ଆର୍ଯ୍ୟନ ଡ୍ରଗ୍‌ସ୍‌ ଖାଆନ୍ତି, ମର୍ଚାଣ୍ଟ୍‌ଙ୍କ ଜୋତାରେ ୬ ଗ୍ରାମ୍‌ ଚରସ୍‌ ଥିଲା: ‘ଏନ୍‌ସିବି’ ପଞ୍ଚନାମା

ଜେଲରେ ରହିବେ ନିଶାଡୀ ଆରୟନ୍

ମୁମ୍ବାଇ: ‘ମୁମ୍ବାଇ କ୍ରୁଜ୍‌ ଡ୍ରଗ୍‌’ ମାମଲାର ଅଭିଯୁକ୍ତ ଆର୍ଯ୍ୟନ ଖାନ୍‌ ‘ଚରସ୍‌’ ଖାଆନ୍ତି ଏବଂ ଜାହାଜରେ ଖାଇବା ଲାଗି ତାଙ୍କ ବନ୍ଧୁ ଅର୍ବାଜ୍‌ ମର୍ଚାଣ୍ଟ୍‌ ସେଥିରୁ ୬ ଗ୍ରାମ୍‌ ରଖିଥିଲେ ବୋଲି ସ୍ୱୀକାର କରିଥିବା ‘ଏନ୍‌ସିବି’ ପଞ୍ଚନାମାରେ ଉଲ୍ଲେଖ ଥିବା କଥା ରିପୋର୍ଟ କରାଯାଇଛି। ‘କର୍ଡେଲିଆ କ୍ରୁଜ୍‌’ରେ ଚଢ଼ାଉ ଓ ତଲାସ ବେଳେ ‘ଏନ୍‌ସିବି’ ଟିମ୍‌ ଏହି ପଞ୍ଚନାମା ବା ସାକ୍ଷୀମାନଙ୍କ ବୟାନ୍‌ ରେକର୍ଡ କରିଥିଲା। ଉକ୍ତ ପଞ୍ଚନାମା ଅନୁସାରେ, ‘ଏନ୍‌ସିବି’ ଅଧିକାରୀ ଆଶିଷ ପ୍ରସାଦ ସେମାନଙ୍କୁ ‘ଏନ୍‌ଡିପିଏସ୍‌ ଆକ୍ଟ୍‌’ର ଧାରା ୫୦ ସମ୍ପର୍କରେ ସେମାନଙ୍କୁ ବୁଝାଇଥିଲେ। ଗେଜେଟେଡ୍‌ ଅଫିସର୍‌ମାନଙ୍କ ସମୁଖରେ ‘ଏନ୍‌ସିବି’ ଆର୍ଯ୍ୟନ ଖାନ୍‌ ଏବଂ ଅର୍ବାଜ୍‌ ମର୍ଚାଣ୍ଟଙ୍କ ତଲାସି ନେବା କହିଥିଲେ ମଧ୍ୟ ଦୁହେଁ ମନା କରିଥିଲେ। ସେମାନଙ୍କ ନିକଟରେ କୌଣସି ଡ୍ରଗ୍‌ ଅଛି କି, ବୋଲି ପରେ ତଦନ୍ତକାରୀ ଅଧିକାରୀ ପଚାରନ୍ତେ, ତାଙ୍କ ଜୋତା ଭିତରେ ‘ଚରସ୍‌’ ଅଛି ବୋଲି ଅର୍ବାଜ୍‌ କହିଥିଲେ। ଏହାପରେ ସେ ଆପଣାଛାଏଁ ଜୋତାରୁ କଳା ଓ ଅଠାଳିଆ ପଦାର୍ଥ ଥିବା ‘ଜିପ୍‌ଲକ୍‌ ବ୍ୟାଗ୍‌’ ବାହାର କରିଥିଲେ। ‘ଡିଡି କିଟ୍‌’ରେ ପରୀକ୍ଷା କରିବା ତାହା ‘ଚରସ୍‌’ ବୋଲି ଜଣାପଡ଼ିଥିଲା। ତାଙ୍କ ପାଖରୁ ସମୁଦାୟ ୬ ଗ୍ରାମ୍‌ ‘ଚରସ୍‌’ ଉଦ୍ଧାର କରାଯାଇଛି। ଏହାଛଡ଼ା, ଆର୍ଯ୍ୟନଙ୍କ ସହ ମିଶି ସେ ଡ୍ରଗ୍‌ ଖାଆନ୍ତି ବୋଲି ଅର୍ବାଜ୍‌ ମର୍ଚାଣ୍ଟ୍‌ ‘ଏନ୍‌ସିବି’ ଅଧିକାରୀଙ୍କୁ କହିଥିଲେ।

Share Now:

Kalinga News Beuro

Next Post

୭ ଜିଲ୍ଲାରେ ବର୍ଷା ସହ ବଜ୍ରପାତର ସମ୍ଭାବନା

Sun Oct 10 , 2021
ଭୁବନେଶ୍ୱର: ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସ୍ଥିତିରେ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍‌ ପ୍ରବାହ ଏବେ ବି ଜାରି ରହିଛି। ଏହା ବର୍ତ୍ତମାନ ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ଉଚ୍ଚତାରେ ବିସ୍ତାରିତ ହୋଇ ରହିଛି। ଏହାର ପ୍ରଭାବରେ, ପରବର୍ତ୍ତୀ ୩୬ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା […]
୭ ଜିଲ୍ଲାରେ ବର୍ଷା ସହ ବଜ୍ରପାତର ସମ୍ଭାବନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial