ପଟିଆ ରେଳଷ୍ଟେସନରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

୨ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆ ରେଳଷ୍ଟେସନରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ମୁଖ୍ୟ ଅଭିଯୁକ୍ତ କୃଷ୍ଣ ଚାଲିକକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତର ଘର ବାଙ୍କୀ ପଦନପୁରରେ ହୋଇଥିବା ସୂଚନା ରହିଛି। ଅପହରଣ ପରେ ଦଉଡିରେ ବାନ୍ଧି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଗଣଦୁଷ୍କର୍ମର ଶିକାର ହୋଇଥିବା ଦୁଇଜଣ ନାବାଳିକାଙ୍କ ଅଭିଯୋଗ ଅନୁସାରେ, ଏମାନେ ପଟିଆ ଅଞ୍ଚଳରେ ରହୁନ୍ତି। ସୋମବାର ସନ୍ଧ୍ୟାରେ ପଟିଆ ରେଳଷ୍ଟେସନ ଯାଇଥିବା ବେଳେ ଦୁଇଜଣ ଯୁବକ ସେମାନଙ୍କୁ ଅପହରଣ କରି ପଟିଆ ରେଳବାଇ ଓଭରବ୍ରିଜ ନିକଟକୁ ନେଇ ଯାଇଥିଲେ। ସେଠାରେ ଦୌଡିରେ ବାନ୍ଧି ରାତିସାରା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ସକାଳେ ଏହି ଦୁଇଜଣ ନାବାଳିକା ଘରକୁ ଆସି ପରିବାର ଲୋକଙ୍କୁ ଏ ସମ୍ପର୍କରେ କହିଥିଲେ।
ପରିବାର ଲୋକେ ଏ ନେଇ ଦୁର୍ବୃତ୍ତଙ୍କୁ ପଚାରିବାରୁ ସେମାନେ ଟଙ୍କାର ଲୋଭ ଦେଖାଇ ଘଟଣା ସମ୍ପର୍କରେ କାହା ଆଗରେ ନ କହିବାକୁ ଧମକ ଦେଇଥିଲେ। ସଂଧ୍ୟାରେ ଚାଇଲଡ ଲାଇନ ଏ ସମ୍ପର୍କରେ ଖବର ପାଇବା ପରେ ଇନଫୋସିଟି ଥାନା ସହାୟତାରେ ଦୁଇଜଣ ନାବାଳିକୁ ଉଦ୍ଧାର କରିଛି। ପୁଲିସ ସହାୟତାରେ ସେମାନଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା। ଘଟଣା ଜିଆରପି ପୁଲିସ ଅଧିନରେ ଆସୁଥିବାରୁ ଏ ନେଇ ଜିଆରପି ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁସାରେ ଦୁଷ୍କର୍ମ ଶିକାର ହୋଇଥିବା ଜଣକର ବୟସ ୧୨ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣକର ବୟସ ୧୪ ବର୍ଷ।

Share Now:

Kalinga News Beuro

Next Post

ମୋ ନାମରେ ଆସିଥିବା ଅଭିଯୋଗ ମିଛ, ଧର୍ମ ପରିବର୍ତ୍ତନ ପାଇଁ ମୁଁ ଆଦୌ କହି ନାହିଁ : କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗର

Thu Jan 19 , 2023
କଟକ: ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗର ଥାନାରୁ ଫେରିଲା ପରେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ମୋ ନାମରେ ଆସିଥିବା ଅଭିଯୋଗ ମିଛ ବୋଲି କହିଛନ୍ତି। ମୁଁ କାହିଁକି ହତ୍ୟା ଉଦ୍ୟମ କରିବି? ମୁଁ କଣ ମର୍ଡରର? ଧର୍ମ ପରିବର୍ତ୍ତନ ପାଇଁ ମୁଁ ଆଦୌ ଚାପ ପକାଇନି ବୋଲି କହିଛନ୍ତି। ମୁଁ କାହିଁକି ‌ଯୌତୁକ ମାଗିବି। ଲୋକଙ୍କ ଆଶୀର୍ବାଦରୁ ଭଲରେ ଅଛି। ଅନ୍ୟପଟରେ ବୋହୂ ଶ୍ରେୟା ମିଶ୍ର ମଦ୍ୟପାନ […]
କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial