ଭୁବନେଶ୍ୱରେ ପହଞ୍ଚିଲେ ସ୍ବିଗି ବୟ ଚିକୁନ୍: ଧଉଳି ଥାନାରେ ପଚରାଉଚରା ଜାରି

ଧଉଳି ଥାନାରେ ସ୍ବିଗି ବୟ ଚିକୁନ୍

ଭୁବନେଶ୍ୱର: ସ୍ବିଗି ବୟ ପତିତପାବନ ପୃଷ୍ଟି ଓରଫ୍ ଚିକୁନ୍ ତାଙ୍କ ପ୍ରେମିକାଙ୍କ ସହ ଭୁବନେଶ୍ୱର ପହଞ୍ଚିଛନ୍ତି। ଡେଲିଭରି ବୟ ଚିକୁନ୍ ଓ ତାଙ୍କ ପ୍ରେମିକାଙ୍କୁ ଧଉଳି ଥାନାରେ ପଚରାଉଚରା ଚାଲିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ସ୍ବିଗି ବୟ ପତିତପାବନ ପୃଷ୍ଟି ଓରଫ୍ ଚିକୁନ ନିଜେ ରଚିଥିବା ଅପହରଣର ନାଟକର ପର୍ଦ୍ଦାଫାସ୍ କରିବା ପରେ ଧଉଳି ଥାନା ପୁଲିସ ମଧ୍ୟପ୍ରଦେଶ କଟନି ରେଳଷ୍ଟେସନରେ ଅଟକ ଥିବା ଚିକୁନ୍ ଓ ତାଙ୍କ ପ୍ରେମିକାଙ୍କୁ ସାଙ୍ଗରେ ଧରି ଭୁବନେଶ୍ବର ଅଭିମୁଖେ ଗତକାଲି ବାହାରିଥିଲେ। ଗୁରୁବାର ଟ୍ରେନ୍ ଭୁବନେଶ୍ବର ପହଞ୍ଚିଛି। ଏହାପରେ ଉଭୟଙ୍କୁ ପରେ ପୁଲିସ ଧଉଳି ଥାନାରେ ପଚରାଉଚରା କରୁଛି। ତାପରେ ଚିକୁନଙ୍କୁ କୋର୍ଟରେ ହାଜର କରିବ।
ଅନ୍ୟପକ୍ଷରେ ଏହି ମିଥ୍ୟା ଅପହରଣ ନାଟକ ରଚିଥିବା ଚିକୁନଙ୍କୁ ବାନ୍ଧିବା ପାଇଁ ପୁଲିସ ନିଜ ଆଡ଼ୁ ଏକାଧିକ ମାମଲା ରୁଜୁ କରିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଚିକୁନ୍ ତା’ର ପ୍ରେମିକା କହୁଥିବା ଜଣେ ଯୁବତୀକୁ ଅପହରଣ କରିଥିବା ତାଙ୍କର ପରିବାରବର୍ଗ ଗୋପ ଥାନାରେ ଅଭିଯୋଗ କରିଥିବାରୁ ତାଙ୍କ ବିରୋଧରେ ଆଇପିସିର ଦଫା ୩୬୬ରେ ମାମଲା ରୁଜୁ ହୋଇପାରେ। ସେହିପରି ପତ୍ନୀଙ୍କ ସହ ବିଶ୍ବାସଘାତକତା କରିବା ଅଭିଯୋଗରେ ଦଫା ୪୦୬, ନିଜର ଅପହରଣ ହୋଇଥିବା କହି ପତ୍ନୀଙ୍କ ଦ୍ବାରା ମିଥ୍ୟା ଅଭିଯୋଗ କରାଇବା ଆଧାରରେ ଦଫା ୨୦୦, ମିଥ୍ୟା କ୍ରାଇମ୍ ସ୍ପଟ୍ ତିଆରି କରିବା ଓ ପ୍ରମାଣ ନଷ୍ଟ କରିବା ନେଇ ଚିକୁନଙ୍କ ବିରୋଧରେ ଦଫା ୨୦୩, ୨୦୧ ଓ ୨୧୧ ଭଳି ଏକାଧିକ ଦଫା ପୁଲିସ ଲଗାଇପାରେ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ପାକିସ୍ତାନ ହାତରେ ‘ବ୍ରହ୍ମାସ୍ତ୍ର’ ତଥ୍ୟ : ଦେଶଦ୍ରୋହ ମାମଲାରେ ଜେଲ୍‌ ଗଲେ ୪ ଅଭିଯୁକ୍ତ

Thu Sep 16 , 2021
ଧରାପକାଇଲା ଦିଲ୍ଲୀ ଗୁଇନ୍ଦା ମୁଖ୍ୟାଳୟ, କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ହାତରେ ତଦନ୍ତ କଟକ/ବାଲେଶ୍ବର : ଭାରତୀୟ ପ୍ରତିରକ୍ଷା ବିଭାଗର ‘ବ୍ରହ୍ମାସ୍ତ୍ର’ କୁହାଯାଉଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍‌’ ସମ୍ପର୍କିତ ଗୋପନୀୟ ତଥ୍ୟ ପାକିସ୍ତାନ ହାତରେ ଲାଗିଥିବା କୁହାଯାଉଛି। ଡିଆରଡିଓ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଧରାପଡ଼ିଥିବା ୪ ଠିକା କର୍ମଚାରୀ ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ୍‌ ‘ବ୍ରହ୍ମୋସ୍‌’ ସମ୍ପର୍କିତ ଗୋପନୀୟ ତଥ୍ୟ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ଲିକ୍‌ କରିଛନ୍ତି! ଘାଟିରେ ଥିବା ଗୋଳାବାରୁଦ […]
ପାକିସ୍ତାନ ହାତରେ ‘ବ୍ରହ୍ମାସ୍ତ୍ର’ ତଥ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial