ଟ୍ରେନ ପଳେଇଲା ଇଞ୍ଜିନ ଛାଡି:ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍‌

ଟିଟିଲାଗଡ଼ : ଇଞ୍ଜିନ ଛାଡ଼ି ୧୫ କିଲୋମିଟର ଗଡ଼ିଗଲା ଟ୍ରେନ୍‌। ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନ୍‌ରେ ଘଟିଛି। ଟ୍ରେନ୍‌ଟିକୁ କେସିଙ୍ଗାଠାରେ ଅଟକି ଯାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।
ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍‌ ନିର୍ଦ୍ଧାରିତ ସମୟରେ ଟିଟିଲାଗଡ଼ ଷ୍ଟେସନ୍‌ରେ ପହଞ୍ଚି ଥିଲା। ପରେ ଏଠାରେ ଇଞ୍ଜିନ ବଦଳା ଯାଉଥିଲା। ଅସାବଧାନତା ଯୋଗୁଁ ହଠାତ ବଗି ଗୁଡ଼ିକ ଗଡ଼ି ଯାଇଥିଲା। ପାଖାପାଖି ୧୫ କିଲୋମିଟର ଗଡ଼ି ଯାଇଥିଲା। ଏହି ସମୟରେ ବଗିରେ ଥିବା ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। କିଛି ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ। ଶେଷରେ କେସିଙ୍ଗାଠାରେ ବଗି ଗୁଡ଼ିକୁ ଅଟକା ଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ଗରମ ଦିନରେ ପିଅନ୍ତୁ ନଡ଼ିଆ ପାଣି, ମିଳିବ ଏସବୁ ଫାଇଦା

Sun Apr 8 , 2018
ନଡିଆ ପାଣି ସ୍ୱାସ୍ଥ୍ୟ ଲାଗି ଭାରି ଉପକାରୀ। ଏଥିରେ ଖଣିଜ ଲବଣ ଭରପୂର ମାତ୍ରାରେ ରହିଛି। ନିୟମିତ ନଡିଆ ପାଣି ପିଇବା ଦ୍ୱାରା ଅନେକ ରୋଗକୁ ଦୂର କରାଯାଇପାରିବ।ଏହା ଆମ ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ ମଧ୍ୟ ବଢାଇଥାଏ। ତେବେ ଆସନ୍ତୁ ଜାଣିବା ନଡ଼ିଆ ପାଣି ପିଇବା ଦ୍ୱାରା ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ। ୧.ନିୟମିତ ନଡ଼ିଆ ପାଣି ପିଇବା ଦ୍ୱାରା କିଡ୍‌ନୀ ସୁସ୍ଥ ରହେ। ୨.ଏହାର ପାଣି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial