ସଂକୁଚିତ ହେଉଛି ରାସ୍ତା : ବଢ଼ୁଛି ଅସମ୍ଭାଳ ଭିଡ ,ଦାୟୀ କିଏ ..?

ସଂକୁଚିତ ହେଉଛି ରାସ୍ତା

ଭୁବନେଶ୍ବର : କିଛି ଦିନର ବ୍ୟବଧାନ ପରେ ଏବେ ରାଜଧାନୀର ପୁଣି ଟ୍ରାଫିକ୍‌ ବ୍ୟବସ୍ଥା ଅବ୍ୟବସ୍ଥିତ ହେବାରେ ଲାଗିଛି। ଫଳରେ ଜାମ୍‌ ଭଳି ସ୍ଥିତି ଉପୁଜୁଛି। ପୂର୍ବରୁ ବିଭିନ୍ନ ସମୟରେ ଟ୍ରାଫିକ୍‌ ପରିଚାଳନା ତ୍ରୁଟି ଯୋଗୁଁ ଲୋକ ଘଣ୍ଟାଘଣ୍ଟା ଜାମ୍‌ରେ ଫସି ନୟାନ୍ତ ହେଉଥିଲେ। ଏବେ ପୁଣି ସେଭଳି ସ୍ଥିତି ଦେଖାଦେଲାଣି। ରବିବାର ଦିନ ରାଜଧାନୀରେ ଶହ ଶହ ସଂଖ୍ୟାରେ ବାହାଘର, ନିର୍ବନ୍ଧ ଭଳି ଉତ୍ସବ ଥିବାରୁ ଦିନ ୧୦ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାମ୍‌ ସ୍ଥିତି ଦେଖିବାକୁ ମିଳିଥିଲା। ବରମୁଣ୍ଡାରୁ ଆରମ୍ଭ କରି ସହିଦନଗର, ପଳାସୁଣୀରୁ ଜୟଦେବବିହାର, ଚନ୍ଦ୍ରଶେଖରପୁର, ବମିଖାଲ, କଳ୍ପନା ରାଜଧାନୀର ଚାରିଆଡ଼େ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଟ୍ରାଫିକ୍‌ରେ ଫସି ଲୋକେ ନୟାନ୍ତ ହୋଇଥିଲେ। ଏହାର ମୁଖ୍ୟ କାରଣ ରାଜଧାନୀର ସଂକୁଚିତ ରାସ୍ତା। ରାଜଧାନୀ ରାସ୍ତାଗୁଡ଼ିକ ନିର୍ମାଣାଧୀନ ଅବସ୍ଥାରେ ଅଛି। କେଉଁଠି ରାସ୍ତାକଡ଼ରେ କଞ୍ଚାମାଲ୍‌ ଗଦା ହୋଇଛି ତ ଗାଡ଼ି ମୋଟର, ମେସିନ୍‌ ଠିଆ ହୋଇ ରହିଛି। ସେହିଭଳି ଅନେକ ସ୍ଥାନରେ ସୌନ୍ଦର୍ଯ୍ୟୀକରଣ ପାଇଁ ପୂର୍ବାପେକ୍ଷା ରାସ୍ତା ସଂକୁଚିତ ହୋଇଯାଇଛି। ଦିନକୁ ଦିନ ରାଜଧାନୀରେ ଗାଡ଼ି ସଂଖ୍ୟା ବଢ଼ୁଥିବା ବେଳେ ରାସ୍ତା ସଂକୁଚିତ ହେବା ଟ୍ରାଫିକ୍‌ ଜାମ୍‌ର ପ୍ରମୁଖ କାରଣ ପାଲଟିଛି। କରୋନା କଟକଣା ପାଇଁ ବାହାଘର, ଶୋଭାଯାତ୍ରା, ଉତ୍ସବ ଉପରେ କଟକଣା ଲାଗିଥିଲା। ତେଣୁ ରାସ୍ତାଘାଟ ନିର୍ମାଣ କାମ ଚାଲୁଥିଲେ ବି ସେତେଟା ଜାମ୍‌ ସ୍ଥିତି ଜଣାପଡ଼ୁନଥିଲା। ହେଲେ ଧୀରେଧୀରେ ସ୍ଥିତି ସ୍ବାଭାବିକ ହେବା ସହ ବାହାଘର, ବ୍ରତ ଆଦି ଉତ୍ସବ ସଂଖ୍ୟା ବଢ଼ିବାରେ ଲାଗିଲାଣି। ପର୍ଯ୍ୟାୟକ୍ରମେ ଉତ୍ସବଗୁଡ଼ିକରେ ଲୋକସଂଖ୍ୟାକୁ ମଧ୍ୟ ବଢ଼ା ଯାଉଛି। ସେହିଭଳି ମଲ, ହଲ୍‌ ବି ଖୋଲି ଗଲାଣି। ଆଗକୁ ପ୍ରଥମାଷ୍ଟମୀ ଭଳି ବଡ଼ ବଡ଼ ପର୍ବ ପର୍ବାଣୀ ଅଛି। ତେଣୁ ହାଟ ବଜାରରେ ଲୋକଙ୍କ ଭିଡ଼ ଜମିବା ସ୍ବାଭାବିକ ହୋଇଯିବ। ଯଦି ଏବେଠୁ ସ୍ଥିତିରେ ସୁଧାର ଅଣା‌ ନଯାଏ, ଆଗକୁ ପୁଲିସ ପାଇଁ ଏହା କାଠିକର ପାଠ ହୋଇଯିବାର ଆଶଙ୍କା ପ୍ରକାଶ ପାଇଲାଣି। ଏଥିପାଇଁ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

Share Now:

Kalinga News Beuro

Next Post

ଗଲୱାନ ହିରୋ ସହିଦ୍ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର : ଓଡ଼ିଆ ସହିଦ୍ ନୁଦୁରାମଙ୍କୁ ବୀରଚକ୍ର

Tue Nov 23 , 2021
ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଲୱାନ ସଂଘର୍ଷରେ ସହିଦ ସୈନିକମାନଙ୍କୁ ବୀରତ୍ବ ସମ୍ମାନରେ ସମ୍ମାନିତ କରିଛନ୍ତି। ଗଲଓ୍ବାନ ହିରୋ ସହିଦ୍ କର୍ଣ୍ଣେଲ ବି. ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର ପ୍ରଦାନ କରାଯାଇଛି। ଓଡ଼ିଆ ସହିଦ ନାଏବ ସୁବେଦାର ନୁଦୁରାମ ସୋରେନଙ୍କୁ ବୀରଚକ୍ର ପ୍ରଦାନ କରାଯାଇଛି। ଗଲୱାନ ସଂଘର୍ଷ ବେଳେ କର୍ଣ୍ଣେଲ ସନ୍ତୋଷ ବାବୁ ଭାରତୀୟ ସେନାଦଳର ନେତୃତ୍ବ ନେଇ ଅତୁଳନୀୟ ବୀରତ୍ବ ପ୍ରଦର୍ଶନ କରିଥିଲେ। ତାଙ୍କ ପତ୍ନୀ ବିକୁମାଲା […]
ସହିଦ୍ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial