ମଧ୍ୟାହ୍ନ ରୋଷେଇ ବାବଦକୁ ୬ ବର୍ଷର ଦରମା ନପାଇ ହନ୍ତସନ୍ତ ହେଉଛନ୍ତି ପାଚିକା

୬ ବର୍ଷର ଦରମା ନପାଇ ହନ୍ତସନ୍ତ ହେଉଛନ୍ତି ପାଚିକା

ମାଲକାନଗିରି: ବଣ୍ଡାଘାଟିରେ କିପରି ଧୋକା ଦିଆଯାଉଛି, ତାହାର ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଥିଲା। ବଣ୍ଡା ଜନଜାତିର ମହିଳାଙ୍କୁ ନିରକ୍ଷର ବୋଲି ସେମାନଙ୍କୁ ହତାଦର କରାଯିବା ସହ ସେମାନଙ୍କର ପାରିଶ୍ରମିକ ମଧ୍ୟ ପ୍ରଦାନ କରାଯାଉଛି। ବଣ୍ଡାଘାଟିର ମଦୁଲିପଡା ପଞ୍ଚାୟତର ବଣ୍ଡାପଡା ଗ୍ରାମର ସମାରୀ ବଡ଼ନାୟକ ଦୀର୍ଘ ଦିନ ହେଲା ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରେ ପାଚିକା ଭାବେ କାମ କରୁଥିଲେ। ସେ ୧୦୦ ଟଙ୍କା ଦରମାରୁ କାମ ଆରମ୍ଭ କରିଥିଲେ। ଆଜି ୧୪୦୦ ଟଙ୍କାରେ ଦରମା ପହଞ୍ଚିଛି। କିନ୍ତୁ ଗତ ୬ ବର୍ଷ ହେଲା ସମାରୀକୁ ସ୍କୁଲ ପ୍ରଧାନଶିକ୍ଷକ ଦରମା ଦେଉ ନାହାନ୍ତି। ସେ ନିୟମିତ ସ୍କୁଲ ଯାଇ ରୋଷେଇ କରିବା କାମ କରୁଥିଲେ। ଟଙ୍କା ମାଗିବାରୁ ତୁମକୁ ଗ୍ରାମବାସୀ ସ୍କୁଲର ରୋଷେୟା ପଦରୁ କାଢି ଦେଇଥିବା କହିଛନ୍ତି।
ତେବେ ଏନେଇ ସମାରୀ ଗ୍ରାମବାସୀଙ୍କୁ ପଚାରିବାରୁ ଗ୍ରାମବାସୀ ମିଥ୍ୟା କଥା ବୋଲି ସମାରୀକୁ ଦୃଢକ୍ତି ସହ ପ୍ରକାଶ କରିଥିଲେ। ସ୍କୁଲର ପ୍ରଧାନଶିକ୍ଷକ ହିଁ ସମାରୀକୁ ଗତ ୬ ବର୍ଷ ହେଲା ୧୪ ଶହ ଟଙ୍କା ଲେଖାଏଁ ଦରମା ନଦେଇ ତାଙ୍କୁ ଧମକାଇ ଚାଲିଛନ୍ତି। ତେବେ ସମାରୀ ଏନେଇ ଖଇରପୁଟ ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଗୁହାରି କରିଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଇନଥିବା ଜଣାପଡିଛି। ଶେଷରେ ସେ ବାଧ୍ୟ ହୋଇ ନିଜର ୭ମାସର ପିଲାକୁ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ଜିଲ୍ଲାପାଳଙ୍କୁ ଭେଟି ନିଜର ଅଭିଯୋଗ କରିଥିଲେ। ଏତେ ଦିନ ଧରି ଦରମା ନପାଇ ସମାରୀ ହନ୍ତସନ୍ତ ହେଉଥିବା କହିଥିଲେ। ବଣ୍ଡା ଜନଜାତିର ହୋଇଥିବା ସହ ନିରକ୍ଷର ହୋଇଥିବାରୁ ଏଭଳି ତାଙ୍କୁ ବ୍ୟବହାର ପ୍ରଦର୍ଶନ କରାଯାଇଥିବା ସେ କହିଥିଲେ। କେବଳ ତାଙ୍କୁ ନୁହେଁ ବରଂ ଏହି ଜନଜାତିର ସମସ୍ତ ଲୋକଙ୍କୁ ଏଭଲି ଶିକ୍ଷିତ ଲୋକେ ଠକନ୍ତି ଏବଂ ଧୋକା ଦିଅନ୍ତି ବୋଲି ସମାରୀ କ୍ଷୋଭର ସହ ପ୍ରକାଶ କରିଥିଲେ। ତାଙ୍କୁ ତୁରନ୍ତ ସମସ୍ତ ଦରମା ସହ ପୁନଃ ଚାକିରି ପ୍ରଦାନ କରିବା ନିମନ୍ତେ ସେ ଦାବି କରିଛନ୍ତି। ଏ ସଂପର୍କରେ ଡିଇଓ ଏବଂ ବିଇଓଙ୍କ ସହ ଯୋଗାଯୋଗ ହୋଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରିନଥିବାରୁ ଦିଆଯାଇପାରି ନାହିଁ।

Share Now:

Kalinga News Beuro

Next Post

ଅବ୍ୟବସ୍ଥାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ : ବାରଣ୍ଡାରେ କଲବଲ ରୋଗୀ ସମ୍ପର୍କୀୟ

Tue Jan 17 , 2023
ଭୁବନେଶ୍ୱର: କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ସ୍ୱତନ୍ତ୍ର ବିଶ୍ରାମାଗାର ନଥିବାରୁ ଦୂରଦୁରାନ୍ତରୁ ଆସୁଥିବା ରୋଗୀ ସମ୍ପର୍କୀୟମାନେ ବଡ଼ କଲବଲ ହେଉଛନ୍ତି। ରୋଗୀ ହସ୍ପିଟାଲ୍‌ ୱାର୍ଡରେ ରହୁଛି ସିନା, ସେମାନଙ୍କ ସହ ଆସିଥିବା ଆଟେଣ୍ଡାଣ୍ଟମାନେ ବର୍ଷା, ଶୀତ, କାକରରେ ହସ୍ପିଟାଲ ବାରଣ୍ଡାରେ ଜାକିଜୁକି ହୋଇ ରାତି କାଟୁଛନ୍ତି। ଏନେଇ ବାରମ୍ବାର ରୋଗୀ କଲ୍ୟାଣ ସମିତି ବୈଠକରେ ଆଲୋଚନା ହେଉଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ଏଥିପାଇଁ ଜାଗା ଚିହ୍ନଟ ହୋଇଥିବା ବେଳେ ନିର୍ମାଣ […]
କ୍ୟାପିଟାଲ୍‌ ହସ୍ପିଟାଲ୍‌ ବାରଣ୍ଡାରେ କଲବଲ ରୋଗୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial