ଇଡି ହାତରେ ଗୋଲ୍ଡେନ୍‌ ବାବାର ବିଏମ୍‌ଡବ୍ଲୁ

ଇଡି ହାତରେ ଗୋଲ୍ଡେନ୍‌ ବାବାର ବିଏମ୍‌ଡବ୍ଲୁ

ଭୁବନେଶ୍ୱର: କିଛି ଦିନ ତଳେ ଜ୍ୟୋତିରଂଜନ ବେଉରା ଓରଫ୍‌ ଗୋଲ୍ଡେନ୍‌ ବାବାର ଏକ ଅଡି କାର୍‌କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଥିବା ବେଳେ ଆଜି ତା’ର ଏକ ବିଏମ୍‌ଡବ୍ଲୁ କାର୍‌କୁ ଜବତ କରିଛି। ଏକ ଘରୋଇ ହସ୍ପିଟାଲ ପାର୍କିଂରୁ ଏହି ଦାମୀ ଗାଡ଼ିକୁ ଜବତ କରାଯାଇଛି। ସୂଚନାଯୋଗ୍ୟ ଯେ ଜ୍ୟୋତିରଂଜନର ଘର କେନ୍ଦୁଝର। ସେ ଏଠାରେ ନୀଳାଦ୍ରିବିହାର ଅଞ୍ଚଳ‌‌ରେ ରହୁଥିଲା। ଦେହସାରା ସେ ସୁନା ଅଳଙ୍କାର ପିନ୍ଧୁଥିବାରୁ ଲୋକେ ତାକୁ ଗୋଲ୍‌ଡେନ୍‌ ବାବା ବୋଲି କହୁଥିଲେ। ତେବେ ତା’ ନାଁରେ ୪ଟି ଠକେଇ ମାମଲା ଥିବା ବେଳେ ଦୁଇଟି ମାମଲାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ କରୁଛି। ଏହାଛଡ଼ା ତା’ ନାଁରେ ୧୯ରୁ ଅଧିକ ଆପରାଧିକ ମାମଲା ମଧ୍ୟ ରହିଛି। ସେ ବଡ଼ବିଲସ୍ଥିତ ଏମ୍‌ଏସ୍‌ ନ୍ୟାସନାଲ୍‌ ଏଣ୍ଟରପ୍ରାଇଜର୍ସ ନାମକ ଖଣି କମ୍ପାନିକୁ ୧୧୦ କୋଟିର ଋଣ କରାଇ ଦେବାକୁ ସଂସ୍ଥା ମାଲିକ ଚରଣଜିତ ସିଂହଙ୍କୁ ପ୍ରତିଶ୍ରୁତି ଦେଇଥିଲା। ଚରଣଜିତ୍‌ ଏଥିପାଇଁ ତାକୁ କେତୋଟି ଚେକ୍‌ ଦେଇଥିଲେ। ଏହି ଚେକ୍‌ ଜାଲିଆତି କରି ବାବା ଦିଲ୍ଲୀରୁ କୋଟି କୋଟି ଟଙ୍କା ଉଠାଇ ନେଇଥିଲା। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ପରେ ତା’ ନାଁରେ ଲକ୍ଷ୍ମୀସାଗର ଓ ସହିଦନଗର ଥାନାରେ ଠକେଇ ଅଭିଯୋଗ ହୋଇଥିଲା। ପାଖାପାଖି ୬ଜଣଙ୍କଠାରୁ ସେ ସାଢ଼େ ୫ କୋଟି ଟଙ୍କା ଠକିଥିଲା। ୨୦୨୦ ଜାନୁଆରିରେ ତାକୁ ଇଓଡବ୍ଲୁ ଗିରଫ କରିଥିଲା ଏବଂ ପରେ ଜାମିନରେ ଆସି ସେ ଫେରାର୍‌ ହୋଇଯାଇଥିଲା।

Share Now:

Kalinga News Beuro

Next Post

ବାଇକରେ ବସି ଡାକ୍ତରଙ୍କ ପାଖକୁ ଗଲା ଅସୁସ୍ଥ ବାଘ

Sat Jul 15 , 2023
ବେଙ୍ଗାଲୁରୁ: କର୍ଣ୍ଣାଟକର ହାସନ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାର ବାଗିଭାଲୁ ଗାଁରେ ଜଣେ ଯୁବକ ନିଜ ଜମି ନିକଟରେ ଏକ ଅସୁସ୍ଥ କଲରାପତ୍ରିଆ ବାଘକୁ ଦେଖିବାକୁ ପାଇଥିଲେ। ଏହାପରେ ସେ କଲରାପତ୍ରିଆ ବାଘକୁ ନିଜ ଦୁଇ ଚକିଆ ଯାନରେ ଦଉଡ଼ିରେ ବାନ୍ଧି ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସାଳୟକୁ ନେଇଯାଇଥିଲେ। ବାଟରେ ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ଘଟଣାର ଭିଡିଓ ରେକର୍ଡିଂ କରିଥିଲେ। ଭିଡିଓଟି […]
ବାଇକରେ ବସି ଡାକ୍ତରଙ୍କ ପାଖକୁ ଗଲା ଅସୁସ୍ଥ ବାଘ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial