ଏଏସପି ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହିତ ଗର୍ଭପାତ କରିଥିବା ଅଭିଯୋଗ ନିଲମ୍ବନ

ନୂଆଦିଲ୍ଲୀ: ଲକ୍ଷ୍ମୌରେ ଦୁଷ୍କର୍ମ ଅଭିଯୋଗରେ ଜଣେ ଏଏସପିଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ହୋଇଥିବା ଏଏସପିଙ୍କ ନାମ ରାହୁଲ ଶ୍ରୀବାସ୍ତବ ‌ବୋଲି ଜଣାପଡ଼ିଛି। ଏଏସପି ରାହୁଲ ଶ୍ରୀବାସ୍ତବଙ୍କ ବିରୋଧରେ ଦୁଷ୍କର୍ମ ଓ ଗର୍ଭପାତ କରାଇଥିବା ଭଳି ସଙ୍ଗୀନ ଅଭିଯୋଗ ହେବାପରେ ତାଙ୍କୁ ନିଲମ୍ବନ କରାଯାଇ ବିଭାଗୀୟ ଯାଞ୍ଚ ଆଦେଶ ଦିଆଯାଇଛି। ପୀଡ଼ିତା ଛାତ୍ରୀ ଅଭିଯୋଗ କରି କହିଛନ୍ତି,‘ ଏଏସପି ରାହୁଲ ବାହାନା କରି ମୋତେ ହୋଟେଲକୁ ଡାକିଥିଲେ। ସେଠାରେ ସେ ମୋତେ କିଛି ଖାଦ୍ୟ ଓ ପାନୀୟ ଦେଇଥିଲେ। ମୁଁ ତାହାକୁ ଖାଇବା ପରେ କ’ଣ ହୋଇଛି ଆଉ ଜାଣି ପାରି ନଥିଲି। ଚେତା ଆସିବା ପରେ ମୋ ସହ ଦୁଷ୍କର୍ମ ହୋଇଥିବା ଜାଣିବାକୁ ପାଇଥିଲି। ତେବେ ଏହି ସମୟରେ ସାମ୍ନାରେ ଥିବା ପୁଲିସ ଅଧିକାରୀ କହିଥିଲେ ଯଦି ମୁଁ ଏହି ଘଟଣା ବିଷୟରେ କାହାକୁ କୁହେ ସେ ରଖିଥିବା ମୋର ଅଶ୍ଳୀଳ ଫଟୋ ଭାଇରାଲ କରି ଦେବେ।
ଏହା ଶୁଣି ମୁଁ ଭୟଭୀତ ହୋଇଯାଇଥିଲି। ମୋର ଦୁଃଖ ଯନ୍ତ୍ରଣାକୁ ଛାତି ତଳେ ଚାପି ରଖି ପୁଲିସ ଅଧିକାରୀ ଯେତେବେଳେ ଯେଉଁଠାକୁ ଡାକୁଥିଲେ ମୁଁ ଘରେ ମିଛ କଥା କହି ତାଙ୍କ ପାଖରେ ଯାଇ ପହଞ୍ଚି ଯାଇଥାଏ। ଏପରି ଭାବେ ମୁଁ କିଛିଦିନ ତଳେ ଅନ୍ତସ‌ତ୍ତ୍ବା ଥିବା ବି ଜାଣିବାକୁ ପାଇଥିଲି। ଏହି ଘଟଣା ବିଷୟରେ ପୁଲିସ ଅଧିକାରୀ ଜାଣିବା ପରେ ସେ ମୋର ଗର୍ଭପାତ ବି କରାଇଥିଲେ। ଏସବୁ ନିର୍ଯାତନା ମୁଁ ଆଉ ସହ୍ୟ କରି ପାରିଲି ନାହିଁ। ମନକୁ ଦୃଢ଼ କଲି ସାମ୍ନାକୁ ଯାହାବି ଅସୁବିଧା ଆସିବ ଲଢ଼ିବ ବୋଲି ସ୍ଥିର କରି ପୁଲିସ ଅଧିକାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲି।’

Share Now:

Kalinga News Beuro

Next Post

ଚାଷୀଙ୍କ ବିରୋଧକୁ ଦେଖି ସର୍ବସାଧାରଣଙ୍କ ପାଇଁ ଲାଲକିଲ୍ଲା ସିଲ

Tue Feb 13 , 2024
ନୂଆଦିଲ୍ଲୀ: ଚାଷୀଙ୍କ ବିରୋଧକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ବ୍ୟାପକ ପୁଲିସ ଓ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ସୁରକ୍ଷା କାରଣରୁ ଐତିହାସିକ ଲାଲକିଲ୍ଲାକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଏଏସଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୁରକ୍ଷା ଦୃଷ୍ଟିରୁ ସୋମବାର ବିଳମ୍ବିତ ରାତିରେ ଲାଲକିଲ୍ଲାକୁ ବନ୍ଦ ରଖାଯାଇଛି | ଅର୍ଥାତ ପରିଦର୍ଶକମାନେ ବର୍ତ୍ତମାନ ଲାଲକିଲ୍ଲାକୁ ଯାଇପାରିବେ ନାହିଁ। ଅଧିକାରୀ କହିଛନ୍ତି ଯେ କେତେବେଳେ ଏହା ପରିଦର୍ଶକଙ୍କ ପାଇଁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial