ଲାଞ୍ଚ ନେଇ ଧରାପଡ଼ିଲେ ବିଏମସି ଟ୍ୟାକ୍ସ କଲେକ୍ଚର

ବିଏମସି ଟ୍ୟାକ୍ସ କଲେକ୍ଚର

ଭୁବନେଶ୍ବର: ଲାଞ୍ଚ ନେଇ ବିଏମସିର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ଓ ଅବସରପ୍ରାପ୍ତ କର୍ମଚାରୀ ଯୋଗେନ୍ଦ୍ର ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ବିଏମସି ୱାର୍ଡ ଅଫିସ ନମ୍ବର ୨୩ରେ ଅଭିଯୋଗକାରୀଙ୍କଠାରୁ ବିଏମସିର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ନିଜ ପାଇଁ ୧୫ ହଜାର ଟଙ୍କା ଓ ଯୋଗେନ୍ଦ୍ର ପ୍ରଧାନଙ୍କ ଲାଗି ସାଢ଼େ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ଏତିକି ବେଳେ ଭିଜିଲାନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲାଞ୍ଚ ଟଙ୍କା ଜବତ କରିବା ସହ ହେମନ୍ତ କୁମାର ସାହୁ ଓ ଯୋଗେନ୍ଦ୍ର ପ୍ରଧାନଙ୍କୁ ଧରିଥିଲେ। ଉଭୟଙ୍କୁ ଭିଜିଲାନ୍ସ ଅଟକ ରଖିଛି। ସେ ଦୁହେଁ ଅଭିଯୋଗକାରୀଙ୍କ ହୋଲ୍ଡିଂ ଟିକସ କମାଇବା ଲାଗି ଲାଞ୍ଚ ନେଉଥିଲେ। ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଅଧିକ ଅନୁସନ୍ଧାନ ଚାଲିଛି। ଯୋଗେନ୍ଦ୍ର ପ୍ରଧାନ ଜଣେ ପୂର୍ବତନ ଟ୍ୟାକ୍ସ କଲେକ୍ଟର ଯିଏକି ବିଏମସିରେ ଏବେ ବି କାର୍ଯ୍ୟରତ।

Share Now:

Kalinga News Beuro

Next Post

ଜାଣିଶୁଣି ଦରଦାମ ବୃଦ୍ଧି କରୁଥିବା ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ: ମନ୍ତ୍ରୀ

Mon Aug 22 , 2022
ଭୁବନେଶ୍ବର: ବନ୍ୟା ଭଳି ବିପଦ ସମୟରେ ହୋର୍ଡିଙ୍ଗ ବା ଜାଣିଶୁଣି ଦରଦାମ ବୃଦ୍ଧି କରୁଥିବା ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଦରଦାମ ବୃଦ୍ଧି ଏକ ଜାତୀୟ ଇସୁ। କିନ୍ତୁ ବନ୍ୟାକୁ ଦେଖି ଯେଉଁମାନେ ହୋର୍ଡିଙ୍ଗ କରୁଛନ୍ତି, ଦରଦାମ ବୃଦ୍ଧି କରୁଛନ୍ତି ସେମାନଙ୍କ ଉପରେ ଦୃଷ୍ଟି ଦେବାକୁ ବିଭାଗର ଇଣ୍ଟେଲିଜେନ୍ସ ଉଇଙ୍ଗ ଏବଂ ଜିଲ୍ଲା […]
ଅତନୁ ସବ୍ୟସାଚୀ ନାଏକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial