ବନ୍ଧାହେଲେ ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତରା

ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତରା

ଭୁବନେଶ୍ୱର: ଭିଜିଲାନ୍ସ ଦ୍ୱାରା ଅଟକ ଥିବା କୋଟିପତି ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତରା ଗିରଫ ହୋଇଛନ୍ତି। ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୱା ସୂଚନା ଦେଇଛନ୍ତି। ୨୪ ଘଣ୍ଟା ଧରି ଭିଜିଲାନ୍ସ ସେଲରେ ଅଟକ ଥିବା ଗୟା ସାନ୍ତରାଙ୍କ ନାଁ ରେ ୧୩ଟି ପ୍ଲଟ ଓ ଆଲିସାନ ଫ୍ଲାଟ ଅଛି। ଏହାଛଡ଼ା ତାଙ୍କ ଘରୁ ନଗଦ କୋଟିଏ ୬ ଲକ୍ଷ ଟଙ୍କା ମିଳିଥିଲା।ତାଙ୍କ ଆକାଉଣ୍ଟରେ ରହିଛି ୪ କୋଟି ୧୯ ଲକ୍ଷ ଟଙ୍କା ଚଢ଼ାଉ ବେଳେ କେଜିଏ ସୁନା ଓ ୬ କେଜି ରୁପା ଜବତ ହୋଇଥିଲା।ତାଙ୍କ ସମ୍ପତ୍ତିର ପରିମାଣ ଆହୁରି ବୃଦ୍ଧି ହେବା ନେଇ ଆଶଙ୍କା ରହିଛି। ପ୍ରକାଶ ଥାଉ କି, ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଭିଜିଲାନ୍ସର ୭ଟି ଟିମ୍ ମଙ୍ଗଳବାର ରାଜଧାନୀ ଠାରୁ ଆରମ୍ଭ କରି ଯାଜପୁର, ନୟାଗଡ଼, କୋରାପୁଟ ସ୍ଥିତ ସାନ୍ତରାଙ୍କ ଭଡ଼ାଘର ଓ ସରକାରୀ କାର୍ଯ୍ୟାଳୟ, ନୟାଗଡ଼ ଓଡ଼ଗାଁସ୍ଥିତ ପୈତୃକ ବାସଭବନ, ରାୟଗଡ଼ା ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର ସମେତ ୭ଟି ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱରରେ ଥିବା ୩ମହଲା ବିଶିଷ୍ଟ କୋଠା, ଏକ କେବୁଲ୍ ଫ୍ୟାକ୍ଟ୍ରି, ଜୟଦେବ ବିହାର ଅଞ୍ଚଳରେ ଥିବା ୪ମହଲା ବିଶିଷ୍ଠ ନିର୍ମାଣାଧୀନ ବିଲ୍ଡିଂ, ସୁଙ୍କିରେ ଥିବା ଘର ଥିବା ଜଣାପଡ଼ିଥିଲା। ଏହାଛଡ଼ା ରାଜଧାନୀରେ ୭ଟି ପ୍ଲଟ, ଯାଜପୁରରେ ୫ଟି ଏବଂ ନୟାଗଡ଼ରେ ଗୋଟିଏ ପ୍ଲଟକୁ ଠାବ କରିଥିଲା। ସେହିପରି ବିଭିନ୍ନ ବ୍ୟାଙ୍କରେ ଥିବା ୧୬ଟି ଆକାଉଣ୍ଟ ଥିବା ବେଳେ ୩ଟି ଆକାଉଣ୍ଟରେ ସାଢ଼େ ୪କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜମା ଥିବା ଜଣାପଡ଼ିଥିଲା। ବାକି ୧୨ଟି ଆକାଉଣ୍ଟର ଯାଞ୍ଚ କରାଯାଇଥିଲା। ଏହି ଚଢ଼ାଉରେ ୭ ଡିଏସପି, ୪ ଜଣ ଇନ୍ସପେକ୍ଟର, ଜଣେ ସବ୍-ଇନ୍ସପେକ୍ଟର ଏବଂ ୭ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ନିୟୋଜିତ ଥିଲେ।

Share Now:

Kalinga News Beuro

Next Post

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି : ସେଲ୍ଫି ନେବାକୁ ହେଲିକପ୍ଟର ପାଖରେ ପହଞ୍ଚିଗଲେ ମାନସିକ ରୋଗୀ

Fri Dec 23 , 2022
ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସୁରକ୍ଷାରେ ଆଜି ଏକ ବଡ ତ୍ରୁଟି ଦେଖିବାକୁ ମିଳିଛି। ଆଉ ଢିଲା ସୁରକ୍ଷା ବଳୟକୁ ଭେଦ କରି ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଯାଇଥିଲେ। ବାସ୍ତବରେ ରାଜସ୍ଥାନର ଭରତପୁର ଜିଲ୍ଲାରେ ଚୌଧୁରୀ ଚରଣ ସିଂଙ୍କ ୧୨୦ ତମ ଜନ୍ମ ବାର୍ଷିକୀ ଅବସରରେ ଏକ କୃଷକ ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ଯେତେବେଳେ ମୁଖ୍ୟମନ୍ତ୍ରୀ ଫେରିବା ପାଇଁ ହେଲିପ୍ୟାଡରେ […]
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବଡ ତ୍ରୁଟି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial