ହୋଲିରେ ଅଘଟଣ : ଉଜୈନ ମହାକାଳେଶ୍ବର ମନ୍ଦିରରେ ଅଗ୍ନିକାଣ୍ଡ

ଭୋପାଳ: ମଧ୍ୟପ୍ରଦେଶର ଉଜୈନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ମହାକାଳେଶ୍ବର ମନ୍ଦିରରେ ଅଗ୍ନିକାଣ୍ଡ ଘଟିବାରୁ ଅତି କମରେ ୧୩ ଜଣ ପୁଜାରୀ ଆହତ ହୋଇଛନ୍ତି। ଏ ନେଇ ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ ଖବର ପ୍ରକାଶ କରିଛି।
ହୋଲି ଅବସରରେ ମନ୍ଦିର ଗର୍ଭଗୃହରେ ହେଉଥିବା ଭଷ୍ମ ଆରତୀ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଜିଲ୍ଲାପାଳ ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇକୁ ଖବର ଦେଇଛନ୍ତି। ଆହତ ୧୩ ଜଣ ପୁଜାରୀଙ୍କୁ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେମାନଙ୍କ ଚିକିତ୍ସା ଚାଲିଛି।

Share Now:

Kalinga News Beuro

Next Post

୪୧ ବର୍ଷ ପରେ ଘରକୁ ଫେରିଲେ ଅଲେଖ ସନ୍ନ୍ୟାସୀ

Mon Mar 25 , 2024
ଆନନ୍ଦପୁର: ଅଲେଖ ମହିମା ଧର୍ମରେ ଦୀକ୍ଷିତ ହେବା ପରେ ୪୧ ବର୍ଷ ଧରି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାରେ ରହୁଥିବା ସନ୍ନ୍ୟାସୀ ଭୀମସେନ ବେହେରା ଘରକୁ ଫେରିଛନ୍ତି। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ଦେଓଗାଁ ନିକଟସ୍ଥ ତରାଇଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ଓ ହାରାମଣି ବେହେରାଙ୍କ ପୁଅ ଭୀମସେନ ୪୧ ବର୍ଷ ପୂର୍ବେ ଗୁରୁ ରଘୁନାଥ ବାବାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଲେଖ ଧର୍ମରେ ଦୀକ୍ଷିତ ହୋଇଥିଲେ। ଯୋରନ୍ଦା ଗାଦିକୁ ଚାଲି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial