ରାଜଧାନୀରେ ୪ ବର୍ଷର ଶିଶୁପୁତ୍ର ନିଖୋଜ:୨୦ ଦିନ ହେବ ପୁଅକୁ ଖୋଜୁଛନ୍ତି ବାପା-ମା’

ଭୁବନେଶ୍ୱର : ରାଜଧାନୀରେ ୪ ବର୍ଷର ଶିଶୁ ପୁତ୍ର ନିଖୋଜ। କେହି ଦୁର୍ବୃତ୍ତ ଶିଶୁଟିକୁ ଚୋରି କରି ନେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁରୀ ଦର୍ଶନ ପାଇଁ ବିହାରରୁ ଆସିଥିବା ଏକ ପରିବାରର ୪ ବର୍ଷର ପୁଅ ଗତ ୩୧ ତାରିଖରୁ ନିଖୋଜ ଅଛି। ୨୦ ଦିନ ହେଲା ପରିବାର ପୁଅକୁ ଖୋଜି ଖୋଜି ନୟାନ୍ତ ହେଲେଣି। ତଥାପି ଶିଶୁଟିର ସନ୍ଧାନ ମିଳିନାହିଁ। ବାପା-ମାଆ କହିଛନ୍ତି, ପୁଅ ନ ମିଳିଲା ଯାଏ ସେମାନେ ବିହାର ଫେରିବେ ନାହିଁ। ରାସ୍ତାରେ ଯିଏ ଯାଉଛି, ତାକୁ ନେହୁରା ହେଉଛନ୍ତି। କହୁଛନ୍ତି, ପୁଅକୁ ଫେରାଇଦିଅ, ଆମେ ବିହାର ଚାଲିଯିବୁ। ନାମ ଅସରଦ। ବୟସ ପାଖାପାଖି ୪ ବର୍ଷ। ଡିସେମ୍ବର ୩୧ ତାରିଖ। କାଳିଆ ଦର୍ଶନ କରିବାକୁ ପୁରୀ ଆସିଥିଲେ ବିହାରର ଏହି ପରିବାର। ସାଙ୍ଗରେ ଥିଲେ ଦୁଇ ପୁଅ, ଦୁଇ ଝିଅ। ସକାଳେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ବିହାର ଫେରିବାକୁ ସନ୍ଧ୍ୟାରେ ଆସିଥିଲେ ଭୁବନେଶ୍ୱର ରେଳ ଷ୍ଟେସନକୁ । ପୁଅ ବିସ୍କୁଟ୍ ଖାଇବ ବୋଲି କହିବାରୁ, ମାଷ୍ଟର କ୍ୟାଣ୍ଟିନ ନିକଟ ରାସ୍ତା କଡରେ ଠିଆ ହୋଇ ତାକୁ ଟଙ୍କା ଦେଇଥିଲେ ଆଣିବାକୁ। ପୁଅ ଟଙ୍କା ନେଇ ଗଲା, ହେଲେ ଆଉ ଆସିଲାନି । ୨୦ ଦିନ ହେଲା ବାପା-ମାଆ ନିଖୋଜ ପୁଅର ଫେରିବା ବାଟକୁ ଅନାଇ ରହିଛନ୍ତି। ରାଜଧାନୀର ପ୍ରାୟ ସବୁ ଗଳିରେ ଖୋଜି ସାରିଲେଣି। ସେପଟେ ପୁଅକୁ ଚୋରି କରାଯାଇଥିବା ନେଇ ଏତଲା ଦେବା ପରେ ପୁଲିସ ବି ଶିଶୁର ସନ୍ଧାନ କରୁଛି। ପୁଅକୁ ନ ପାଇ ବାପା, ମା’ଙ୍କ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଫାର୍ମଗେଟ୍‌ ବସ୍ତିର ନୂଆ ଠିକଣା ପଣ୍ଡାକୁଦିଆ, ପ୍ରଶାସନ କଥା ମାନି ଛାଡ଼ିଦେଲେ

Tue Jan 21 , 2020
ଖଣ୍ଡଗିରି: ମାଟ୍ରିକ୍ ପରୀକ୍ଷା ସରିବା ପର୍ଯ୍ୟନ୍ତ ରହିଥିଲେ ଭଲ ହୋଇଥାଆନ୍ତା। ପିଲାମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇନଥାନ୍ତା। ମାତ୍ର କରାଇ ଦେଲେନି। ପ୍ରଶାସନର ଜିଦ୍ ରହିଲା। ପ୍ରଶାସନ ସହ ଲଢ଼ି ଜିତିବା ସମ୍ଭବ ନୁହେଁ। ପୁଲିସ ବଳ ଆଗରେ ସେମାନଙ୍କ ବଳ ବା କେତେ! ତେଣୁ ବାଧ୍ୟ ହୋଇ ପ୍ରଶାସନର କଥା ମାନି ବସ୍ତି ଛାଡ଼ିଦେଲେ। ସୋମବାରଠାରୁ ସେମାନଙ୍କ ନୂଆ ଠିକଣା ପାଲଟିଗଲା ପଣ୍ଡାକୁଦିଆ ବସ୍ତି। ଘର ଖଣ୍ଡେ କଲା ପର୍ଯ୍ୟନ୍ତ […]

ଆହୁରି ପଢ଼ନ୍ତୁ