ହୋଲିରେ ରାଜରାସ୍ତା, ଗାଧୁଆ ତୁଠ ଉପରେ ନଜର ରଖିବ କମିସନରେଟ୍‌ ପୁଲିସ : ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରଙ୍ଗର ପର୍ବ ‘ହୋଲି’କୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁଲିସ କେବଳ ରାଜରାସ୍ତା ନୁହେଁ, ବରଂ ଗାଧୁଆ ତୁଠ ଉପରେ ମଧ୍ୟ ନଜର ରଖିବ। ହୋଲି ପରବର୍ତ୍ତୀ ମୁହୂର୍ତ୍ତରେ ଦୁର୍ଘଟଣା ଏଡେଇବାକୁ ପୁଲିସ ଏଭଳି ପଦକ୍ଷେପ ଗ୍ରହଣ କରିଛି। କମିସନରେଟ୍‌ ପୁଲିସ ହୋଲି ପାଇଁ ସ୍ତ୍ରତନ୍ତ୍ର ଅଭିଯାନ ଆରମ୍ଭ କରିଛି। ରଙ୍ଗ ‌ଦୋକାନରେ ବିକ୍ରି ହେଉଥିବା ରଙ୍ଗ ଯାଞ୍ଚ କରୁଛି। ନିମ୍ନମାନର ରଙ୍ଗ ବିକ୍ରି ହେଉଥିଲେ କାର୍ଯ୍ୟାନୁଷ୍ଠାନ ନେଉଛି।
ଅମାନିଆଙ୍କୁ ଜଗିବା ପାଇଁ ୩୧ଟି ସ୍ଥାନରେ ପୁଲିସ ଓ ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହେବେ। ରାଜଧାନୀର ୪ଟି ଗାଧୁଆ ତୁଠରେ ପୁଲିସ ଜଗିବେ। ପିସିଆର ଭ୍ୟାନ ସହ ୧୭ଟି ମୋବାଇଲ ଭେଇକିଲରେ ପୂରା ସହର ଉପରେ କଡ଼ା ନଜର ରଖାଯିବ। ମଦ ପିଇ ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ ହେବ। ସେହିପରି ରୋଡ ରୋମିଓଙ୍କ ଉପରେ ମଧ୍ୟ ନଜର ରଖାଯିବ। ସିସିଟିଭି ଫୁଟେଜକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ। ରସାୟନିକ ରଙ୍ଗ ବିକ୍ରି ମନା ହୋଇଥିବାରୁ ଏହା ଉପରେ ନଜର ରଖିବ ସ୍ୱତନ୍ତ୍ର ଟିମ୍। ଜଣେ ଡିସିପିଙ୍କ ନେତୃତ୍ୱରେ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। କମର୍ସିଆଲ ପାର୍ଟି କରୁଥିଲେ ପୁଲିସକୁ ସମସ୍ତ ତଥ୍ୟ ଦେବା ବାଧ୍ୟତାମୂଳକ।

Share Now:

Kalinga News Beuro

Next Post

ହୋଲିରେ ଅଘଟଣ : ଉଜୈନ ମହାକାଳେଶ୍ବର ମନ୍ଦିରରେ ଅଗ୍ନିକାଣ୍ଡ

Mon Mar 25 , 2024
ଭୋପାଳ: ମଧ୍ୟପ୍ରଦେଶର ଉଜୈନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ମହାକାଳେଶ୍ବର ମନ୍ଦିରରେ ଅଗ୍ନିକାଣ୍ଡ ଘଟିବାରୁ ଅତି କମରେ ୧୩ ଜଣ ପୁଜାରୀ ଆହତ ହୋଇଛନ୍ତି। ଏ ନେଇ ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ ଖବର ପ୍ରକାଶ କରିଛି।ହୋଲି ଅବସରରେ ମନ୍ଦିର ଗର୍ଭଗୃହରେ ହେଉଥିବା ଭଷ୍ମ ଆରତୀ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଜିଲ୍ଲାପାଳ ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇକୁ ଖବର ଦେଇଛନ୍ତି। ଆହତ ୧୩ ଜଣ ପୁଜାରୀଙ୍କୁ ଜିଲ୍ଲା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial