ମନୀଷ ମୃତ୍ୟୁ ମାମଲା: ସିସିଟିଭି ଯାଞ୍ଚ କରୁଛି ପୁଲିସ

ମନୀଷ ମୃତ୍ୟୁ ମାମଲା

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବା ପରେ ପୋଲିସ୍ ତନାଘନା ଚଳାଇଛି। ପାତ୍ରପଡ଼ାର ଯେଉଁ ପୋଖରୀରୁ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା, ତା’ ଆଖପାଖରେ ଥିବା ସମସ୍ତ ସିସିଟିଭିକୁ ପୁଲିସ ଯାଞ୍ଚ କରୁଛି। ଏହି ମାମଲାର ଗୁମର ଖୋଲୁଛି ପୁଲିସ। ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ମାମଲାର ତଦନ୍ତ ଯେତେ ଆଗଉଛି, ଗୁମର ସେତେ ଖୋଲିବାରେ ଲାଗିଛି। ଏବେ ସାମ୍ନାକୁ ଆସିଛି ସେହି କାଳ ରାତିର ସତ। ବାରରେ ବିଲ୍ କୁ ନେଇ ବିବାଦ ହୋଇଥିବା ଜଣାପଡ଼ିଛି। ହୋଟେଲ୍ ବାରରେ ୩୫ ହଜାର ଟଙ୍କାର ବିଲ୍ ହୋଇଥିଲା। ଟଙ୍କା କିଏ ଦେବ ତାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏନେଇ ମନୀଷ ଓ ସାଙ୍ଗମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି। ଟଙ୍କା ନଦେବାରୁ ମନୀଷଙ୍କ ମୋବାଇଲ ବନ୍ଧକ ରଖିଥିଲେ ବାର କର୍ମଚାରୀ। ମନୀଷ ଘରୁ ଟଙ୍କା ମଗାଇ ବିଲ୍ ଦେଇଥିବା ସୂଚନା ମିଳିଛି। ମୋବାଇଲ ବନ୍ଧକ ରଖିବା ମନୀଷଙ୍କୁ ବାଧିଥିଲା। ଟଙ୍କା ଦେବା ପରେ ମନୀଷ ଏକା ଏକା ହୋଟେଲରୁ ବାହାରକୁ ଆସିଥିଲେ। ତେବେ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାର ଗୁମର ଆଜି ବା ଆସନ୍ତାକାଲି ସୁଦ୍ଧା ସାମ୍ନାକୁ ଆସିବ ବୋଲି ପୁଲିସ୍ ଡିସିପି ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ପାକ୍ ଉପରେ ହେବ ସର୍ଜିକାଲ ଷ୍ଟ୍ରାଇକ୍: ଅମିତ ଶାହା

Thu Oct 14 , 2021
ନୂଆଦିଲ୍ଲୀ: ପାକିସ୍ତାନକୁ ଖୋଲା ‌ଚେତାବନୀ ଦେଲେ ଗୃହମନ୍ତ୍ରୀ ଅମିତ ଶାହା। କଶ୍ମୀରରେ ଗତ କିଛି ଦିନ ହେବ ଆତଙ୍କବାଦୀଙ୍କ ଅନୁପ୍ରବେଶ ସହ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଉଥିବା ଦେଖି ଏବେ ପାକିସ୍ତାନକୁ ଚେତାଇଛନ୍ତି ଶାହା। ଯଦି ଏଭଳି ଆକ୍ରମଣ ଜାରି ରୁହେ, ତେବେ ପାକିସ୍ତାନ ଉପରେ ଏକାଧିକ ସର୍ଜିକାଲ ଷ୍ଟ୍ରାଇକ କରାଯିବ ବୋଲି କହିଛନ୍ତି ଅମିତ ଶାହା। ପୂର୍ବରୁ ଆମେ କରିଥିବା ସର୍ଜିକାଲ୍ ଷ୍ଟ୍ରାଇକ୍ ପ୍ରମାଣିତ କରିଛି ଯେ ଆମେ […]
ପାକ୍ ଉପରେ ହେବ ସର୍ଜିକାଲ ଷ୍ଟ୍ରାଇକ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial