ଶଙ୍ଖ ଧରିବେ ଅଂଶୁମାନ!

କେନ୍ଦ୍ରାପଡ଼ା ରାଜନୀତି ସରଗରମ

 

ରାଜନଗର : ରାଜନଗର ବିଧାୟକ ଅଂଶୁମାନ ମହାନ୍ତିି କଂଗ୍ରେସରେ ରହିବେ ନା ବିଜେଡିକୁ ଯିବେ? ଏ ପ୍ରସଙ୍ଗ ଏବେ ରାଜନଗର ରାଜନୀତିକୁ ସରଗରମ କରିଛି। କିନ୍ତୁ ଅଂଶୁମାନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ସ୍ଥିତି ସ୍ପଷ୍ଟ ହୋଇପାରୁ ନାହିଁ। ଗତକାଲି ବ୍ଲକ କଂଗ୍ରେସ ବୈଠକରେ ବି ଏ ନେଇ ଜୋରଦାର ଆଲୋଚନା ହୋଇଥିଲା। କଂଗ୍ରେସର ସାଂଗଠନିକ ସ୍ଥିତି, ୱାର୍ଡକମିଟି ଗଠନ ଓ ସ୍ୱର୍ଗତ ନଳିନୀକାନ୍ତ ମହାନ୍ତିଙ୍କ ଶ୍ରାଦ୍ଧଉତ୍ସବ ପାଳନ ପାଇଁ ବୈଠକ ଡକାଯାଇଥିଲେ ବି ବୈଠକରେ ଅଂଶୁମାନଙ୍କ ବିଜେଡିକୁ ଯିବା ଚର୍ଚ୍ଚା ପ୍ରସଙ୍ଗ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ସାଜିଥିଲା। ବୈଠକରେ ବିଧାୟକଙ୍କ ବିଜେଡିକୁ ଯିବା ଚର୍ଚ୍ଚାକୁ କେତେକ ନେତା ସମର୍ଥନ କରିଥିବା ବେଳେ କେତେକ ବିରୋଧ କରିଥିଲେ। ବୈଠକରେ ୨୯ଟି ପଞ୍ଚାୟତର ଆଗଧାଡ଼ିର କର୍ମୀ ଓ ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ଦଳର ନେତା ତଥା ରାଜନଗର ବିଧାୟକ ଅଂଶୁମାନ ମହାନ୍ତିି କଂଗ୍ରେସ ଛାଡି ବିଜେଡିରେ ଯୋଗଦେବା ନେଇ ଚାଲିଥିବା ଚର୍ଚ୍ଚା ସଂପର୍କରେ ଆଲୋଚନା ହୋଇଥିଲା। ପ୍ରାୟ ସମସ୍ତ ପଂଚାୟତର କର୍ମୀମାନେ ଏହି ଚର୍ଚ୍ଚା ସପକ୍ଷ ଓ ବିପକ୍ଷରେ ମତ ରଖିଥିଲେ। ବିଧାୟକ କିନ୍ତୁ ଏ ସଂପର୍କରେ ତାଙ୍କର ସ୍ଥିତି ସ୍ପଷ୍ଟ କରିନଥିଲେ।

 

Share Now:

Kalinga News Beuro

Leave a Reply

Next Post

ଟ୍ରେନ ପଳେଇଲା ଇଞ୍ଜିନ ଛାଡି:ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍‌

Sun Apr 8 , 2018
ଟିଟିଲାଗଡ଼ : ଇଞ୍ଜିନ ଛାଡ଼ି ୧୫ କିଲୋମିଟର ଗଡ଼ିଗଲା ଟ୍ରେନ୍‌। ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନ୍‌ରେ ଘଟିଛି। ଟ୍ରେନ୍‌ଟିକୁ କେସିଙ୍ଗାଠାରେ ଅଟକି ଯାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍‌ ନିର୍ଦ୍ଧାରିତ ସମୟରେ ଟିଟିଲାଗଡ଼ ଷ୍ଟେସନ୍‌ରେ ପହଞ୍ଚି ଥିଲା। ପରେ ଏଠାରେ ଇଞ୍ଜିନ ବଦଳା ଯାଉଥିଲା। ଅସାବଧାନତା ଯୋଗୁଁ ହଠାତ ବଗି ଗୁଡ଼ିକ ଗଡ଼ି ଯାଇଥିଲା। ପାଖାପାଖି ୧୫ କିଲୋମିଟର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial