ହିନ୍ଦୁ ଧର୍ମ ଛାଡ଼ିଲେ କଣ ଆମକୁ ଭାରତର ନାଗରିକତା ମିଳିବ ? ପାକ୍ ଶରଣାର୍ଥୀଙ୍କ ପ୍ରଶ୍ନ

ପାକ୍ ଶରଣାର୍ଥୀ

ଜୟସେଲମେର : ଗୋଟିଏ ପଟେ ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ମୌଳିକ ସୁବିଧା ଯୋଗାଇବାକୁ ସରକାର ଉଦ୍ୟମ କରୁଥିବେବେଳେ ଅନ୍ୟପଟେ ଭାରତର ନାଗରିକତା ଆଶାରେ ବର୍ଷ ବର୍ଷ ଧରି ପଡ଼ିରହିଥିବା ପାକିସ୍ତାନୀ ହିନ୍ଦୁମାନେ ନିରାଶ ହୋଇ ଫେରିଯାଉଛନ୍ତି। କିଛିଦିନ ତଳେ ନିରାଶ ହୋଇପଡ଼ିଥିବା ଏହି ଶରଣାର୍ଥୀମାନେ ଭାରତ ସରକାରଙ୍କୁ ପ୍ରଶ୍ନ କରିଥିଲେ, ଯଦି ମୁସଲମାନ ଧର୍ମ ଗ୍ରହଣ କରନ୍ତି, ତେବେ ସେମାନଙ୍କୁ କଣ ଭାରତର ନାଗରିକତା ମିଳିବ ? ଏହି ଶରଣାର୍ଥୀମାନଙ୍କ ପାଇଁ କାମ କରୁଥିବା ସଂଗଠନର ସହ ପ୍ରତିଷ୍ଠାତା ଜୟ ଆହୁଜା କେନ୍ଦ୍ରମନ୍ତ୍ରୀ ହରଦୀପ ସିଂଙ୍କୁ ପ୍ରଶ୍ନ କରିଛନ୍ତି, ଯେ ଏହି ଶରଣାର୍ଥୀମାନେ ଇସଲାମ ଗ୍ରହଣ କଲେ କଣ ସେମାନଙ୍କୁ ଭାରତର ନାଗରିକତା ମିଳିବ ? ଗତ ସପ୍ତାହରେ ଦିଲ୍ଲୀରେ ରୋହିଙ୍ଗ୍ୟାମାନଙ୍କୁ ବାସଗୃହ ଓ ଅନ୍ୟ ମୌଳିକ ସୁବିଧା ମିଳିବ ବୋଲି ହରଦୀପ କହିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏହି ଶରଣାର୍ଥୀମାନଙ୍କ ସ୍ବାର୍ଥପାଇଁ କାମ କରୁଥିବା ଆଉ ଏକ ସ୍ବେଚ୍ଛାସେବୀ ସଂଗଠନ ସୀମାନ୍ତ ଲୋକ ସଂଗଠନର ତଥ୍ୟ ଅନୁସାରେ ଗତ ଦେଢ ବର୍ଷ ମଧ୍ୟରେ ପ୍ରାୟ ୧୫୦୦ ପାକିସ୍ତାନୀ ହିନ୍ଦୁ ଭାରତୀୟ ନାଗରିକତା ନ ପାଇଁ ପାକିସ୍ତାନ ଫେରିବାକୁ ବାଧ୍ୟ ହୋଇଛନ୍ତି। ଚଳିତ ବର୍ଷ ଜୁଲାଇ ସୁଦ୍ଧା ପ୍ରାୟ ୩୩୪ ଜଣ ପାକିସ୍ତାନୀ ହିନ୍ଦୁ ନିରାଶ ହୋଇ ପାକିସ୍ତାନ ଫେରିଯାଇଛନ୍ତି। ଫେରିଯାଇଥିବା ଅଧିକାଂଶ ହିନ୍ଦୁ ଗରିବ ଶ୍ରେଣୀର ଓ ନାଗରିକତା ପାଇବା ପାଇଁ ଆବଶ୍ୟକ ପ୍ରକ୍ରିୟା ନିମନ୍ତେ ସେମାନଙ୍କ ପାଖରେ ଅର୍ଥ ନଥିଲା। ସେମାନେ ପାକିସ୍ତାନରେ ଅତ୍ୟାଚାରର ସମ୍ମୁଖୀନ ହୋଇନପାରି ପ୍ରାଣ ବିକଳରେ ଭାରତ ପଳାଇଆସିଥିଲେ, କିନ୍ତୁ ଭାରତରେ ସେମାନଙ୍କୁ ନାଗରିକତା ନ ମିଳିବା ପରେ ସେମାନେ ଫେରିଯାଇଛନ୍ତି।

Share Now:

Kalinga News Beuro

Next Post

୪ ଜିଲ୍ଲାରେ ପ୍ରବଳ ବର୍ଷା : ୧୭ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ଅରେଞ୍ଜ ସହ ୟେଲୋଓ୍ଵାର୍ଣ୍ଣିଂ ଜାରି

Tue Aug 23 , 2022
ଭୁବନେଶ୍ୱର: ମିଆଁମାର ଉପକୂଳରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ପତ୍ତନ ଠାରୁ ୫.୮ କିଲୋମିଟର ଉଚ୍ଚତାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି ଏବଂ ଦକ୍ଷିଣପଶ୍ଚିମ ଦିଗରେ ଗତିଶୀଳ ରହିଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା, କେନ୍ଦୁଝର, ମୟୂରଭଞ୍ଜ ସମେତ ଓଡିଶାର ଅନ୍ୟ ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ […]
୪ ଜିଲ୍ଲାରେ ପ୍ରବଳ ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial