ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ: ଗୋବିନ୍ଦ ସାହୁ ଓ ସହଯୋଗୀ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର

ମମିତା ହତ୍ୟାକାଣ୍ଡ

କଣ୍ଟାବାଞ୍ଜି: ବହୁଚର୍ଚ୍ଚିତ ମହାଲିଙ୍ଗସ୍ଥିତ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀଙ୍କୁ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାସ୍ଥିତ ଜେଏମ୍‌ଏଫ୍‌ଏସ୍‌ରେ ହଜାର କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଦୃଷ୍ଟି ଯୋଗୁ ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିବା କହିଛନ୍ତି ସରକାରୀ ଓକିଲ ବାସୁଦେବ ରାୟ। ଗତ ୨ ତାରିଖ ଦିନ ଭିଡିଓ କନଫରେନ୍ସରେ କୋର୍ଟରେ ହାଜର ହୋଇଥିଲେ ୨ ଅଭିଯୁକ୍ତ। ଗୋବିନ୍ଦ ଓ ରାଧେଶ୍ୟାମ୍‌ ଆଜି ପୁଣି ଭିଡିଓ କନଫରେନ୍ସରେ କୋର୍ଟରେ ହାଜର ହୋଇଥିଲେ । ଆସନ୍ତା ନଭେମ୍ବର ୨୭ ତାରିଖରେ ପୁଣି ଦୁଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ। ଗୋବିନ୍ଦ ସାହୁ ସ୍କୁଲ ଅଧ୍ୟକ୍ଷା ମମିତାଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିବା ବେଳେ ଏହି ହତ୍ୟାକାଣ୍ଡରେ ଗୋବିନ୍ଦକୁ ରାଧେଶ୍ୟାମ ସହଯୋଗ କରିଥିବା ଯୋଗୁ ତାକୁ ମଧ୍ୟ ପୁଲିସ ଗିରଫ କରିଥିଲା। ଗିରଫ ଦୁଇ ଜଣଙ୍କୁ ବର୍ତ୍ତମାନ ସମୟରେ କଣ୍ଟାବାଞ୍ଜି ଉପକାରଗାରରେ ରଖାଯାଇଛି।

Share Now:

Kalinga News Beuro

Next Post

ୟୁପିର ପୂର୍ବାଞ୍ଚଳ ଏକ୍ସପ୍ରେସୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Tue Nov 16 , 2021
ଲକ୍ଷ୍ନୌ: ଉଦଘାଟନ ହେଲା ପୂର୍ବାଞ୍ଚଳ ଏକ୍ସପ୍ରେସୱେ। ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଏହି ସଡକ ରାଜନୀତିର ରାସ୍ତାକୁ ବି ମଜବୁତ କରିବ ବୋଲି ଆଶା କରାଯାଉଛି। ଉଦଘାଟନର ସମୟ ଏହା ହିଁ ସଙ୍କେତ ଦେଉଛି। ଆଜି ପ୍ରଧାନମନ୍ତ୍ରୀ ଏହି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେକୁ ଉଦଘାଟନ କରିଛନ୍ତି। ଏକ୍ସପ୍ରେସୱେର ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୩୪୦କିଲୋମିଟର ଏକ୍ସପ୍ରେସୱେର ବିଶେଷତ୍ୱ ​​କେବଳ ଏହା ନୁହେଁ ଯେ ଏହା ଲକ୍ଷ୍ନୌ, ବାରବାଙ୍କି, ଅମେଠି, ସୁଲତାନପୁର, […]
ଏକ୍ସପ୍ରେସୱେର ଉଦଘାଟନ କଲେ ମୋଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial