ଜାଣିଶୁଣି ଦରଦାମ ବୃଦ୍ଧି କରୁଥିବା ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ: ମନ୍ତ୍ରୀ

ଅତନୁ ସବ୍ୟସାଚୀ ନାଏକ

ଭୁବନେଶ୍ବର: ବନ୍ୟା ଭଳି ବିପଦ ସମୟରେ ହୋର୍ଡିଙ୍ଗ ବା ଜାଣିଶୁଣି ଦରଦାମ ବୃଦ୍ଧି କରୁଥିବା ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଦରଦାମ ବୃଦ୍ଧି ଏକ ଜାତୀୟ ଇସୁ। କିନ୍ତୁ ବନ୍ୟାକୁ ଦେଖି ଯେଉଁମାନେ ହୋର୍ଡିଙ୍ଗ କରୁଛନ୍ତି, ଦରଦାମ ବୃଦ୍ଧି କରୁଛନ୍ତି ସେମାନଙ୍କ ଉପରେ ଦୃଷ୍ଟି ଦେବାକୁ ବିଭାଗର ଇଣ୍ଟେଲିଜେନ୍ସ ଉଇଙ୍ଗ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ହୋର୍ଡର୍ସ ଅଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା ଆମର ରହିଛି।

Share Now:

Kalinga News Beuro

Next Post

ହିନ୍ଦୁ ଧର୍ମ ଛାଡ଼ିଲେ କଣ ଆମକୁ ଭାରତର ନାଗରିକତା ମିଳିବ ? ପାକ୍ ଶରଣାର୍ଥୀଙ୍କ ପ୍ରଶ୍ନ

Mon Aug 22 , 2022
ଜୟସେଲମେର : ଗୋଟିଏ ପଟେ ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ମୌଳିକ ସୁବିଧା ଯୋଗାଇବାକୁ ସରକାର ଉଦ୍ୟମ କରୁଥିବେବେଳେ ଅନ୍ୟପଟେ ଭାରତର ନାଗରିକତା ଆଶାରେ ବର୍ଷ ବର୍ଷ ଧରି ପଡ଼ିରହିଥିବା ପାକିସ୍ତାନୀ ହିନ୍ଦୁମାନେ ନିରାଶ ହୋଇ ଫେରିଯାଉଛନ୍ତି। କିଛିଦିନ ତଳେ ନିରାଶ ହୋଇପଡ଼ିଥିବା ଏହି ଶରଣାର୍ଥୀମାନେ ଭାରତ ସରକାରଙ୍କୁ ପ୍ରଶ୍ନ କରିଥିଲେ, ଯଦି ମୁସଲମାନ ଧର୍ମ ଗ୍ରହଣ କରନ୍ତି, ତେବେ ସେମାନଙ୍କୁ କଣ ଭାରତର ନାଗରିକତା ମିଳିବ ? ଏହି ଶରଣାର୍ଥୀମାନଙ୍କ ପାଇଁ […]
ପାକ୍ ଶରଣାର୍ଥୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial