ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିକଟରେ ୧୬ ଟିକିଆ ଜଙ୍ଗଲୀ ହାତୀପଲ

ନନ୍ଦନକାନନରେ ୧୬ ଟିକିଆ ହାତୀପଲ

ବାରଙ୍ଗ: ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ପାଚେରୀ ନିକଟରେ ୧୬ ଟିକିଆ ଜଙ୍ଗଲୀ ହାତୀପଲ ଦେଖିବାକୁ ମିଳିଛି। ନନ୍ଦନକାନନ ପଛ ଗେଟ୍ ଦାରୁଠେଙ୍ଗ ଗାଁ ପାଖରେ ଏହି ହାତୀପଲ ରହିଥିବା ଜଣାଯାଇଛି। ନନ୍ଦନକାନନ ପଛପଟ ପାଚେରୀ କଡ଼ରେ ଏକ ପାଣି ଆଉ ଚାଷ ଜମି ପାଖରେ ଅଛନ୍ତି ଜଙ୍ଗଲୀ ହାତୀପଲ।
ସୂଚନା ଅନୁସାରେ ଗତକାଲି ରାତିରେ ଏହି ହାତୀପଲ ଚନ୍ଦକା ଅଭୟାରଣ୍ୟ ଦେଇ ନନ୍ଦନକାନନ ପଛପଟ ଗେଟ୍‌ ଦାରୁଠେଙ୍ଗ ଗାଁ ପାଖକୁ ଚାଲିଆସିଥିଲେ। ସେମାନେ ଦାରୁଠେଙ୍ଗ ଅଞ୍ଚଳରେ ବ୍ୟାପକ ପନିପରିବା ନଷ୍ଟ କରିଥିବା କୁହାଯାଉଛି। ‌ତେବେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀମାନଙ୍କ ଉପରେ ନଜର ରଖିଛି ଏବଂ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରୁଛି। ହାତୀମାନେ ଏକ ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ସନ୍ଦେହ କରାଯାଉଛି।

Share Now:

Kalinga News Beuro

Next Post

ସାମ୍ଭାବ୍ୟ ବାତ୍ୟା ନେଇ ଏସ୍‌ଆରସି ପକ୍ଷରୁ ୭ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି

Wed Oct 19 , 2022
ଭୁବନେଶ୍ବର: ସାମ୍ଭାବ୍ୟ ବାତ୍ୟା ନେଇ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟତା ନ ଆସିଥିଲେ ବି ସ୍ବତନ୍ତ୍ର ରିଲିଫ କମିସନ(ଏସ୍‌ଆରସି)ଙ୍କ ପକ୍ଷରୁ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଏନେଇ ଏସ୍‌ଆରସି ପକ୍ଷରୁ ଆଜି ଚିଠି ଲେଖି ଉପକୂଳବର୍ତ୍ତୀ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି। ବାତ୍ୟା ମୁକାବିଲା ପାଇଁ ପୂର୍ବରୁ ପ୍ରସ୍ତୁତ ରହିବାକୁ ସଂପୃକ୍ତ ଜିଲ୍ଲାଗୁଡ଼ିକ ନିର୍ଦ୍ଦେଶ […]
ସମ୍ଭାବ୍ୟ ବାତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial