ବଳି ପାଇଁ ନାବାଳିକାକୁ ଅପହରଣ : ୩ ଗିରଫ,ଗୁଣିଆ ସମେତ ୫ ଫେରାର

ବଳି ପାଇଁ ନାବାଳିକାକୁ ଅପହରଣ

ଭାଇ ପାଖରୁ ଭଉଣୀକୁ ଛଡ଼ାଇନେଲେ, ଖଣ୍ଡା, ବାଇକ ଜବତ

‌ଶେରଗଡ଼ : ବଳି ପାଇଁ ଜଣେ ୧୨ ବର୍ଷର ନାବାଳିକାକୁ ଅପହରଣ ଉଦ୍ୟମ। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଓ ଆସିକା ଥାନା ଅଧୀନ ଚଷାପିତଳ ଗ୍ରାମରେ ଏଭଳି ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ହେଲେ ଠିକଣା ସମୟରେ ପୁଲିସ ଚଢ଼ଉ କରି ୩ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ସେମାନଙ୍କଠାରୁ ଗୋଟିଏ ପଲ‌ସର ବାଇକ (ଓଡ଼ି-୧୯ଡି-୫୫୩୫) ଓ ଦୁଇଟି ଖଣ୍ଡା ଜବତ ହୋଇଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତମାନେ ହେ‌ଲେ ସେହି ଗ୍ରାମର ଚିତ୍ରସେନ ତରାଇ, ପଞ୍ଚୁ ଗୌଡ଼ ଏବଂ ରାମଚନ୍ଦ୍ରପୁର ଗ୍ରାମର ସାଧୁ ଓରଫ ଅମିୟ କୁମାର ସ୍ୱାଇଁ। ଏଥିରେ ସଂପୃକ୍ତ ଗୁଣିଆ ସମେତ ୫ ଜଣ ଫେରାର ହୋଇ ଯାଇଥିବାବେଳେ ସେମାନଙ୍କୁ ଧରିବା ପାଇଁ ତନାଘନା ଜାରି ରହିଛି ବୋଲି ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦ‌େଇଛନ୍ତି। ସୁରତ ଫେରନ୍ତା ଚିତ୍ରସେନ ଏହି ଯୋଜନାର ମାଷ୍ଟରମାଇଣ୍ଡ ବୋଲି ପୁଲିସ କହିଛି। କୋଟିପତି ହେବା ଲକ୍ଷ୍ୟରେ ଚିତ୍ରସେନ ଷଡଯନ୍ତ୍ର କରିଥିଲା। ନାବାଳିକାଙ୍କୁ ନେଇ ବଳି ପକାଇଲେ ରାତାରାତି ଧନ ସମ୍ପତ୍ତି ହୋଇଯିବ ବୋଲି ସୁରତରୁ ବିଦ୍ୟା ଶିଖି ଆସିଥିଲା ବୋଲି ପୁଲିସର ପ୍ରାଥମିକ ଜେରା ବେଳେ ମାନିଥିବା ଜଣାପଡ଼ିଛି। ସେହିପରି ଅଭିଯୁକ୍ତ ସାଧୁ ନାଁରେ ବିଭିନ୍ନ ଥାନାରେ ୨୦ରୁ ଅଧିକ ଅପରାଧ ମାମଲା ରହିଛି।
ଅଭିଯୋଗ ଅନୁସାରେ, ଚଷାପିତଳ ଗ୍ରାମର ସ୍ବରାଜ୍ୟ ଗୌଡ଼ଙ୍କ ଘରେ ତାଙ୍କ ବାପା ଓ ଦୁଇ ଭଉଣୀ ରହୁଛନ୍ତି। ଗତ ୩ ତାରିଖ ରାତିରେ ଚିତ୍ରସେନ ଏହି ଯୋଜନା କରିଥିଲା। ହିଞ୍ଜିଳି ନିକଟ ଏକ ନଦୀକୂଳକୁ ନେଇ ନାବାଳିକାକୁ ପୂଜାର୍ଚ୍ଚନା କରି ବଳି ଦେଲେ ଟଙ୍କା ମିଳିବ ବୋଲି ଚିତ୍ରସେନ ବିଶ୍ବାସ କରି ଷଡଯନ୍ତ୍ର କରିଥିଲା। ଏଥିପାଇଁ ସେ ନିଜେ, ପଞ୍ଚୁ ଏବଂ ସାଧୁ ଓ ତା’ର ପାଞ୍ଚ ଜଣ ସହଯୋଗୀ ସ୍ବରାଜ୍ୟଙ୍କ ଘରକୁ ଯାଇ ଚତୁର୍ଥ ନାବାଳିକା ଭଉଣୀକୁ ଦେବା ପାଇଁ ଧମକ ଦେଇଥିଲେ। ଭଉଣୀକୁ ଦେଲେ ୩୦ହଜାର ଟଙ୍କା ଦେବୁ ବୋଲି କହିଥିଲେ। କିନ୍ତୁ ସେ ମନା କରିବା ପରେ ନାବାଳିକାକୁ ଜୋର‌ ଜବରଦସ୍ତ ଖଣ୍ଡା ଓ କାତି ଦେଖାଇ ଅପହରଣ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହ ଆସିକା ପୁଲିସକୁ ସୂଚନା ଦେଇଥିଲେ। ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ବ‌େ ଏକ ଟିମ ପହଞ୍ଚି ଚିତ୍ରସେନ, ପଞ୍ଚୁ ଓ ସାଧୁକୁ କାବୁ କରି ନେଇଥିଲେ। କିନ୍ତୁ ସାଧୁର ୫ଜଣ ସହଯୋଗୀ ଓ ଗୁଣିଆ ବୋମା ମାଡ଼ କରିବା ଧମକ ଦେଇ ସେଠାରୁ ଚମ୍ପଟ ମାରିଥିଲେ। ଉଉଣୀକୁ ବଳି ଦେବାକୁ ନିଆ ଯାଉଥିବା ସଂକ୍ରାନ୍ତରେ ସ୍ବରାଜ୍ୟ ଥାନାରେ ଏତଲା ଦେବା ପରେ କେସ ନମ୍ବର ୪୪୬ ଅନୁସାରେ ମାମଲା ରୁଜୁ ସହ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟ ମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତ ଅଧିକାରୀ ଶ୍ରୀ ସାହୁ ସୂଚନା ପ୍ରଦାନ କରିଛନ୍ତି।

Share Now:

Kalinga News Beuro

Next Post

ଭାରତ-ଚୀନ ସୀମା ବିବାଦ : ବାୟୁସେନାର ଘନ ଘନ ବିମାନ ଉଡ଼ାଣ

Mon Sep 7 , 2020
ଲେହ :ଚୀନ ସେନାର ଅତିକ୍ରମଣ ଉଦ୍ୟମକୁ ପଣ୍ଡ କରି ପାଙ୍ଗଙ୍ଗ୍ ସୋ ହ୍ରଦର ଉଭୟ ଉତ୍ତର ଓ ଦକ୍ଷିଣ ପାର୍ଶ୍ବରେ ଗୁରୁତ୍ବପୂର୍ଣ୍ଣ ପର୍ବତ ଶିଖର ଗୁଡ଼ିକୁ ଭାରତୀୟ ସେନାର ବୀର ଯବାନମାନେ ନିଜ କବ୍‌ଜାକୁ ନେଇଛନ୍ତି। ମୋଲଡୋଠାରେ କ୍ୟାମ୍ପ ପକାଇଥିବା ଚୀନ ସେନାର ଯବାନଙ୍କ ଉପରେ ସେହିସବୁ ପର୍ବତ ଶିଖରରୁ ଭାରତୀୟ ଯବାନମାନେ ତୀକ୍ଷ୍‌ଣ ନଜର ରଖିଛନ୍ତି। ଚୀନ ସେନାଙ୍କୁ ଆଗୁଆ ଘାଟିରେ ଜଗିଥିବା ଭାରତୀୟ ସେନାଙ୍କ ମନୋବଳ ବଢ଼ାଇବା […]
ବାୟୁସେନାର ଘନ ଘନ ବିମାନ ଉଡ଼ାଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial