୧୦୧ କିଲୋ ଗଞ୍ଜେଇ ଜବତ :୨ ଗିରଫ

୧୦୧ କିଲୋ ଗଂଜେଇ ଜବତ

ମାଲକାନଗିରି : ମାଲକାନଗିରି ଥାନା ପକ୍ଷରୁ ଚଢାଉ କରାଯାଇ ୧୦୧ କିଲୋ ଗଞ୍ଜେଇ ଜବତ କରାଯିବା ସହ ୨ ଜଣ ଆସାମୀକୁ ଗିରଫ କରାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବରର ପାଇ ମାଲକାନଗିରି ଥାନା ଆଇଆଇସି ରାମ ପ୍ରସାଦ ନାଗ କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟ୍ରେଲ ଛକ ନିକଟରେ ଦୁଇ ଜଣ ବ୍ୟକ୍ତି ଗଞ୍ଜେଇ ବ୍ୟାଗ ଧରି ବାହାରକୁ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ପୁଲିସ ଚଢାଉ କରିଥିଲା। ଏହି ଚଢାଉରେ ଦୁଇ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରାଯିବା ସହ ୧୦୧ କିଲୋ ଗଞ୍ଜେଇକୁ ମଧ୍ୟ ଜବତ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଏମଭି-୪୨ ଗ୍ରାମର ରାଜୁ ବିଶ୍ୱାସ ଏବଂ ଉତ୍ତର ପ୍ରଦେଶର ଆଗ୍ରା ଅଂଚଳରୁ ଆସି ଏମଭି-୧୪ ନମ୍ବର ଗ୍ରାମରେ ରହି ଗଞ୍ଜେଇ କାରବାର କରୁଥିବା ସୁରେନ୍ଦ୍ର ସିଂକୁ ପୁଲିସ ଗିରଫ କରିଛି । ଗଞ୍ଜେଇ ଚାଲାଣ ରୋକିବାରେ ମାଲକାନଗିରି ପୁଲିସର ଘନ ଘନ ଚଢାଉ ଏବଂ ଏଥିରେ ସଫଳତା ହାସଲ ହେଉଛି। ଫଳରେ ଗଞ୍ଜେଇ ଚାଲାଣକାରୀଙ୍କ ମଧ୍ୟରେ ଭେଳେଣୀ ପଡିଛି। ଏହି ଗଞ୍ଜେଇ ଚିତ୍ରକୋଣ୍ଡା ଅଞ୍ଚଳରୁ ଉତ୍ତର ପ୍ରଦେଶକୁ ଚାଲାଣ କରାଯାଉଥିବା ଜଣାପଡିଛି ।

Share Now:

Kalinga News Beuro

Next Post

ଉପକଣ୍ଠରେ ପରିବା ଦର ଆକାଶଛୁଆଁ : ପୋଟଳ ୧୦୦କୁ ବିନ୍‌ ୮୦

Wed Dec 8 , 2021
ବାତ୍ୟା ‘ଜୱାଦ’ ପ୍ରଭାବରେ ଖାଉଟି ହନ୍ତସନ୍ତ ବାଲିଅନ୍ତା: ବାତ୍ୟା ‘ଜୱାଦ’ ପ୍ରଭାବରେ ଲୋକମାନଙ୍କର ଜୀବନଜୀବିକା ପ୍ରଭାବିତ ହୋଇଛି। ବର୍ଷା, ପବନ ମାଡ଼ରେ ବିଲବାଡ଼ିରେ କୋଶଳା, ଧନିଆ, ଲଙ୍କା, ମୂଳା, ପାଳଙ୍ଗ, ଝୁଡ଼ଙ୍ଗ ଓ ବିନ୍‌ ଆଦି ଲତାଜାତୀୟ ପରିବା ଫସଲ ନଷ୍ଟ ହୋଇଯାଇଛି। ଏଥିସହ କୁଶଭଦ୍ରା ଓ ଭାର୍ଗବୀ ଓ ଦୟା ନଦୀପଠା ଅଞ୍ଚଳରେ ଲାଗିଥିବା ବିଭିନ୍ନ ପରିବା ଫସଲ ଉଜୁଡ଼ି ଯାଇଛି। ସ୍ଥାନୀୟ ନୂଆସାହି, କୁଶୁପଦା, ଝିଣ୍ଟିଶାସନ, ବାୟାଁପଦା, […]
ପରିବା ଦର ଆକାଶଛୁଆଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial