ ଆରମ୍ଭ ହେବ ଭୁବନେଶ୍ୱର: ଆଜି ୫ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ୍‌ ଭୁବନେଶ୍ୱର ଅନ୍ଧାରୁଆ ବାୟୋଟେକ୍‌ ପାର୍କସ୍ଥିତ ସାପିଜେନ୍‌ ବାୟୋଲଜିକ୍ସ ଟିକା ଉତ୍ପାଦନ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି। ଦୈନିକ ୨.୪ କୋଟି ବିଭିନ୍ନ ପ୍ରକାରର ଟିକା ଉତ୍ପାଦନକ୍ଷମତା ଥିବା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଟିକା ଉତ୍ପାଦନ ପ୍ଲାଣ୍ଟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial