ବହୁଚର୍ଚ୍ଚିତ ନାବାଳିକା ପରୀ ହତ୍ୟା ଘଟଣା : ପରୀର ବାପାଙ୍କୁ ଆକ୍ରମଣ କରିଥିବା ୧୪ ଅଭିଯୁକ୍ତ ଗିରଫ

ନାବାଳିକା ପରୀ ହତ୍ୟା ଘଟଣା-1

ଏବେ ବି ମାଷ୍ଟର ମାଇଣ୍ଡ‌ ବାବୁଲି ନାୟକ ଫେରାର

ନୟାଗଡ଼: ନୟାଗଡ଼ ସଦର ଥାନା ଅଧୀନ ଯଦୁପୁରର ନାବାଳିକା ଅମ୍ରିତାସ୍ନେହା ‌ସାହୁ ଓରଫ୍‌ ପରୀ(୫)ର ହତ୍ୟାକାରୀ ନିକଟରେ ଏ ପର୍ଯ୍ୟନ୍ତ ପୁଲିସ ପହଞ୍ଚି ପାରିନଥିବା ବେଳେ, ତା’ର ପରିବାର ଉପରେ ଗ୍ରାମର ଗୋ‌ଟିଏ ସନ୍ଦିଗ୍ଧ ଗୋଷ୍ଠୀ ଆକ୍ରମଣ କରିଥି‌ଲେ। ଗତ ୨୧ ତାରିଖରେ ପରୀର ବାପା ଅଶୋକ ସାହୁଙ୍କ ଉପରେ ଉକ୍ତ ଗ୍ରାମର ବହୁ ବ୍ୟକ୍ତି ଆକ୍ରମଣ କରିଥି‌ଲେ। ଏହି ଘଟଣାରେ ନୟାଗଡ଼ ଟାଉନ୍‌, ସଦର ଓ ଇଟାମାଟି ପୁଲିସ ମିଳିତ ଭାବେ ଚଢାଉ କରି ୧୪ ଜଣଙ୍କୁ ଗିରଫ କରିଛନ୍ତି। ଘଟଣାର ମାଷ୍ଟର ମାଇଣ୍ଡ୍‌ କୁହାଯାଉଥିବା ଅଭିଯୁକ୍ତ ବାବୁଲି ନାୟକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ‌ଖେଳୁଥିବା ବେଳେ ତାକୁ ଅପହରଣର କରିନିଆଯାଇଥିଲା। ଅନେକ ଖୋଜାଖୋଜି ପରେ ୨୩ ତାରିଖରେ ତା’ର ଶବ ଉଦ୍ଧାର ହୋଇଥିଲା। ତେବେ ମୃତଦେହ ମିଳିବା ପୂର୍ବରୁ ଗତ ୨୧ ତାରିଖ ଦିନ ପରୀ ସହିତ ଗାଁ ଦାଣ୍ଡରେ ଖେଳୁଥିବା ଜଣେ ନାବାଳକ ବିଜୁକୁ ପରୀର ବାପା ଅଶୋକ ଘଟଣା ଦିନ ପରୀକୁ ‌ କିଏ ଉଠେଇ ନେଲା, କେଉଁଆଡ଼େ ନେଲା ଆଦି ସମ୍ପର୍କରେ ପଚାରି ବୁଝୁଥିଲେ ଏବଂ ତାକୁ ପାଉଁରୁଟି ଖାଇବାକୁ ଦେଇଥିଲେ। ଏହି ସାମାନ୍ୟ କଥାକୁ ନେଇ ବିଜୁର ବାପା ବୀର ବେହେରା, ମୋ ପୁଅକୁ ପାଉରୁଟିରେ ବିଷ ଦେଇ ଅଶୋକ ହତ୍ୟା ଉଦ୍ୟମ କରୁଥିବାର ମିଛ ଅଭିଯୋଗ ଆଣି ଅଶୋକଙ୍କ ସମେତ ତାଙ୍କ ପତ୍ନୀକୁ ମରଣାନ୍ତକ ଆକ୍ରମଣ କରିଥିଲେ। ବୀର ଓ ତାଙ୍କ ଗୋଷ୍ଠୀ ଗ୍ରାମରେ ଆଶୋକଙ୍କୁ ଆକ୍ରମଣ କରି ମୁଣ୍ଡଫଟାଇ ଦେଇଥିଲେ। ଏପରିକି ଅଶୋକ ଜିଲ୍ଲା ମୁଖ୍ୟଚିକିତ୍ସାୟକୁ ଚିକିତ୍ସା ନିମନ୍ତେ ଆସିଥିବା ବେଳେ ଚିକିତ୍ସାଳୟ ପରିସରରେ ମଧ୍ୟ ତାଙ୍କୁ ଆକ୍ରମଣ କରାଯାଇଥିଲା।

କୁଚକ୍ରୀ ଗୋଷ୍ଠୀ ପରୀ ହତ୍ୟା ମାମଲାର ମୋଡ଼ ବଦଳାଇ ତା’ର ବାପାଙ୍କୁ ମିଛ ମାମଲାରେ ଛନ୍ଦି ଦେବାକୁ ଅପଚେଷ୍ଟା କରିଥିଲେ। ଅଶୋକ ଗ୍ରାମରେ ଆକ୍ରମଣର ଶିକାର ହୋଇଥିବା ନେଇ ସଦର ଥାନା ଓ ଚିକିତ୍ସାଳୟ ପରିସରରେ ଆକ୍ରମଣର ଶିକାର ହୋଇଥିବା ନେଇ ଟାଉନ ଥାନାରେ ଏତଲା ଦେଇଥିଲେ। ଟାଉନ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ, ସଦର ପୁଲିସ ୧୨ ଜଣଙ୍କୁ ଗିରଫ କରିଥିବା ଏସ୍‌ଡିପିଓ ନିରଞ୍ଜନ ପାଢୀ ସୂଚନା ଦେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଚଢାଉ କରାଯାଇଥିବା ଶ୍ରୀ ପାଢୀ କହିଛନ୍ତି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ବିଜୁର ବାପା ବୀର ସମେତ ଅନ୍ୟମାନେ ରହିଛନ୍ତି। ଏହି ଆକ୍ରମଣ ପଛର ମାଷ୍ଟର ମାଇଣ୍ଡ୍‌ ଯଦୁପୁରର ବାବୁଲି ନାୟକ ଫେରାର ଥିବା ବେଳେ ପୁଲିସ ତାକୁ ଖୋଜୁଥିବା ଜଣାପଡ଼ିଛି। ଏହି ଘଟଣାରେ ଯଦୁପୁରର ଆହୁରି ଅନେକ ଲୋକ ଗିରଫ ହେବେ ବୋଲି ଜଣାପଡ଼ିଛି। ତେବେ ଯେଉଁ ଶିଶୁକୁ ଅଶୋକ ବିଷ ଦେଇଥିବା ଅଭିଯୋଗ ଆସିଥିଲା, ସେ ଶିଶୁ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ଏପରିକି ଅଶୋକଙ୍କୁ ଫସାଇବା ପା‌ଇଁ ଉକ୍ତ ଶିଶୁର ପରିବା‌ର ସମେତ ଯଦୁପୁରର ଗୋଟିଏ ଗୋଷ୍ଠୀ ନୟାଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଠାରୁ ନେଇ ଏମ୍‌ସ ପର୍ଯ୍ୟନ୍ତ ନାଟକ କରିଥିଲେ। ତେବେ ମୂଳ ମାମଲା ପରୀ ହତ୍ୟାରେ ପୁଲିସ ଏ ପର୍ଯ୍ୟନ୍ତ ହତ୍ୟାକାରୀ ନିକଟରେ ପହଞ୍ଚି ପାରିନାହିଁ। ପରୀର ପରିବାର ଲୋକଙ୍କ କହିବାନୁଯାୟୀ ଆ‌କ୍ରମଣ ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପରୀ ହତ୍ୟ‌ାର ଷଡ଼ଯନ୍ତ୍ରକାରୀ ତଥା ସନ୍ଦିଗ୍ଧ ରହିଛନ୍ତି। ତେବେ ଆଗକୁ ଏହି ମାମଲା କିଭଳି ମୋଡ଼ ନେଉଛି, ପରୀ ହତ୍ୟାକାରୀକୁ ପୁଲିସ ଧରୁଛି କି ନାହିଁ, ‌ଦେଖିବାକୁ ବାକି ରହିଲା।

Share Now:

Kalinga News Beuro

Next Post

ରାଜଧାନୀରେ ଚାଞ୍ଚଲ୍ୟ : ସ୍ୱାମୀ ଆଗରେ ମହିଳାଙ୍କୁ ଦୁଷ୍କର୍ମ

Tue Oct 27 , 2020
ଢାବାରେ କାମ କରୁଥିଲେ ଦମ୍ପତି, ଢାବା ମ୍ୟାନେଜର୍‌ ଗିରଫ ଭୁବନେଶ୍ୱର : ସ୍ୱାମୀ ଆଗରେ ମହିଳାଙ୍କୁ ଦୁଷ୍କର୍ମ। ଅଟକାଇବାରୁ ମାଡ଼ ମାରିବା ସହ ଚାକିରି ନେଇଯିବା ଧମକ। ଏପରି ଏକ ଲଜ୍ଜାଜନକ ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶନିବାର ରାତିରେ ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ଓ ଜନଗହଳି ଅଞ୍ଚଳ ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ଥିବା ଏକ ନାମକରା ଢାବାରେ ଏହି ଘଟଣା ଘଟିଥିଲେ ହେଁ ଆଜି ପଦାକୁ ଆସିଛି। ଏହି ଘଟଣାରେ […]
ରାଜଧାନୀରେ ଚାଞ୍ଚଲ୍ୟ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial