ରୁଷ ସୈନ୍ୟଙ୍କୁ ଡ୍ରୋନ ଉଡ଼ାଣ ତାଲିମ ଦେଉଛନ୍ତି ଇରାନୀ ଅଫିସର

ରୁଷ ସୈନ୍ୟଙ୍କୁ ଡ୍ରୋନ ଉଡ଼ାଣ ତାଲିମ

ମସ୍କୋ : ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷକୁ ପ୍ରତ୍ୟକ୍ଷ ଭାବରେ ସାହାଯ୍ୟ କରୁଛି ଇରାନ। ଇରାନର ସାମରିକ ଅଧିକାରୀମାନେ ଯୁଦ୍ଦ କ୍ଷେତ୍ରରେ ରୁଷ ସୈନ୍ୟଙ୍କୁ ଡ୍ରୋନ ପରଚାଳନା ଚାଲିମ ଦେଉଛନ୍ତି। ଆମେରିକୀୟ ଗୁଇନ୍ଦା ସୁତ୍ରକୁ ଉଦ୍ଧାର କରି ଏକ ଗଣମାଧ୍ୟମ ରିପୋର୍ଟ କହିଛି ଯେ, ପ୍ରାୟ ଏକ ଡଜନ ଇରାନୀ ସାମରିକ ତାଲିମଦାତା ରୁଷ ଅଧିକୃତ କ୍ରିମିଆଠାରେ ରହି ରୁଷ ସୈନ୍ୟଙ୍କୁ ଇରାନ ନିର୍ମିତ ଡ୍ରୋନ ଉଡ଼ାଣ ତାଲିମ ଦେଉଛନ୍ତି।
ସୂଚନାଯୋଗ୍ୟ ଯେ ଇରାନ ପକ୍ଷରୁ ରୁଷକୁ କାମିକାଜି ଓ ସାହେଦ୍-୧୩୬ ଲଢୁଆ ଡ୍ରୋନ ଯୋଗାଇ ଦିଆଯାଇଛି। ଏସବୁ ଡ୍ରୋନ ବ୍ୟବହାର କରି ରୁଷ ୟୁକ୍ରେନର ବ୍ୟାପକ କ୍ଷତି କରିଚାଲିଛି। ରୁଷକୁ କ୍ଷେପଣାସ୍ତ୍ର ଓ ଆଉ କେତେକ ଡ୍ରୋନ ଯୋଗାଣ ନେଇ ଗତ ୬ ତାରିଖରେ ଇରାନର ଉପରାଷ୍ଟ୍ରପତି ମହମ୍ମଦ ମୁଖବୀରଙ୍କ ମସ୍କୋ ଗସ୍ତ କାଳରେ ନିଷ୍ପତ୍ତି ନିଆଯାଇଥିଲା। ଉପରାଷ୍ଟ୍ରପତିଙ୍କ ସହ ଇରାନର ରିଭୋଲ୍ୟୁସନାରୀ ଗାର୍ଡସର ଦୁଇ ଜଣ ବରିଷ୍ଠ ଅଧିକାରୀ ଓ ଇରାନର ଜାତୀୟ ସୁରକ୍ଷା ପରିଷଦର ଜଣେ ଅଧିକାରୀ ମସ୍କୋ ଗସ୍ତ କରିଥିଲେ। ଗଣମାଧ୍ୟମକୁ ଜଣେ ଇରାନୀୟ ଅଧିକାରୀ କହିଛନ୍ତି ଯେ ରୁଷ ପକ୍ଷରୁ ଇରାନକୁ ଆହୁରି ଅଧିକ ଜୋଲଫାଗାର ଓ ଫତେହ କ୍ଷେପଣାସ୍ତ୍ର ପ୍ରଦାନ ପାଇଁ ଅନୁରୋଧ କରାଯାଇଥିଲା। ଏ ନେଇ ଇରାନ ସହମତ ହେବାପରେ ଦୁଇ ଦେଶ ମଧ୍ୟରେ ଏକ ବୁଝମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଇାରନ ସହ ରୁଷର ଏହି ଘନିଷ୍ଠ ସଂପର୍କକୁ ଆମେରିକା ଏକ ବଡ଼ ବିପଦ ଭାବେ ଦେଖୁଛି ବୋଲି ଆମେରିକାର ପରରାଷ୍ଟ୍ର ବିଭାଗ ଉପ-ମୁଖ୍ୟ ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି।

Share Now:

Kalinga News Beuro

Next Post

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିକଟରେ ୧୬ ଟିକିଆ ଜଙ୍ଗଲୀ ହାତୀପଲ

Wed Oct 19 , 2022
ବାରଙ୍ଗ: ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ପାଚେରୀ ନିକଟରେ ୧୬ ଟିକିଆ ଜଙ୍ଗଲୀ ହାତୀପଲ ଦେଖିବାକୁ ମିଳିଛି। ନନ୍ଦନକାନନ ପଛ ଗେଟ୍ ଦାରୁଠେଙ୍ଗ ଗାଁ ପାଖରେ ଏହି ହାତୀପଲ ରହିଥିବା ଜଣାଯାଇଛି। ନନ୍ଦନକାନନ ପଛପଟ ପାଚେରୀ କଡ଼ରେ ଏକ ପାଣି ଆଉ ଚାଷ ଜମି ପାଖରେ ଅଛନ୍ତି ଜଙ୍ଗଲୀ ହାତୀପଲ।ସୂଚନା ଅନୁସାରେ ଗତକାଲି ରାତିରେ ଏହି ହାତୀପଲ ଚନ୍ଦକା […]
ନନ୍ଦନକାନନରେ ୧୬ ଟିକିଆ ହାତୀପଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial