ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୌର ଟ୍ୟାକ୍ସ କଲେକ୍ଟର

ମହମ୍ମଦ ନାସିର

ରାଜଗାଙ୍ଗପୁର: ଘର ଟିକସ୍‌ କମ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୌର କର୍ମଚାରୀ ଭିଜିଲାନ୍ସ ହା‌ତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଲେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୌରପାଳିକାର କର୍ମଚାରୀ ମହମ୍ମଦ ନାସିର। ସୂଚନା ଅନୁସାରେ ମହମ୍ମଦ ନାସିର ଘର ଟିକସ କମ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦୀପକ ଠାକୁରଙ୍କ ଠାରୁ ୧୩ ହଜାର ଟଙ୍କା ଦାବି କରିଥିଲେ। ଦୀପକ ଏ ନେଇ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ଆଜି ଦୀପକଙ୍କ ଠାରୁ ଶ୍ରୀ ନାସିର ୧୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ଅନୁସାରେ ସୁନ୍ଦରଗଡ଼ ଓ ଝାରସୁଗୁଡା ଭିଜିଲାନ୍ସ ଟିମ୍‌ ମିଳିତ ଚଢ଼ଉ କରି ପୌରପାଳିକା କାର୍ଯ୍ୟାଳୟ ସମୁଖରେ ଧରିଥିଲେ। ତାଙ୍କୁ କାର୍ଯ୍ୟାଳୟକୁ ନେଇ ନଥିପତ୍ର ଯାଞ୍ଚ କରି ଅଧିକ ତଦନ୍ତ ନିମନ୍ତେ ସୁନ୍ଦରଗଡ଼କୁ ନିଆଯାଇଛି। ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ, ପୂର୍ବରୁ ତାଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ଆସିଥିଲା। ବିଗତ ୩ ବର୍ଷ ତଳେ କଟକ ସେଲ କାର୍ଯ୍ୟାଳୟରୁ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସମେତ ୩ ଜଣଙ୍କୁ ଭିଜିଲାନ୍ସ ଗିରଫ କରିଥିଲା।

Share Now:

Kalinga News Beuro

Next Post

ରୁଷ ସୈନ୍ୟଙ୍କୁ ଡ୍ରୋନ ଉଡ଼ାଣ ତାଲିମ ଦେଉଛନ୍ତି ଇରାନୀ ଅଫିସର

Wed Oct 19 , 2022
ମସ୍କୋ : ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷକୁ ପ୍ରତ୍ୟକ୍ଷ ଭାବରେ ସାହାଯ୍ୟ କରୁଛି ଇରାନ। ଇରାନର ସାମରିକ ଅଧିକାରୀମାନେ ଯୁଦ୍ଦ କ୍ଷେତ୍ରରେ ରୁଷ ସୈନ୍ୟଙ୍କୁ ଡ୍ରୋନ ପରଚାଳନା ଚାଲିମ ଦେଉଛନ୍ତି। ଆମେରିକୀୟ ଗୁଇନ୍ଦା ସୁତ୍ରକୁ ଉଦ୍ଧାର କରି ଏକ ଗଣମାଧ୍ୟମ ରିପୋର୍ଟ କହିଛି ଯେ, ପ୍ରାୟ ଏକ ଡଜନ ଇରାନୀ ସାମରିକ ତାଲିମଦାତା ରୁଷ ଅଧିକୃତ କ୍ରିମିଆଠାରେ ରହି ରୁଷ ସୈନ୍ୟଙ୍କୁ ଇରାନ ନିର୍ମିତ ଡ୍ରୋନ ଉଡ଼ାଣ ତାଲିମ ଦେଉଛନ୍ତି।ସୂଚନାଯୋଗ୍ୟ […]
ରୁଷ ସୈନ୍ୟଙ୍କୁ ଡ୍ରୋନ ଉଡ଼ାଣ ତାଲିମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial