ଜଳାଶୟରେ ପାଇପ ଲାଇନ ବିଛାକୁ ବିରୋଧ: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଲେ ସରପଞ୍ଚ

ଜଳାଶୟରେ ପାଇପ ଲାଇନ ବିଛାକୁ ବିରୋଧ

ଆଳି: ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ପାରାଦ୍ବୀପ-ସୋମନାଥପୁର-ହଳଦିଆ ପାଇପଲାଇନ ପ୍ରକଳ୍ପ କାମ ଚାଲୁ ରହିଛି। ଏହି ପ୍ରକଳ୍ପରେ ବିଛା ଯାଉଥିବା ପାଇପ ଲାଇନ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ସିଙ୍ଗିରୀ ପଞ୍ଚାୟତର ଚାଷୀମାନେ ଘୋର କ୍ଷତିଗ୍ରସ୍ତ ହେବେ ବୋଲି ସିଙ୍ଗିରୀ ସରପଞ୍ଚ ପୁଷ୍ପଲତା ଦାସ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ସରପଞ୍ଚ ତାଙ୍କର ଲିଖିତ ଅଭିଯୋଗରେ ଜଣାଇଛନ୍ତି ଯେ,ପଞ୍ଚାୟତ ଅଧିନସ୍ଥ ମହାସାହାଣୀ ଗ୍ରାମର ଠାକୁର ମା’ ପୋଖରୀ ପୁନରୁଦ୍ଧାର ଓ ଜଳ ସଂରକ୍ଷଣ ପାଇଁ ୨୦୨୦/୨୧ ଆର୍ଥିକ ବର୍ଷରେ ୯ ଲକ୍ଷ ୬୦ ହଜାର ଟଙ୍କା ସରକାରଙ୍କ ପକ୍ଷରୁ ମଞ୍ଜୁର କରାଯାଇଛି। ମାତ୍ର ଏହି ପୁଷ୍କରିଣୀ ମଧ୍ୟ ଦେଇ ତୈଳ ଲାଇନ ଗଲେ ଏଠାରେ କୌଣସି ଖନନ କାର୍ଯ୍ୟ ହୋଇ ପାରିବ ନାହିଁ। ଫଳରେ ଶହ,ଶହ ଚାଷୀ, ଗ୍ରାମବାସୀ ଓ ସାଧାରଣ ଲୋକ କ୍ଷତିଗ୍ରସ୍ତ ହେବେ। ଜଳାଶୟର ଜଳ ଚାଷ ଜମିରେ ଉପଯୋଗ ହେବା ବନ୍ଦ ହୋଇଯିବା ସହିତ, ସାଧାରଣ ଲୋକମାନଙ୍କର ଦୈନନ୍ଦିନ ଚଳଣି ମଧ୍ୟ ବ୍ୟାହତ ହେବ। ପାଇପ ଲାଇନ କାମକୁ ସ୍ଥାନୀୟ ଲୋକେ ଓ ପଞ୍ଚାୟତର ୱାର୍ଡ ସଭ୍ୟମାନେ ବିରୋଧ କଲେ ମଧ୍ୟ ଆଇଓସିଏଲର କର୍ମଚାରୀମାନେ ମାନୁ ନାହାନ୍ତି ବୋଲି ସରପଞ୍ଚ ତାଙ୍କର ଅଭିଯୋଗ ପତ୍ରରେ ଉଲ୍ଲେଖ କରି ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

Share Now:

Kalinga News Beuro

Next Post

କରୋନା ବିପର୍ଯୟରେ ତିନି ଯୋଦ୍ଧାଙ୍କ କାହାଣୀ

Sat Aug 8 , 2020
ଗରିବଙ୍କ ସାହା ପାଲଟିଛନ୍ତି ପ୍ରତାପ,ଅଞ୍ଜନ ଓ କିନ୍ନର ମେନକା ଭୁବନେଶ୍ବର : କରୋନା କଟକଣା ପାଇଁ ସବୁ ବର୍ଗର ଲୋକଙ୍କ ଅର୍ଥନୈତିକ ମେରୁଦଣ୍ଡ ଦୋହଲି ଗଲାଣି। ବହୁ ଲୋକେ ଭୋକ ଉପାସରେ ରହିବା ଅବସ୍ଥାକୁ ଆସିଗଲେଣି। ଏଭଳି ସ୍ଥିତିରେ ରାସ୍ତାକଡ଼‌ରେ ଓ ବସ୍ତିମାନଙ୍କରେ ଭାଗ୍ୟକୁ ଆଦରି ରହିଥିବା ବହୁ ଯାଯାବର ଓ ଆର୍ଥିକ ଅନଗ୍ରସର ଲୋକଙ୍କ ସାହା ପାଲଟିଛନ୍ତି ସମାଜସେବୀ ଅଞ୍ଜନ ନାଥ, ପ୍ରତାପ ସାହୁ ଓ କିନ୍ନର ମେନକା […]
ଓଡ଼ିଶାରେ କରୋନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial