ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ଗଣଦୁଷ୍କର୍ମ ପରେ ହତ୍ୟା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା କୁସ୍ତୁନା ଜଙ୍ଗଲରୁ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏହି ମାମଲାରେ ଜଣେ ଯୁବକକୁ ଅଟକ ରଖିଥିବା ତାଙ୍କର ଆଉ ଦୁଇ ସାଥୀଙ୍କୁ ଖୋଜୁଛି ପୁଲିସ। ଗତକାଲି ଠାରୁ ନିଖୋଜ ଥିଲେ ନାବାଳିକା। ଆଜି ସକାଳୁ ପରିବାର ଲୋକେ ଝିଅର ମୃତଦେହ ଉଦ୍ଧାର କରିବାପରେ ସାମ୍ନାକୁ ଆସିଛି ଏକ ସାଙ୍ଘାତିକ ଅଭିଯୋଗ। ଅଟକଥିବା ଯୁବକ ଓ ସାଥୀ ଗତକାଲି ଉସ୍ତୁନା ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିବାର ପରେ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିଲେ ବୋଲି ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଟକ ଥିବା ଯୁବକ ହେଲେ ଗଡ଼ିଆଜୋରର ରାକେଶ କିସାନ। ରାକେଶ କିସାନ ଗତକାଲି ଦିନ ୧୨ଟାରୁ ମୃତାଙ୍କୁ ନେଇଥିଲା। ଘରଲୋକ ଖୋଜିଖୋଜି ନ ପାଇ ରାତିରେ ପୁଲିସକୁ ଏନେଇ ସୂଚନା ଦେଇଥିଲେ। ପରେ ମୋବାଇଲ ନମ୍ବର ଟ୍ରାକ କରି ପୁଲିସ ଅଭିଯୁକ୍ତକୁ ଧରିଥିଲା।

Share Now:

Kalinga News Beuro

Next Post

ମାଉସୀ ମା’ ପାର୍କ ଗ୍ରିଲ୍‌ ତାଡ଼ିନେଲେ ଦୁର୍ବୃତ୍ତ : ପୋଲିସ ନିଷ୍କ୍ରିୟ

Wed Jan 10 , 2024
ଭୁବନେଶ୍ୱର: ଗତକାଲି ରାତିରେ ଦୁର୍ବୃତ୍ତମାନେ ମାଉସୀ ମା’ ମନ୍ଦିର ପରିସରସ୍ଥ ରାମେଶ୍ୱର ପାର୍କର ଗ୍ରିଲ୍‌କୁ ତାଡ଼ି ନେଇଛନ୍ତି। ପ୍ରାୟ ୫୦ ମିଟର ଲମ୍ବର ଗ୍ରିଲ୍‌ ଚୋରି ହୋଇଥିବା ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ଆଜି ଏଏସ୍ଆଇ ସଂରକ୍ଷଣ ସହାୟକ ଦେବାଶିଷ ବିଶ୍ୱାସ ବଡ଼ଗଡ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ପ୍ରାଥମିକ ତଦନ୍ତ କରିଛି, କିନ୍ତୁ ଦୁର୍ବୃତ୍ତମାନଙ୍କ ଟେର୍ ମିଳିନଥିବା ସୂଚନା ମିଳିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଖଟି କରୁଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial