୪୧ ବର୍ଷ ପରେ ଘରକୁ ଫେରିଲେ ଅଲେଖ ସନ୍ନ୍ୟାସୀ

ଆନନ୍ଦପୁର: ଅଲେଖ ମହିମା ଧର୍ମରେ ଦୀକ୍ଷିତ ହେବା ପରେ ୪୧ ବର୍ଷ ଧରି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାରେ ରହୁଥିବା ସନ୍ନ୍ୟାସୀ ଭୀମସେନ ବେହେରା ଘରକୁ ଫେରିଛନ୍ତି। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ଦେଓଗାଁ ନିକଟସ୍ଥ ତରାଇଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ଓ ହାରାମଣି ବେହେରାଙ୍କ ପୁଅ ଭୀମସେନ ୪୧ ବର୍ଷ ପୂର୍ବେ ଗୁରୁ ରଘୁନାଥ ବାବାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଲେଖ ଧର୍ମରେ ଦୀକ୍ଷିତ ହୋଇଥିଲେ। ଯୋରନ୍ଦା ଗାଦିକୁ ଚାଲି ଯାଇଥିଲେ।
ଗତକାଲି ସାଧୁସନ୍ଥଙ୍କୁ ଧରି ସେ ଗ୍ରାମରେ ପହଞ୍ଚି ନିଜ ଘରେ ଅଖଣ୍ଡ ଦୀପ ଜାଳିଥିଲେ। ଯୋରନ୍ଦା ଗାଦିରୁ ଆସିଥିବା ଅନ୍ତର୍ଯ୍ୟାମୀ ବାବା, କାଶିନାଥ ବାବା, ପ୍ରଫୁଲ୍ଲ ବାବା, ସୁକଦେବ ବାବା, ରୁଦ୍ରମଣି ବାବା, ଆକୁଳି ବାବା, ଭାବ ବାବା, ସ୍ୱାଧୀନ ବାବା, ଅନାମ ବାବା, ପ୍ରଭାକର ବାବା ପ୍ରମୁଖ ଧର୍ମସଭା ଓ ଅଖଣ୍ଡ ସଂକୀର୍ତ୍ତନ କରିଥିଲେ। ଆଜି ସକାଳୁ ନିଜ ଘରୁ ଭିକ୍ଷା ମାଗିବା ପରେ ପୁଣିଥରେ ସେ ଯୋରନ୍ଦା ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମକୁ ଗୋବିନ୍ଦ ବେହେରା, କୃଷ୍ଣଚନ୍ଦ୍ର ବେହେରା ଓ ଅନନ୍ତ ବେହେରା ପ୍ରମୁଖ ପରିଚାଳନା କରିଥିଲେ।

Share Now:

Kalinga News Beuro

Next Post

ମସ୍କୋ ଆକ୍ରମଣରେ ୩ ଜଣ ଦୋଷୀ ସାବ୍ୟସ୍ତ

Mon Mar 25 , 2024
ମସ୍କୋ: ରୁଷ୍‌ ରାଜଧାନୀ ମସ୍କୋର ପ୍ରସିଦ୍ଧ କ୍ରୋକସ୍‌ ସିଟି ହଲ୍‌ରେ ଶନିବାର ହୋଇଥିବା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ଅନେକ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣ ମାମଲାରେ ଅଦାଲତରେ ‌ଏବେ ୩ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅଦାଲତ ସମସ୍ତଙ୍କୁ ମେ ୨୨ ତାରିଖ ପର୍ଯ୍ୟନ୍ତ ହେପାଜତରେ ନେଇଛନ୍ତି। ଏହି ୪ ଅଭିଯୁକ୍ତଙ୍କୁ ଶନିବାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial