ସୀମାନ୍ତରେ ନକ୍ସଲ ପୁଲିସ ଗୁଳିବିନିମୟ: ଅଳ୍ପକେ ବର୍ତ୍ତିଲେ ବିଧାୟକ

ସୀମାନ୍ତରେ ନକ୍ସଲ ପୁଲିସ ଗୁଳିବିନିମୟ

ଗୁଳିବିନିମୟରେ ଜଣେ ଯବାନ ସହିଦ,୨ ଜଣ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ନାରାୟଣପୁର ବିଧାୟକଙ୍କ ଉପରେ ନକ୍ସଲ ଆକ୍ରମଣ କରିଛନ୍ତି। ତେବେ ଏହି ନକ୍ସଲ ଆକ୍ରମଣରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଧାୟକ। କିନ୍ତୁ ଏହି ଗୁଳିବିନିମୟରେ ଜଣେ ଆଇଟିବିପିର ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା ଅନୁଯାୟୀ ନାରାୟଣପୁର ବିଧାୟକ ଚନ୍ଦନ କଶ୍ୟପ ନିଜର କର୍ମୀଙ୍କୁ ନେଇ କୌଣସି ଏକ କାର୍ଯ୍ୟକ୍ରମରେ ଯିବାର ଥିଲା। ତେବେ ଏହି ଜିଲ୍ଲାର ଛୋଟେଡଙ୍ଗର ଥାନା ଅନ୍ତର୍ଗତ ଆମଦାଇ ଘାଟିକୁ ଆଇଟିବିପିର ଯବାନ କମ୍ବିଂ କରୁଥିଲେ। ରାସ୍ତା ସଫା କରିବା ପରେ ବିଧାୟକ ଏହି ଘାଟି ରାସ୍ତା ଦେଇ ଯାଇଥାନ୍ତେ। ତେବେ ବିଧାୟକ ଘାଟି ରାସ୍ତାରେ ପହଞ୍ଚିବା ମାତ୍ରେ ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ତେବେ ବିଧାୟକଙ୍କୁ ବଞ୍ଚାଇବାକୁ ଯାଇ ଆଇଟିବିପିର ଯବାନ ନକ୍ସଲଙ୍କୁ ପାଲଟା ଜବାବ ଦେଇଥିଲେ। ବିଧାୟକଙ୍କୁ ସୁରକ୍ଷିତ ଭାବେ ଘାଟିରୁ ଯବାନ ବାହାର କରିବା ପରେ ନକ୍ସଲଙ୍କ ସହ ଲଢେଇ କରିଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିବା ପରେ ଜଣେ ଆଇଟିବିପିର ଯବାନ ସହିଦ ହୋଇଥିଲେ। ଆଉ ୨ ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ମୃତ୍ୟୁବରଣ କରିଥିବା ଯବାନ ଜଣଙ୍କ ହେଲେ ଶିବ କୁମାର ମୀନା। ବିଧାୟକଙ୍କୁ ସୁରକ୍ଷିତ ଭାବେ ନାରାୟଣପୁରକୁ ଅଣାଯାଇଥିବା ବସ୍ତର ଆଇଜି ସୁନ୍ଦରରାଜ ପି ପ୍ରକାଶ କହିଛନ୍ତି। ବର୍ତ୍ତମାନ ବି ଘଟଣାସ୍ଥଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଥିବା ପୁଲିସ କହିଛି।

Share Now:

Kalinga News Beuro

Next Post

ଅସରାଏ ବର୍ଷାରେ ଉବୁଟୁବୁ ରାଜଧାନୀ : ଜାତୀୟ ରାଜପଥରେ ଅଣ୍ଟାଏ ଉଚ୍ଚର ପାଣି

Tue Jul 20 , 2021
ଭୁବନେଶ୍ୱର : ଭୁବନେଶ୍ୱରରେ ଅବିଶ୍ରାନ୍ତ ବର୍ଷା। ମାତ୍ର କିଛି ସମୟର ବର୍ଷାରେ ଜଳାର୍ଣ୍ଣବ ରାଜଧାନୀ। ଆଜି ଅପରାହ୍ନରେ ହଠାତ ରାଜଧାନୀ ଭୁବନେଶ୍ୱର ‌ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ଏହା ପରେ ହଠାତ ମୂଷଳ ଧାରାରେ ବର୍ଷିଥିଲା। ସ୍ଥିତି ଏମିତି ହୋଇଥିଲା ଯେ ମାତ୍ର ଅଧଘଣ୍ଟାରେ ବୁଡ଼ି ଯାଇଥିଲା ରାଜଧାନୀର ବହୁ ପ୍ରମୁଖ ଅଞ୍ଚଳ। ରାସ୍ତାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ବିଶେଷକରି ଇସ୍କନ ମନ୍ଦିର […]
ଅସରାଏ ବର୍ଷାରେ ଉବୁଟୁବୁ ରାଜଧାନୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial