ଭୁବନେଶ୍ୱର: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଗତକାଲି ଖାରଜ ହୋଇଥିଲା। ଏଣେ ଆଜି ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଜାମିନ ଆବେଦନ ଏ ଡି ଜେ କୋର୍ଟରେ ଖାରଜ ହୋଇଛି। ଶ୍ରଦ୍ଧାଞ୍ଜଳିଙ୍କୁ ଟ୍ରାପ କରି ତାଙ୍କ ଭିଡିଓକୁ ବ୍ୟବହାର କରି ଟଙ୍କା ଆଦାୟ ମାମଲାରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ଜଣାଯାଇଛି। ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ବ୍ଲାକ ମେଲ ମାମଲାରେ ଜେ ଏମ୍ ଏଫ ସି କୋର୍ଟ ଅର୍ଚ୍ଚନାଙ୍କ ଜାମିନ ଖାରଜ କରିଥିଲେ। ଏହାପରେ ସେ ସେସନ୍ସ କୋର୍ଟରେ ପୁନଃ ଜାମିନ ଆବେଦନ କରିଛନ୍ତି। ଏହାଫଳରେ ଏହି ଦମ୍ପତି ଜେଲ୍ରୁ ମୁକୁଳିବାର ଯେଉଁ ଆଶା ରଖିଥିଲେ ତାହା ପୂରଣ ହୋଇନାହିଁ।
ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ କୋର୍ଟରେ ହାଜର ପାଇଁ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ପ୍ରଡକସନ ପିଟିସିନ ଫାଇଲ କରିଥିଲା ଇଡି। କୋର୍ଟରେ ପ୍ରଡକସନ ପରେ ଉଭୟଙ୍କୁ ରିମାଣ୍ଡରେ ଆଣିବା ପାଇଁ ଇଡି ଆବେଦନ କରିବ ବୋଲି ସୂଚନା ରହିଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସେ ଦୁହିଁଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ଇଡି। ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟରେ ବ୍ୟବହୃତ ହୋଇଥିବା କଳା ଟଙ୍କାର ଉତ୍ସ ଇଡି ଖୋଜିବାରେ ଲାଗିଛି। ଏ ନେଇ ଇଡି ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଜେରା କରିସାରିଛି। ସିନେ-ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି ବେହେରା, ଅମୀୟ ଦାସ, ଚନ୍ଦନ ଓ ପ୍ରମୋଦ ସ୍ବାଇଁଙ୍କୁ ଏବେ ସୁଦ୍ଧା ଜେରା ସରିଛି। ଆଜି ବ୍ୟବସାୟୀ ଶିବ ପ୍ରସାଦ ଦାସଙ୍କୁ ଇଡି ଜେରା କରୁଛି।
ଉପରକୋର୍ଟକୁ ଗଲେ ଅର୍ଚ୍ଚନା ଓ ଜଗବନ୍ଧୁ : ଉଭୟଙ୍କ ଜାମିନ ଆବେଦନ ଖାରଜ

Share Now: