ଭୁବନେଶ୍ବର: ଓଡ଼ିଶା ପୁଲିସର ୮୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର ସପ୍ତମ ବାଟାଲିଆନଠାରେ କମିସନରେଟ ପୁଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କମିସନରେଟ ପୁଲିସ ଆଗାମୀ ଦିନରେ କିପରି ଅଧିକରୁ ଅଧିକ ଭଲ କାମ କରି ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ସେ ନେଇ ଆଜି ସଂକଳ୍ପ ନିଆଯାଇଥିବା ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ସେବା ମନୋବୃତ୍ତି ନେଇ କମିସନରେଟ ପୁଲିସ କାମ କରିବ। ଜନସାଧାରଣଙ୍କ ନିକଟରେ ପହଞ୍ଚିବା ପାଇଁ ଯେଉଁ କାମ ପୂର୍ବରୁ ଚାଲୁଥିଲା ଏବଂ ଏବେ ଚାଲିଛି ତାକୁ ପୁନଃରୂପ ଦେଇ ଆଗେଇ ନେବାକୁ କହିଛନ୍ତି ପୁଲିସ କମିସନର। ଏହାସହ ଆଜିଠୁ କମିସନରେଟ ପୁଲିସ ପକ୍ଷରୁ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଷ୍ଟ୍ରେସ ମ୍ୟାନେଜମେଣ୍ଟ ପାଇଁ ବ୍ଲିସ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା କହିଛନ୍ତି ପୁଲିସ କମିସନର।
Share Now: