ଏମଭି-୭ରେ ଗଣଶିକ୍ଷା ମନ୍ତ୍ରୀ : ହାଇସ୍କୁଲକୁ ୧୮ ଲକ୍ଷ ଟଙ୍କା ଦେବା ନେଇ ଦେଲେ ପ୍ରତିଶୃତି

ଗଣଶିକ୍ଷା ମନ୍ତ୍ରୀ ଏମଭି-୭

ମାଲକାନଗିରି: ମାଲକାନଗିରି ନିକଟସ୍ଥ ଏମଭି-୭ ସ୍ଥିତ ଜଗନ୍ନାଥପାଲ୍ଲୀ ହାଇସ୍କୁଲକୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରିଦର୍ଶନ କରିଛନ୍ତି। ଆଜି ପବିତ୍ର ରାକ୍ଷୀ ବନ୍ଧନ ଉତ୍ସବ ରହିଥିବାରୁ ଏହି ବିଦ୍ୟାଳୟର ଛାତ୍ରୀମାନେ ମନ୍ତ୍ରୀ ସମୀର ଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସମସ୍ତେ ମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧି ଆର୍ଶିବାଦ କାମନା କରିଥିଲେ। ମାଲକାନଗିରି ଜିଲ୍ଲାର ସବୁଠାରୁ ଉତ୍ତମ ସ୍କୁଲ ଭାବେ ଜଗନ୍ନାଥପାଲ୍ଲୀ ହାଇସ୍କୁଲ ସବାଗ୍ରେ ରହିଛି। ତେବେ ଏହା ବ୍ଲକ ଗ୍ରାଣ୍ଟ ସ୍କୁଲ ହୋଇଥିବା ବେଳେ ଏହାକୁ ସରାକାରୀ ମାନ୍ୟତା ଆଜି ପର୍ଯ୍ୟନ୍ତ ମିଳିନାହିଁ। ପ୍ରତିବର୍ଷ ଏହି ସ୍କୁଲ ଭଲ ପ୍ରଦର୍ଶନ କରିଆସୁଥିବା ବେଳେ କୌଣସି ନେତା କିମ୍ବା ମନ୍ତ୍ରୀଙ୍କର ପାଦ ଏହି ସ୍କୁଲରେ ପଡିନଥିଲା। ତେବେ ଗଣଶିକ୍ଷା ମନ୍ତ୍ରୀ ଏହା ଜାଣିବା ପରେ ଏହି ସ୍କୁଲକୁ ପରିଦର୍ଶନ କରି ସ୍କୁଲର ଉନ୍ନତି ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ।
ମୋ ସ୍କୁଲ ଯୋଜନାରେ ଏହି ବିଦ୍ୟାଳୟକୁ ୧୮ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ। ରାଜ୍ୟରେ ମୋଟ ୫୮୦୦ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ ଭାବେ ଘୋଷଣା କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲାର ୬ଟି ସ୍କୁଲ ରହିଥିବା କହିଥିଲେ। ମାଲକାନଗିରି ଜିଲ୍ଲାର ଆହୁରି ଅନେକ ସ୍କୁଲକୁ ଏହି ଯୋଜନାରେ ସାମିଲ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ସ୍କୁଲ ପରିଦର୍ଶନ ବେଳେ ମନ୍ତ୍ରୀଙ୍କ ସହ ଆଦିବାସୀ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ, ବିଜେଡିର ସାଂଗଠନିକ ସଂପାଦକ ନୃସିଂହ ଚରଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

୧୦୫୫୧୨ରେ ପହଞ୍ଚିଲା ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

Sun Aug 22 , 2021
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୩୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ୨୩୭ଜଣଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୭୭ଜଣ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୦ଜଣ କରୋନା ଆକ୍ରାନ୍ତ ରହିଛନ୍ତି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ରାଜଧାନୀରୁ ୧୮୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ନୂଆ […]
ଭୁବନେଶ୍ବରରେ କରୋନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial